ସଂସ୍କାର : ‘ନାମ ନେଉଛୁ, ଏ ବର୍ଷା ବହୁତ ହଇରାଣ କଲାଣି, ଯୁଆଡେ ଗଲେ ବର୍ଷା ପିଛା ଛାଡୁନାହିଁ। ଟିକେ ଦୟା, କର। ପ୍ଲିଜ, ବାହାରକୁ ଆସିଛୁ, କାମ କରିବୁ କି ନାହିଁ ?’
ଲଣ୍ଡନର ସହରକୁ ଫିଲ୍ମ ସୁଟିଂ ପାଇଁ ଯାଇଥିବା ଅଭିନେତା ଅନୁଭବ ମହାନ୍ତି ଏଭଳି କହୁଥିବା ଦେଖିବାକୁ ମିଳିଛି। ବାସ୍ତବରେ ଏବେ ସୁଦୂର ଲଣ୍ଡନରେ ସୁଟିଂ ଚାଲିଛି ଅନୁଭବଙ୍କ ନୂଆ ଫିଲ୍ମ ‘ଲଭ ଇନ୍ ଲଣ୍ଡନ’। ଆଉ ଏହି ସୁଟିଂ ସମୟରେ ବଡ ବାଧକ ସାଜିଛି ବର୍ଷା। ଅବିରତ ବର୍ଷା ସମୟରେ ବି ଏହି ଫିଲ୍ମର ସୁଟିଂ ଜାରି ରହିଛି।
ତେବେ ବର୍ଷା ପ୍ରବଳମାତ୍ରାରେ ହେଉଥିବାରୁ ସୁଟିଂ କାମ ଅଟକି ରହିଥିଲା। ଆଉ ଏହାକୁ ଦେଖି ଫିଲ୍ମର ନିର୍ଦ୍ଦେଶକ ତାପସ ସରଘରିଆ ଅନୁଭବଙ୍କୁ ପ୍ରଶ୍ନ କରିଛନ୍ତି ଯେ, ବର୍ଷା ପାଗରେ କେମିତି ଲାଗୁଛି? ଏହାର ଉତ୍ତରରେ ଅନୁଭବ କହିଛନ୍ତି- ‘ନାମ ନେଉଛୁ, ଏ ବର୍ଷା ବହୁତ ହଇରାଣ କଲାଣି, ଯୁଆଡେ ଗଲେ ବର୍ଷା ଛାଡୁନାହିଁ। ଟିକେ ଦୟା, କର। ପ୍ଲିଜ, ବାହାରକୁ ଆସିଛୁ, ଆମେ କାମ କରିବୁ କି ନାହିଁ।’ ଆଉ ଅନୁଭବ ଏପରି କହୁଥିବା ବେଳେ ନିର୍ଦ୍ଦେଶକ ସରଘରିଆ ହସିହସି ବେଦମ୍ ହେଉଥିବା ଦେଖିବାକୁ ମିଳୁଛି।
ଦେଖନ୍ତୁ ଭିଡ଼ିଓ :
ଉଲ୍ଲେଖ ଥାଉ କି ଓଡ଼ିଆ ଫିଲ୍ମ ‘ଲଭ ଇନ୍ ଲଣ୍ଡନ’ର ସୁଟିଂ ବର୍ତ୍ତମାନ ଲଣ୍ଡନରେ ଜାରି ରହିଛି।ଏହି ଫିଲ୍ମର ନିର୍ଦ୍ଦେଶନା ତାପସ ସରଘରିଆ ଦେଉଥିବାବେଳେ ଏଥିରେ ଅନୁଭବ ମହାନ୍ତିଙ୍କ ବିପକ୍ଷରେ ନାୟିକା ହୋଇଛନ୍ତି ସ୍ୱପ୍ନା ପ୍ରିୟଦର୍ଶିନୀ।
ଫିଲ୍ମଟିର ରିଲିଜ୍ ତାରିଖ ଓ ଷ୍ଟାରକାଷ୍ଟ ବିଷୟରେ ଜଲଦି ଘୋଷଣା ହେବ ବୋଲି ଅନୁଭବ ଏକ ସୋସିଆଲ ମିଡିଆ ଭି଼ଡିଓରେ କହିଛନ୍ତି।