ବଲିଉଡ଼ର ପ୍ରସିଦ୍ଧ ଅଭିନେତା ୫୩ ବର୍ଷ ବୟସରେ ଚାଲିଗଲେ ପରଲୋକକୁ, ଜାଣନ୍ତୁ କେମିତି ହେଲା ତାଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ହିନ୍ଦୀ ସିନେ ଅଭିନେତା ଇରଫାନ ଖାନଙ୍କ ଆଜି ସବୁଦିନ ପାଇଁ ଆଖି ବୁଜିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ହୋଇଥିଲା । ମଳଦ୍ଵାର ସଂକ୍ରମଣ ଯୋଗୁ ତାଙ୍କୁ ମୁମ୍ବାଇର କୋକିଲାବେନ୍ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅନେକ ମାସ ଧରି ସେ ଏକ ଟ୍ୟୁମର ସହିତ ଲଢୁଥିଲେ ଓ ଲଣ୍ଡନରେ ଚିକିତ୍ସିତ ହେବା ପରେ ଏଇ କେଇ ମାସ ତଳେ ସେ ମୁମ୍ବାଇ ଫେରିଥିଲେ ।

ମଙ୍ଗଳବାର ସନ୍ଧ୍ୟାରେ ଇରଫାନ ଖାନ ଡାକ୍ତରଖାନାରେ ଭର୍ତ୍ତି ହେବା ଖବର ପ୍ରସାରିତ ହେଲା ଓ ୟାପରେ ଇରଫାନଙ୍କ ମୁଖପାତ୍ର ଇରଫାନଙ୍କୁ ଇଣ୍ଟେନ୍ସିଭ୍ କେୟାର ୟୁନିଟକୁ ନିଆଯାଇଥିଲା ବୋଲି କହି ତାଙ୍କ ମୃତ୍ୟୁ ଗୁଜବକୁ ଖଣ୍ଡନ କରିଥିଲେ । ଖବର ପାଇଁ ଇରଫାନଙ୍କ ପତ୍ନୀ ସୁତାପା ସିକଦାର,ପୁଅ ବାବିଲ ଓ ଆୟାନ ଖାନ ମଧ୍ୟ ଡାକ୍ତରଖାନାରେ ପହଞ୍ଚିଥିଲେ ।

ମାର୍ଚ୍ଚ ୨୦୧୮ରେ ଇରଫାନଙ୍କର ଏକ ନ୍ୟୁରୋଏଣ୍ଡୋକ୍ରାଇନ୍ ଟ୍ୟୁମରରେ ଚିହ୍ନଟ କରାଯାଇଥିଲା, ଯାହା ପରେ ସେ ଚିକିତ୍ସା ପାଇଁ ଲଣ୍ଡନ ଯାଇଥିଲେ । ସେ ଫେବୃଆରୀ ୨୦୧୯ରେ ଆଙ୍ଗ୍ରେଜି ମିଡିୟମ୍ ଶୁଟ୍ କରିବା ପାଇଁ ଭାରତ ଫେରିଥିଲେ ସତ କିନ୍ତୁ ସୁଟିଙ୍ଗ ସାରି ପୁଣି ଲଣ୍ଡନ ଫେରିଥିଲେ । ଲଣ୍ଡନରେ ଅସ୍ତ୍ରୋପଚାର ଏବଂ ଚିକିତ୍ସା ପରେ ସେ ଗତ ବର୍ଷ ସେପ୍ଟେମ୍ବରରେ ଭାରତ ଫେରିଥିଲେ । ଏଇ କିଛି ଦିନ ପୂର୍ବରୁ ଇରଫାନ୍ ଖାନଙ୍କ ମାଆ ସଇଦା ବେଗମ୍ (୯୫) ଶେଷ ନିଶ୍ଵାସ ତ୍ୟାଗ କରିଥିଲେ ହେଁ ଲକଡାଉନ ଯୋଗୁ ମାଆଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇ ପାରିନଥିଲେ । ଏକ ଭିଡିଓ କନଫରେନ୍ସିଂ ଅଧିବେଶନ ମାଧ୍ୟମରେ ତାଙ୍କ ମୃତ ମାତାଙ୍କୁ ସେ ଶେଷ ସମ୍ମାନ ଜଣାଇଥିଲେ ।

ଇରଫାନ ଖାନଙ୍କୁ ଶେଷ ଥର ପାଇଁ ଅଙ୍ଗ୍ରେଜି ମିଡିୟମରେ ଦେଖିବାକୁ ମିଳିଥିଲା, ଯାହାକି ଭାରତରେ ଲକଡାଉନ ଲାଗୁ ହେବାର ଏକ ସପ୍ତାହ ପୂର୍ବରୁ ମୁକ୍ତିଲାଭ କରିଥିଲା । ଅସୁସ୍ଥତା ହେତୁ ସେ ଫିଲ୍ମର ପ୍ରମୋଶନରେ ଅଂଶଗ୍ରହଣ କରିନଥିଲେ ହେଲେ ଟ୍ରେଲର ରିଲିଜ୍ ପୂର୍ବରୁ ଏକ ଭିଡିଓ ମେସେଜ୍ ମାଧ୍ୟମରେ ସେ ତାଙ୍କ ପ୍ରଶଂସକଙ୍କ ସହିତ କଥା ହୋଇଥିଲେ । ତାଙ୍କର ଚଳଚ୍ଚିତ୍ର କ୍ରେଡିଟରେ “ଦ ଲଞ୍ଚବକ୍ସ” ଏବଂ “ଜୁରାସିକ୍ ୱାର୍ଲ୍ଡ” ଭଳି ଚଳଚ୍ଚିତ୍ର ଅନ୍ତର୍ଭୁକ୍ତ ।

https://twitter.com/ShoojitSircar/status/1255377784773410818?s=20

ପିକୁରେ ଇରଫାନ ଖାନଙ୍କ ନିର୍ଦ୍ଦେଶନା ଦେଇଥିବା ଚଳଚ୍ଚିତ୍ର ନିର୍ମାତା ଶୋଜିତ ସିରକାର ଟ୍ୱିଟ କରି କହିଛନ୍ତି ଇରଫାନଙ୍କୁ ନିଜର ପ୍ରିୟ ବନ୍ଧୁ ସମ୍ବୋଧନ କରିବା ସହିତ ତାଙ୍କୁ ଜଣେ ଯୋଦ୍ଧା ବୋଲି ବି କହିଛନ୍ତି ।

Leave a Reply

Your email address will not be published. Required fields are marked *