ଅଭିନେତ୍ରୀ ପାୟଲ ଘୋଷ ଦାବି କରିଛନ୍ତି ଯେ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କାଶ୍ୟପ ଥରେ ତାଙ୍କୁ ନିର୍ଯାତନା ଦେବାକୁ ଚେଷ୍ଟା କରିଥିଲେ। ସେ କହିଥିଲେ ଯେ ସେ ତାଙ୍କ ସାମ୍ନାରେ ନଗ୍ନ ହୋଇଯାଇଥିଲେ ଏବଂ ତାଙ୍କ ସହ ଅନ୍ତରଙ୍ଗ ହେବାକୁ ଚେଷ୍ଟା କରିଥିଲେ।
ଏକ ସାକ୍ଷାତକାରରେ, ଅଭିନେତ୍ରୀ 2014 ରେ ଏହି ଘଟଣା ବିଷୟରେ ପ୍ରକାଶ କରିଥିଲେ। ପାୟଲ କହିଛନ୍ତି, ‘2014 ରେ ପ୍ରସିଦ୍ଧ ନିର୍ଦ୍ଦେଶକ ଅନୁରାଗ କାଶ୍ୟପ ମୋତେ ଅସଦାଚରଣ କରିଥିଲେ। ନିର୍ଦ୍ଦେଶକ ମୋତେ କହିଥିଲେ ଯେ ତାଙ୍କ ସହ କାମ କରୁଥିବା ଝିଅ ମାନେ ତାଙ୍କ ସହ ଅଲଗା ସମୟ’ ବିତାନ୍ତି। ଅନୁରାଗ କଶ୍ୟପଙ୍କ ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି ପାୟଲ।
ଏତେ ଦିନ ପର୍ଯ୍ୟନ୍ତ ନିରବତାକୁ ନେଇ ପ୍ରଶ୍ନ କରିବାରୁ ପାୟଲ କହିଛନ୍ତି, ‘ମୁଁ ଏହା ବିଷୟରେ ଅନେକ ଥର କହିବାକୁ ଚାହୁଁଥିଲି କିନ୍ତୁ ମୋ ପରିବାର ଏବଂ ଘନିଷ୍ଠ ବନ୍ଧୁମାନେ ମୋତେ ଚୁପ୍ ରହିବାକୁ କହିଥିଲେ ଯାହା ଦ୍ୱାରା ଭବିଷ୍ୟତରେ ମୋର କୌଣସି ଅସୁବିଧା ହେବ ନାହିଁ। କିନ୍ତୁ ଆମେ ଏପରି ଲୋକମାନଙ୍କ ବିଷୟରେ ଆଲୋଚନା କରିବା ଆବଶ୍ୟକ, ଯେଉଁମାନେ ତାଙ୍କର ପାୱାର ଓ ପୋଜିସନ ର ଅପବ୍ୟବହାର କରୁଛନ୍ତି।
ମୁଁ ସେହି ଘଟଣାକୁ ଆଜି ପର୍ଯ୍ୟନ୍ତ ଭୁଲି ପାରି ନାହିଁ ଏବଂ ଏହା ମୋତେ ବହୁତ କଷ୍ଟ ଦେଉଛି । ଆପଣ ଜାଣିଥିବେ ଯେ ଅନୁରାଗ ଏବଂ କଲ୍କିଙ୍କ ବିବାହ 2011 ରୁ 2015 ପର୍ଯ୍ୟନ୍ତ ରହିଥିଲା । ସେମାନେ 2013 ରେ ଅଲଗା ହେବା ଘୋଷଣା କରିବା ପରେ 2015 ରେ ଛାଡପତ୍ର ଦେଇଥିଲେ।