ସମାଜସେବୀ ଆଦିତ୍ୟ ଦାଶଙ୍କ ବାପାମା’ ପୋଷ୍ଟ କଲେ ଏକ ଭିଡ଼ିଓ : କହିଲେ ପଇସା ନୁହେଁ ନ୍ୟାୟ ଦରକାର, ଦେଖନ୍ତୁ ଭିଡ଼ିଓ

ନିକଟରେ ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାର ତଦନ୍ତକୁ ନେଇ “ପିପୁଲ୍ ଫର୍ ସେବା”ର ସଦସ୍ୟମାନେ ବିଦ୍ୟାଶ୍ରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । CBI ତଦନ୍ତ ପାଇଁ ଦାବି କରିଥିଲେ । ତେବେ ଗତ ଗୁରୁବାର ଦିନ ମୃତ ଆଦିତ୍ୟଙ୍କ ବାପାମା’ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି । ଆଦିତ୍ୟଙ୍କ ମୃତ୍ୟୁ ପରେ ସେମାନେ ଥାନାରେ କାହିଁକି FIR ଦେଇନଥିଲେ ସେ ସମ୍ପର୍କରେ କହିଛନ୍ତି ।

କ୍ରାଇମବ୍ରାଞ୍ଚ ତଦନ୍ତକୁ ଏଯାବତ୍ ୨୩ ଦିନ ବିତି ସାରିଥିଲେ ବି ଆଦିତ୍ୟଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା ତାହା ସ୍ପଷ୍ଟ କରିପାରି ନାହିଁ । ଅନ୍ୟପକ୍ଷରେ ଆଦିତ୍ୟଙ୍କ ପରିବାରକୁ ଟଙ୍କା ଯାଚି ମାମଲାକୁ ଚାପିବାକୁ ଉଦ୍ୟମ କରୁଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

କେବଳ ଆଦିତ୍ୟଙ୍କ ବନ୍ଧୁ, ପରିବାର କି ପ୍ରଶଂସକ ନୁହନ୍ତି ସାରା ଓଡ଼ିଶାବାସୀ ଚାହିଁ ବସିଛନ୍ତି ଜାଣିବାକୁ ଯେ ସତ୍ୟ କଣ ? ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ହତ୍ୟା ଥିଲା ନା ଆତ୍ମହତ୍ୟା? କ୍ରାଇମବ୍ରାଞ୍ଚର ତଦନ୍ତ କିନ୍ତୁ ଏଯାଏଁ ସେ ପ୍ରଶ୍ନର ଉତ୍ତର ଖୋଜି ପାଇନି । ଭିଡ଼ିଓରେ କିନ୍ତୁ ଆଦିତ୍ୟଙ୍କ ବାପାମା, କହୁଛନ୍ତି ଯେ କିଛି ବ୍ୟକ୍ତି ତାଙ୍କ ନାମ ନେଇ ପଇସା ଖାଉଛନ୍ତି ଏବଂ ସେମାନଙ୍କୁ ମଧ୍ୟ ପଇସା ଲୋଭ ଦେଖାଉଛନ୍ତି । ତାଙ୍କୁ ଘରଭଡ଼ା କି ବିଦ୍ୟୁତ ବିଲ ଦରକାର ନାହିଁ ବରଂ ପୁଅ ପାଇଁ ନ୍ୟାୟ ଦରକାର ।

 

Leave a Reply

Your email address will not be published. Required fields are marked *