ସଂସ୍କାର : ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ଆମେରିକୀୟ ବ୍ୟବସାୟୀ ରାଜ୍ କୁନ୍ଦ୍ରା ଭାରତରେ ପର୍ଣ୍ଣ ଭିଡ଼ିଓ ତିଆରି କରି ଇଣ୍ଟରନେଟରେ ଛାଡି ସେଥିରୁ ଅର୍ଥ ରୋଜଗାର କରିବା ମାମଲାରେ ବର୍ତ୍ତମାନ ଜେଲ୍ ରେ ରହିଛନ୍ତି। ସେ ବର୍ତ୍ତମାନ ମୁମ୍ବାଇ ପୋଲିସର ହେପଜାତରେ ରହିଥିବା ବେଳେ, ଦିନକୁ ଦିନ ରାଜ୍ ଙ୍କ ପର୍ଣ୍ଣ ଭିଡ଼ିଓକୁ ନେଇ ନୂଆ ନୂଆ ରାଜ୍ ଖୋଲୁଚି। ଏହାରି ମଧ୍ୟରେ କମାଲ ରସିଦ ଖାନ୍ ବା ବଲିଉଡ ର କେଆରକେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସର୍ବଦା ପ୍ରତ୍ୟେକ ଚଳଚ୍ଚିତ୍ରକୁ ସମାଲୋଚନା କରୁଥିବା ତଥା ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହୁଥିବା କେଆରକେ ବର୍ତ୍ତମାନ ସନ୍ନି ଲିଓନିଙ୍କ ପ୍ରସଙ୍ଗରେ ଦେଇଥିବା ବୟାନକୁ ନେଇ ଜବରଦସ୍ତ ହେଡଲାଇନରେ ରହିଛନ୍ତି।
କେଆରକେ ସନ୍ନି ଲିଓନିଙ୍କ ବିରୋଧରେ ଅନେକ ପ୍ରଶ୍ନ ଉଠାଇଛନ୍ତି। କେଆରକେ ସନ୍ନି ଲିଓନିଙ୍କୁ ଅପମାନିତ କରି କହିଛନ୍ତି ଯେ ସନ୍ନିଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ, ସେ ବି ତ ଭାରତରେ ପର୍ଣ୍ଣ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରଚାର ପାଇଁ ଦାୟୀ।
କେଆରକେ ଟୁଇଟ୍ କରି ନିଜର ମତ ରଖିଛନ୍ତି। ସେ ଟୁଇଟରେ ଲେଖିଛନ୍ତି ଯେ, ‘ଆଜି କେବଳ ସନି ଲିଓନଙ୍କ ଯୋଗୁଁ ଭାରତରେ ଅନେକ ପେସାଦାର ପର୍ଣ୍ଣ ତାରକା ତିଆରି ହୋଇଛନ୍ତି। ସନ୍ନି ଦେଶରେ ପର୍ଣ୍ଣ ଇଣ୍ଡଷ୍ଟ୍ରିକୁ ପ୍ରୋତ୍ସାହିତ କରିଛନ୍ତି। ତେବେ ସନ୍ନି ଲିଓନଙ୍କ ବିରୋଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ, ଏହାର ପରିଣାମ ସ୍ୱରୂପ ଅନ୍ୟ ଝିଅମାନେ ମଧ୍ୟ ପର୍ଣ୍ଣ ତାରକା ହେବାକୁ ମନ ବଳାଇଲେ।
କେଆରକେ ଆହୁରି ଲେଖିଛନ୍ତି ଯେ, ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକମାନେ ମଧ୍ୟ ସମାନ ଭାବରେ ଦାୟୀ, ଯେଉଁମାନେ ସନ୍ନି ଲିଓନଙ୍କୁ ସମାଲୋଚନା କରିବା ପରିବର୍ତ୍ତେ ତାଙ୍କୁ ବହୁତ ପ୍ରଶଂସା କରିଥିଲେ।
ତେବେ କେଆରକେ ଗୋଟିଏ ତୀରରେ ଦୁଇଟି ଶିକାର କରିଦେଲେ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି।କେଆରକେ ସନ୍ନି ଲିଓନଙ୍କ ନାମ ନେଇ ବଲିଉଡକୁ ମଧ୍ୟ ଟ୍ରୋଲ୍ କରିଦେଲେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।