ଆଫଗାନିସ୍ତାନ : ଆଇଟି ମନ୍ତ୍ରୀ ବିକୁଛନ୍ତି ପିଜା , ସେପଟେ ଜେଲରେ ଥିବା ଆତଙ୍କବାଦୀ ବର୍ତ୍ତମାନ ଦେଶର ପ୍ରତିରକ୍ଷା ମନ୍ତ୍ରୀ

ସଂସ୍କାର : ଦୀର୍ଘ ୨୦ ବର୍ଷ ପରେ ପୁଣି ଆଫଗାନିସ୍ତାନକୁ ଫେରିଛନ୍ତି ତାଲିବାନ ଆତଙ୍କବାଦୀ। ସେମାନଙ୍କର ଶାସନରେ ଭୟଭୀତ ହୋଇ ଅନେକ ଲୋକ ଆଫଗାନିସ୍ତାନ ଛାଡିସାରିଛନ୍ତି। ଏପରିକି ଆଫଗାନିସ୍ତାନର ରାଷ୍ଟ୍ରମୁଖ୍ୟ ମଧ୍ୟ ନିଜର ଦେଶ ଛାଡି ୟୁଏଇରେ ଆଶ୍ରୟ ନେଇଛନ୍ତି। କିନ୍ତୁ ଆଫଗାନିସ୍ତାନକୁ ତାଲିବାନ୍ କବଜା କରିବା ପରେ ଏବେ ଚର୍ଚ୍ଚାରେ ଦୁଇ ଜଣ ମନ୍ତ୍ରୀଙ୍କ କାହାଣୀ ।

ଆଫଗାନିସ୍ତାନର ପୂର୍ବତନ ଆଇଟି ମନ୍ତ୍ରୀ ସୟଦ ଅହମ୍ମଦ ଶାହ ବର୍ତ୍ତମାନ ଜର୍ମାନୀରେ ଅଛନ୍ତି । ତାଲିବାନର ବର୍ବରତାରୁ ରକ୍ଷା ପାଇବା ପାଇଁ ବର୍ଷକ ପୂର୍ବରୁ ସେ ଜର୍ମାନୀ ପଳାଇଥିଲେ ।କିନ୍ତୁ ବର୍ତ୍ତମାନ ସୟଦ ସେଠାରେ ପିଜା ବିକ୍ରି କରି ଗୁଜରାଣ ମେଣ୍ଟାଉଛନ୍ତି । ଲେପଗିଜ୍ ସହରରେ ସପରିବାର ସହ ସେ ଶରଣାର୍ଥୀ ଭାବେ ରହୁଛନ୍ତି । ବଞ୍ଚିବା ପାଇଁ ଚାକିରି ଖୋଜି ନପାଇବାରୁ ଶେଷରେ ସେ ଫୁଡ୍ ଡେଲିଭର ଭୟ ଚାକିରିଟିଏ ଯୋଗାଡ କରିଥିଲେ । ଏବେ ସେ ସାଇକେଲରେ ସହର ସାରା ବୁଲି ପିଜା ବିକ୍ରି କରୁଛନ୍ତି ।

ସେହିପରି ତାଲିବାନ ଅବଦୁଲ କୟୁମ୍ ଜାକିରଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ଭାବେ ନିଯୁକ୍ତ କରିଛି । ଅବଦୁଲ ଆମେରିକାର ସବୁଠାରୁ ବିପଜ୍ଜନକ ଗୁଆଂଟାନାମୋ ଜେଲରେ ବନ୍ଦୀ ଥିଲେ । ଏବେ ହାର୍ଡକୋର ଆତଙ୍କବାଦୀ ୨୦୧୪ ମସିହାରେ ଜେଲ୍ ରୁ ବାହାରିଥିଲା । ଅବଦୁଲ କୟୁମ ହାତରେ ବର୍ତ୍ତମାନ ଆଫଗାନିସ୍ତାନ ର ପ୍ରତିରକ୍ଷା ବିଭାଗର ଦାୟିତ୍ୱ ରହିଛି । ତେଣୁ ସମସ୍ତ ପଡୋଶୀ ରାଷ୍ଟ୍ର ଓ ଭାରତ ପାଇଁ ବିପଦ ବଢାଇବ ବୋଲି ଆଶଂକା କରାଯାଉଛି। ତେବେ ଏହି କାହାଣୀରୁ ଗୋଟିଏ ଶିକ୍ଷା ମିଳୁଛି । ତାହା ହେଲା ସମୟ ହେଉଛି ମୂଲ୍ୟବାନ । ପ୍ରତ୍ୟେକ ବ୍ୟକ୍ତିର ଭଲ ସମୟ ଓ ଖରାପ ସମୟ ଆସେ। ଯିଏ ଭଲ ସମୟ ଦେଇ ଗତି କରିଥାଏ ତାହାର ଦିନେ ନା ଦିନେ ଖରାପ ସମୟ ଆସିଥାଏ, ଆଉ ଯିଏ ଖରାପ ସମୟ ଦେଇ ଗତି କରିଥାଏ , ତାହାର ବି ଦିନେନା ଦିନେ ଭଲ ସମୟ ଆସିଥାଏ। ତେଣୁ ଭବିଷ୍ୟତକୁ ବିଚାର କରି ବର୍ତ୍ତମାନ ସମୟକୁ ଭଲ ଭାବରେ ଗୁରୁତ୍ୱ ଦେବା ଉଚିତ।

Leave a Reply

Your email address will not be published. Required fields are marked *