ବଲିଉଡ ଅଭିନେତା ଆଫତାବ ଶିବଦଶାନି କରୋନା ଭାଇରସ୍ ସଂକ୍ରମଣ ର ଲକ୍ଷଣ ଦେଖା ଦେବା ପରେ ପରୀକ୍ଷା କରିଥିଲେ ଫଳ ରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ସେ କହିଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ଅଭିନେତା ଟ୍ୱିଟ କରି କରିଛନ୍ତି ଯେ ସେ ଏହି କରୋନା ସଂକ୍ରମିତ ହୋଇଛନ୍ତି ଏବଂ ତାଙ୍କୁ ହୋମ କ୍ୟାରାଣ୍ଟିନ ରେ ରହିବାକୁ ପରାମର୍ଶ ଦିଆଯାଇଛି।
ଟୁଇଟରରେ ଏକ ବିବୃତ୍ତି ପ୍ରକାଶ କରି ଆଫାବ୍ ଶିବଦାସାନି ଲେଖିଛନ୍ତି: “ସମସ୍ତଙ୍କୁ ନମସ୍କାର, ଆଶାକରେ ଆପଣ ସମସ୍ତେ ସୁସ୍ଥ ଏବଂ ଭଲ ଅଛନ୍ତି ଏବଂ ଆପଣ ନିଜେ ଯତ୍ନ ନେଉଛନ୍ତି। ନିକଟରେ ମୁଁ ଶୁଖିଲା କାଶ ଏବଂ ସାମାନ୍ୟ ଜ୍ୱରର ସାମାନ୍ୟ ଲକ୍ଷଣ ଦେଖାଯିବା ଆରମ୍ଭ ହେଇଥିଲା ଏବଂ ମୁଁ ନିଜକୁ COVID- 19 ପରୀକ୍ଷା କଲି ଦୁର୍ଭାଗ୍ୟବଶତ ଫଳାଫଳ ପଜିଟିଭ ଆସିଲା ଏବଂ ଡାକ୍ତର ଏବଂ କର୍ତ୍ତୃପକ୍ଷଙ୍କ ଡାକ୍ତରୀ ତତ୍ୱାବଧାନରେ ମୋତେ ହୋମ କ୍ୟାରାଣ୍ଟିନ ରେ ରହିବାକୁ ପରାମର୍ଶ ଦିଆଗଲା। “
42 ବର୍ଷୀୟ ଅଭିନେତା ଆହୁରି କହିଛନ୍ତି, “ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେଉଁମାନେ ହୁଏତ ମୋ ସହିତ ଯୋଗାଯୋଗ କରିଥିବେ ଦୟାକରି ନିଜକୁ ନିରାପଦରେ ପରୀକ୍ଷା କରନ୍ତୁ। ଆପଣଙ୍କର ସମର୍ଥନ ଏବଂ ଶୁଭେଚ୍ଛା ସହିତ ମୁଁ ଶୀଘ୍ର ସୁସ୍ଥ ହୋଇଯିବି ଏବଂ ସ୍ୱାଭାବିକ ଅବସ୍ଥାକୁ ଫେରିବି। ” ସାମାଜିକ ଦୂରତା ଅଭ୍ୟାସ କରିବା, ମାସ୍କ ପିନ୍ଧିବା ଏବଂ ସାନିଟାଇଜର ବ୍ୟବହାର ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ।