ବିବାହର ୧୪ ବର୍ଷ ପରେ ବି ଏହି କାରଣରୁ ସ୍ୱାମୀ ନେଲା ପତ୍ନୀର ଜୀବନ : ହାରିଗଲା ଗାଁ ପଞ୍ଚାୟତ

ସମ୍ବଲପୁର : ବାସନ ଏକାଠି ରହିଲେ ଖୁଡ଼ଖାଡ଼ ହୁଏ, ଏହି ଲୋକପ୍ରଥାକୁ ନେଇ ପାରିବାରିକ କଳହ ଏକ ସାଧାରଣ କଥା କହି ଅନେକେ ଅଣଦେଖା କରନ୍ତି । କିନ୍ତୁ ତାହା ଯେ ଅଧିକାଂଶ ସମୟରେ ଭୟାବହ ପରିସ୍ଥିତି ସ୍ତୁଷ୍ଟି କରେ ଏ କଥାକୁ କେହି ପ୍ରାଧାନ୍ୟ ଦିଅନ୍ତି ନାହିଁ । ସେହିଭଳି ସମ୍ବଲପୁର ଜିଲ୍ଲା ବାମରା ବ୍ଲକର ଗୋବିନ୍ଦପୁର ଥାନା ଅନ୍ତର୍ଗତ ସିମିଳିବାହାଲ ଗାଁରେ ଏକ ସାଧାରଣ ପାରିବାରିକ କଳହ ସ୍ଵାମୀଙ୍କୁ ଅଭିଯୁକ୍ତ କରିଦେଇଛି ଓ ପତ୍ନୀଙ୍କୁ ମୃତ୍ୟୁ ମୁହଁକୁ ଠେଲି ଦେଇଛି ।

ଅଭିଯୋଗକାରୀ ଜଣକ ହେଲେ ମୃତ ପତ୍ନୀଙ୍କ ଭାଇ ସୁଶାନ୍ତ କଉଡ଼ି । ସେ ମଧ୍ୟ ସେହି ଏକା ଗାଁରେ ରୁହନ୍ତି । ତାଙ୍କ ଅଭିଯୋଗ ଅନୁସାରେ ମୃତ ଭଉଣୀ ଅସ୍ମିତା ସା’ (୨୮) ସେହି ଗାଁର ସ୍ଵପ୍ନେଶ୍ୱର ସା’ ଙ୍କୁ ବିବାହ କରିଥିଲା । ସେମାନଙ୍କ ବିବାହକୁ ୧୪ ବର୍ଷ ବିତିଗଲାଣି ହେଲେ ଆଜି ଯାଏଁ ଦାମ୍ପତ୍ୟ ବୁଝାମଣା ହେଇ ପାରିଲା ନାହିଁ । ତଥାପି ତାଙ୍କର ଦୁଇ ଝିଅ ଭାରତୀ (୧୩) ଓ ଜ୍ୟୋତି (୯) ।

ସୁଶାନ୍ତଙ୍କ ଅଭିଯୋଗ କରିଛନ୍ତି ଯେ ଅନେକ ସମୟରେ ଉଭୟଙ୍କ ମଧ୍ୟରେ କଳହ ଲାଗି ରହୁଥିଲା । ଗାଁରେ ସଭା କରି ବହୁତ ଥର ସେମାନଙ୍କ କଳହର ଆପୋଷ ସମାଧାନ କରାଯାଉଥିଲା । ହେଲେ ଗତ ସୋମବାର ଦିନ ସେ ଘରେ ଥିବା ସମୟରେ ଅପରାହ୍ନ ପ୍ରାୟ ୩ ଟା ବେଳକୁ ଦୁଇ ଭାଣିଜୀ ତାଙ୍କ ପାଖକୁ ଆସି ବାପା ମା’କୁ ମାରି ଦେଲେ ବୋଲି କହିଥିଲେ । ଅଭିଯୋଗରେ ସୁଶାନ୍ତ ଏକଥା ବି ଉଲ୍ଲେଖ କରିଛନ୍ତି ଯେ ସ୍ଵପ୍ନେଶ୍ଵର କେବଳ ତାଙ୍କ ପତ୍ନୀ ଓ ମୋ ଭଉଣୀ ସରିତାକୁ ହତ୍ୟା କରିନାହାନ୍ତି, ମୋତେ ବି ମାରୁଦେବେ ବୋଲି ମୋ ଭାଣିଜୀ ଦୁଇଜଣ କହିଲେ ।

ଘଟଣା ସ୍ଥଳକୁ ଗଡ଼ପୋଷ ଫାଣ୍ଡି ଅଧିକାରୀ ଦେବରାଜ ପ୍ରଧାନ ଟିମ ସହିତ ପହଞ୍ଚି ମୃତ ଶରୀରକୁ ଜବତ କରିଛନ୍ତି ଓ ଅଭିଯୋଗ ଅନୁଯାୟୀ ଅଭିଯୁକ୍ତ ସୁଶାନ୍ତଙ୍କ ଭିଣୋଇ ସ୍ଵପ୍ନେଶ୍ଵରଙ୍କୁ ଅଟକ ରଖିଛନ୍ତି । କେବଳ ସେତିକି ନୁହେଁ ଏ ବାବଦରେ ଗୋବିନ୍ଦପୁର ଥାନାରେ ଧାରା ୩୦୨, ୪୯୮(କ) ରେ ଏକ ମାମଲା ରୁଜୁ ହୋଇଛି ।

Leave a Reply

Your email address will not be published. Required fields are marked *