ସଂସ୍କାର : ନାବାଳିକାଙ୍କୁ ଉଲଗ୍ନ କରି ମାଡ଼। ନାବାଳିକାଙ୍କ ଦେହରୁ ବସ୍ତ୍ର ବାହାର କରି ଚପଲରେ ସେକି ଦେଇଗଲେ ଜଣେ ମହିଳା। ଆଉ ଏପରି ବର୍ବର କାଣ୍ଡ ଘଟାଇଛନ୍ତି ଜଣେ ବଲିଉଡର ପ୍ରତିଷ୍ଠିତ ଅଭିନେତ୍ରୀ। ତେବେ ଆମେ ତାଙ୍କ ନାମ ଆପଣଙ୍କ ନିକଟରେ ପ୍ରକାଶ କରିପାରିବୁ ନାହିଁ। କେବଳ ଅଭିନେତ୍ରୀ ମହିଳାଙ୍କର ଏହି ଅମାନୁଷିକ କାଣ୍ଡ ବିଷୟରେ କହିବୁ।
ମହାରାଷ୍ଟ୍ରର ମାୟାନଗରୀ ମୁମ୍ବାଇରୁ ସାମ୍ନାକୁ ଆସିଛି ଏହି ଆଶ୍ଚର୍ଯ୍ୟଜନକ ମାମଲା। ଏଠାରେ ଜଣେ ଅଭିନେତ୍ରୀ ଜଣେ ନାବାଳିକା ଝିଅଙ୍କୁ ନିଜ ଘରର ଚାକର କରି ରଖିଥିଲେ। ଆଉ ଝିଅଟି କାମକୁ ବିଳମ୍ବରେ ଆସିଲା ବୋଲି ଅଭିନେତ୍ରୀ ଜଣକ ତାଙ୍କୁ ଉଲଗ୍ନ କରି ମାଡ଼ ମାରିଲେ। ନାବାଳିକା ଝିଅଟିର ଦେହରୁ ପୋଷାକ ବାହାର କରି ପାଦ ତଳେ ପିନ୍ଧିଥିବା ସେଣ୍ଡେଲରେ ଝିଅଟିର ଚର୍ବି ଉତାରି ଦେଲେ ଅଭିନେତ୍ରୀ।
ଆଉ ଝିଅଟିକୁ ମାଡ଼ ମାରିବାର ଫୋଟ ଆଉ ଭିଡିଓ ମଧ୍ୟ ଉତ୍ତୋଳନ କରିଥିଲେ ଅଭିନେତ୍ରୀ । ତେବେ ଯେତେବେଳେ ଏହି ଘଟଣାର ଫୋଟ ଆଉ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲିଲା ଠିକ ସେହି ସମୟରେ ଲୋକମାନେ ସୋସିଆଲ ମିଡିଆରେ କ୍ରୋଧ ପ୍ରକାଶ କରିଛନ୍ତି। ସୋସିଆଲ ମିଡ଼ିଆ ବ୍ୟବହାରକାରୀମାନେ ଅଭିଯୁକ୍ତ ଅଭିନେତ୍ରୀଙ୍କୁ ଗିରଫ ସହିତ ଦଣ୍ଡ ଦେବାକୁ ଦାବି କରିଥିଲେ।
ଟାଇମ୍ସ ନାଓ ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏହି ଘଟଣା ମୁମ୍ବାଇର ଭର୍ସୋଭା ଅଞ୍ଚଳରେ ଘଟିଛି। ନାବାଳିକା ଜଣକ ଘରେ ପହଞ୍ଚି ତା’ର ବଡ଼ ଭଉଣୀକୁ ସମ୍ପୁର୍ଣ୍ଣ ଘଟଣା ବିଷୟରେ ବର୍ଣ୍ଣନା କରିଥିଲେ। ଏହା ପରେ ନାବାଳିକା ଜଣକ ନିଜ ବଡ଼ ଭଉଣୀ ସହିତ ପୋଲିସ ଷ୍ଟେସନରେ ଅଭିଯୁକ୍ତ ଅଭିନେତ୍ରୀଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ତେବେ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ଅଭିଯୁକ୍ତ ଅଭିନେତ୍ରୀଙ୍କୁ ଗିରଫ କରିଥିବା ଜଣାପଡିଛି।
ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ମହିଳା ମୁମ୍ବାଇର ଭର୍ସୋଭାରେ ରୁହନ୍ତି। ସେ ଜଣେ ସଂଘର୍ଷପୂର୍ଣ୍ଣ ଅଭିନେତ୍ରୀ ବୋଲି ଦାବି କରାଯାଉଛି। ଏବେ ପୀଡିତା ଝିଅଟି ଗତ ଚାରିମାସ ଧରି ଅଭିନେତ୍ରୀଙ୍କ ଘରେ କାମ କରୁଥିଲା ବୋଲି ପୋଲିସ ନିକଟରେ କହିଛି।