ବୋହୂ ଘରେ ପାଦ ଦେଉ ଦେଉ ରାତି ଅଧରେ ଘରଛାଡି ପଳେଇଲେ ଶ୍ୱଶୁର, ରୋଡ ଉପରୁ ଭିଡିଓ କରି କହିଲେ ଏମିତି….

ସଂସ୍କାର : କୋର୍ଟଙ୍କର ରାୟ ପରେ ବି ଥମୁନି ତପସ୍ୱିନୀ ଓ ସୁମିତ ସାହୁଙ୍କର ବିବାଦ। ଦିନକୁ ଦିନ ଭିନ୍ନ ମୋଡ଼ ନେଉଛି ଏହି ବହୁଚର୍ଚ୍ଚିତ ପାରିବାରିକ ବିବାଦ। ଗୋଟିଏ ପଟେ କୋର୍ଟ ରାୟ ଶୁଣାଇଲେ ଯେ, ବର୍ତ୍ତମାନ ତପସ୍ୱିନୀ ଦାଶ ନିଜର ଶଶୁର ଘରେ ହିଁ ରହିବେ, ଆଉ କୋର୍ଟଙ୍କର ରାୟକୁ ସଂମାନ ଜଣାଇ ସୁମିତଙ୍କର ବାପା ବି ତପସ୍ୱିନୀଙ୍କୁ ଘରକୁ ଆଣିଲେ। କିନ୍ତୁ ପୁଣିଥରେ ଏହି ଘଟଣା ଭିନ୍ନ ମୋଡ଼ ନେଇଛି।

ଦୁଇ ପକ୍ଷ ନିଜ ନିଜ ନିଷ୍ପତ୍ତିକୁ ନେଇ ଅଟଳ ରହିଥିବା ହେତୁ ଏହାର ସମାଧାନ ଆଜି ପର୍ଯ୍ୟନ୍ତ ହୋଇପାରୁ ନାହିଁ । ତେବେ ଗତକାଲି ତପସ୍ୱିନୀ ନିଜ ଓକିଲ, ପୋଲିସ, ପ୍ରୋଟେକ୍ସନ ଅଧିକାରୀ, ତହସିଲଦାରଙ୍କ ସହାୟତାରେ ଶ୍ୱଶୁର ଘର ଭିତରକୁ ପ୍ରବେଶ କରିଥିଲେ । ନିଜେ ଶ୍ୱଶୁର ପ୍ରମୋଦ ଘରର ତାଲା ଖୋଲିଥିଲେ । ମାତ୍ର ଆଜି ଏହି କାହାଣୀରେ ଭିନ୍ନ ମୋଡ଼ ନେଇଛି । ବୋହୂ ଘରେ ପଶୁ ପଶୁ ଶ୍ୱଶୁର ପ୍ରମୋଦ ସାହୁ ଘର ଛାଡ଼ି ଚାଲିଯାଇଛନ୍ତି । ଏହାକୁ ନେଇ ପୁଣି ଘଟଣାର ମୋଡ଼ ବଦଳିଯାଇଛି।

ଆଜି ତପସ୍ୱିନୀଙ୍କ ଶ୍ୱଶୁର ବ୍ରହ୍ମାନଗର ସ୍ଥିତ ନିଜ ଘର ଛାଡ଼ିଥିବା ଏକ ଭିଡିଓରୁ ଜଣାପଡ଼ିଛି । ପ୍ରମୋଦ ଏନେଇ ସୋସିଆଲ ମିଡ଼ିଆରେ ଏକ ଭିଡିଓ ବାର୍ତ୍ତାରେ ସେ କହିଛନ୍ତି ଯେ, ମୁଁ ଅସୁରକ୍ଷିତ ଥିବା କାରଣରୁ ଘର ଛାଡ଼ୁଛି ଓ ପରେ ଘରକୁ ଫେରିବି । ମୋର ଅନିଚ୍ଛା ସତ୍ତେ୍ୱ ପ୍ରଶାସନିକ ଅଧିକାରୀମାନେ ବୋହୂ ତପସ୍ୱିନୀଙ୍କୁ ମୋ ଘରେ ପୂରାଇଥିଲେ । ଅତୀତରେ ତପସ୍ୱିନୀ ମିଥ୍ୟା ମାମଲା ଦାୟର କରିବା ସହ ୪୯୮ରେ କେସ୍ ଦେଇ ଆମ ପରିବାରକୁ ବହୁତ ହଇରାଣ ହରକତ କରିଥିଲେ ।

ପ୍ରମୋଦ ଆହୁରି କହିଛନ୍ତି ଯେ, ତପସ୍ବିନୀଙ୍କର କାରନାମାରେ ଆମେ ଭୟଭୀତ । ତେଣୁ ଘର ତଦାରଖ କରିବା ସହ ମୋତେ ସୁରକ୍ଷିତ ସ୍ଥାନ ଦେବାକୁ ମୁଁ ଆଇଆଇସିଙ୍କୁ ଅନୁରୋଧ କରିଥିଲି । ତେବେ ପ୍ରମୋଦ ଘର ଛାଡ଼ିବା ପରେ ବର୍ତ୍ତମାନ ସୁମିତ-ତପସ୍ୱିନୀ ବିବାଦରେ ନୂଆ ଟ୍ୱିଷ୍ଟ ଆସିଛି । ତପସ୍ୱିନୀଙ୍କ ଗୃହ ପ୍ରବେଶ ପରେ ମାମଲା ସମାଧାନ ହୋଇଯିବ ବୋଲି ଯାହା ଆଶା କରାଯାଉଥିଲା ତାହା ହୋଇନାହିଁ। ତେବେ ଦେଖାଯାଉ ଆଗକୁ ଏମାନଙ୍କର ଘଟଣାରେ କଣ ନୂଆ ନୂଆ ଟ୍ୱିଷ୍ଟ ଆସୁଛି।

Leave a Reply

Your email address will not be published. Required fields are marked *