ଭାଇର ଆତ୍ମହତ୍ୟା ପରେ ସୋନାଲିଙ୍କୁ ନେଇ ସୌମ୍ୟଙ୍କ ଭଉଣୀ କଲେ ବଡ ଖୁଲାସା, ଦେଲେ ଏଭଳି ପତିକ୍ରିୟା…

ସଂସ୍କାର : ବ୍ୟବସାୟୀ ସୋମ୍ୟ ମୃତ୍ୟୁ ଘଟଣାକୁ ୧୫ ଦିନରୁ ଅଧିକ ସମୟ ବିତିଗଲାଣି। ହେଲେ ଏବେ ଯାଏଁ ପୋଲିସ ଘଟଣାରେ କାହାକୁ ଗିରଫ କରିନାହିଁ। ଏମିତିକି ସୋମ୍ୟଙ୍କର ଗାର୍ଲଫ୍ରେଣ୍ଡ ସୋନାଲିଙ୍କ ସପକ୍ଷରେ ପକ୍କା ପ୍ରମାଣ ଥିଲେ ବି ତାଙ୍କୁ ଗିରଫ କରିନି ପୋଲିସ। ସୋନାଲିଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ନେଇନି ପୋଲିସ । ଯାହାକୁ ନେଇ ଏବେ ମୁହଁ ଖୋଲିଛନ୍ତି ମୃତ ସୋମ୍ୟଙ୍କ ଭଉଣୀ ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୌମ୍ୟଙ୍କ ଭଉଣୀ ସୋନାଲିଙ୍କ ବିଷୟରେ ଅନେକ କଥା କହିଛନ୍ତି। ସୌମ୍ୟଙ୍କ ଭଉଣୀ କହିଛନ୍ତି ଯେ, ସୋନାଲିଙ୍କର ପ୍ରଫେସନ ଏମିତି। ସେ ଗୋଟିଏ ପରେ ଗୋଟିଏ ପୁଅକୁ ନିଜ ପ୍ରେମରେ ଫସାଇଥାନ୍ତି। ପୂର୍ବ ପୁଅ ଠାରୁ ଭଲ ମିଳିଲେ ତାଙ୍କୁ ଛାଡିଦିଅନ୍ତି। କିନ୍ତୁ ଆମେ ଏସବୁ କଥାକୁ ଜାଣିପାରନଥିଲୁ। ଘରକୁ ଆସି ଆମ ସହିତ ଭଲରେ ମିଶିଥିଲା ସୋନାଲି । ଆମେ ତାଙ୍କର ମନରେ କଣ ଥିଲା ଜାଣିପାରୁନଥିଲୁ । ମୁଖା ଭିତରେ ଗୋଟିଏ ଥିଲେ, ଆଉ ମୁଖା ବାହାରେ ଆଉ ଗୋଟିଏ ରୂପ ରଖିଥିଲା ସୋନାଲି। ସେ ଆମ ସହିତ ପୁରା ଅଭିନୟ କରିଚାଲିଥିଲେ। ଭାଇନା ଆଖିରେ ଆମେ ତାଙ୍କୁ ଦେଖିଥିଲୁ। ତେଣୁ ଆମେ ସେଥିପାଇଁ ତାଙ୍କ ବିଷୟରେ ଆଉ ବିଶେଷ ତଥ୍ୟ ହାସଲ କରିନଥିଲୁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାଇନାଙ୍କ ଖୁସି ପାଇଁ ଆମେ ରାଜି ହୋଇଥିଲୁ । ଏବେ ସବୁ କଥା ପଦାକୁ ଆସୁଛି । ସେ ମୋ ଭାଇନାଙ୍କ ଠାରୁ ଆଉ ଗୋଟିଏ ଭଲ ଧନୀ ପୁଅ ଦେଖିଲା । ତାଙ୍କ ପାଖକୁ ଗଲା । ସେ ପୁଅ ପାଖରେ ଅଧିକ ଗାଡ଼ି ଓ ଟଙ୍କା ଥିଲା । ତେଣୁ ସେ ଭାଇନାଙ୍କୁ ଛାଡି ସେ ପୁଅ ପାଖକୁ ଯିବାକୁ ଉଦ୍ୟମ କରୁଥିଲା । କିନ୍ତୁ ଭାଇନା ଏତେକ କରାଇଦେଲେନି । ଶେଷରେ ସେ ନିଜ ସୁଇସାଇଡ କରିଦେଲା । ମା ଓ ଝିଅଙ୍କ ପ୍ଲାନ୍‌ ଥିଲା । ସବୁବେଳେ ମୋ ଭାଇକୁ ମାରିବା ପାଇଁ ଉସ୍‌କାଉଥିଲେ । ଏବେ ଯେଉଁ ସବୁ ଅଡିଓ ଭାଇରାଲ୍‌ ହେଉଛି । ସେଥିରୁ ଏହା ପୁରା ସ୍ପଷ୍ଟ ହେଉଛି । ତାଙ୍କୁ ମରିବା ପାଇଁ ବାଧ୍ୟ କରାଯାଇଛି । ତେଣୁ ରାଜ୍ୟ ସରକାରଙ୍କୁ ମୋର ଏତିକି ପ୍ରାର୍ଥନା । ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ଏବଂ ମୋ ଭାଇ ଓ ଆମ ପରିବାରକୁ ନ୍ୟାୟ ମିଳୁ ।

Leave a Reply

Your email address will not be published. Required fields are marked *