ସ୍ୱାମୀର ଜୁଈ ନ ଲିଭିଣୁ ସ୍ତ୍ରୀ ପଳାଇଲେ ପ୍ରେମିକ ସହ, ଆଉ ତା’ପରେ..

ସଂସ୍କାର : ଶ୍ମଶାନରେ ଜଳୁଥିଲା ସ୍ୱାମୀର ଜୁଈ। କିନ୍ତୁ ସ୍ୱାମୀଙ୍କୁ ହରାଇବାର ଦୁଃଖରେ ଭାଙ୍ଗିନ ପଡି, ସ୍ତ୍ରୀ ପଳାଇଛି ତାର ପ୍ରେମିକ ସହ । ସେପଟେ ବାପାଙ୍କୁ ହରାଇ ଦୁଃଖରେ କାନ୍ଦୁଥିଲେ ପୁଅ ଝିଅ। ଗାଁ ଦାଣ୍ଡରେ ଅନ୍ୟ ଗୋଟେ ପୁଅ ସହ ଯାଉଥିଲା ସ୍ତ୍ରୀ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି । ଏହି ଘଟଣା କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅଂଚଳରେ ଘଟିଥିବା ରାଜ୍ୟ ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି।

ରାଜକନିକା ଥାନା ଭାମଣ୍ଡା ଗାଁର ରଙ୍ଗାଧର ଦାଶ ହେଉଛନ୍ତି ଜଣେ ପୂଜକ । ପୂଜାରୁ ଯାହା ଉପାର୍ଜନ କରୁଥିଲେ, ସେଥିରେ ଚଳୁଥିଲା ପରିବାର । ସ୍ୱାମୀ ଓ ପିଲାଛୁଆଙ୍କୁ ନେଇ ଘର ସଂସାର କରିଥିବା ପତ୍ନୀ ସେହି ଗାଁର ଯୁବକଙ୍କ ପ୍ରେମରେ ପଡିଥିଲେ । ମାଆଙ୍କ ଅନୈତିକ ସମ୍ପର୍କକୁ ପୁଅ ଓ ଝିଅମାନେ ଜାଣିବା ପରେ ପ୍ରତିବାଦ କରିଥିଲେ । ହେଲେ ମାଆ ଜସମିନ ଓ ପ୍ରେମିକ ମିଶି ସେମାନଙ୍କୁ ମାଡ ମାରିବା ସହ ବାପା ରଙ୍ଗାଧରଙ୍କୁ ମାରିବା ପାଇଁ ଧମକ ଦେଇ ଆସୁଥିଲେ ।

ତେଣୁ ପିଲାମାନେ ସବୁ ଜାଣିକି ମଧ୍ୟ ପ୍ରତିବାଦ କରୁନଥିଲେ । ହେଲେ କିଛିଦିନ ପରେ ପତ୍ନୀ ଜସମିନଙ୍କ ସହ ଝଗଡା ହୋଇଥିଲା ସ୍ୱାମୀଙ୍କର । ହେଲେ ତାର କିଛି ସମୟ ପରେ ଗଙ୍ଗାଧରଙ୍କ ପତା ମିଳିନଥିଲା । ପରିବାର ଲୋକେ ଚାରିଆଡେ ଖୋଜିଥିଲେ ମଧ୍ୟ ପାଇନଥିଲେ । ରଙ୍ଗାଧର ନିଖୋଜ ହେବାର ୫ଦିନ ପରେ ତାଙ୍କ ନିଖୋଜ ଥିବା ମୃତ ଶରୀର ମିଳିଥିଲା ।

ପୋଲିସ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ହେଲେ ଆଶ୍ଚର୍ଯ୍ୟର କଥା କି ଶ୍ମଶାନରେ ଜୁଇ ଜଳିବା ପୂର୍ବରୁ ପ୍ରେମିକଙ୍କ ହାତ ଧରି ଗାଁ ଦାଣ୍ଡରେ ଚାଲି ପଳାଇଲେ ଜସମିନ । ଯାହାର ଭିଡିଓ ଏବେ ଭାଇରାଲ ହେବାକୁ ଲାଗିଛି । ନିଜର ପିଲାମାନେ ମାଙ୍କ ଖରାପ ସମ୍ପର୍କ ଥିବା ନେଇ ପୋଲିସରେ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *