ଖୋଲିଲା ସ୍ଵିଗି ଇନଷ୍ଟାମାର୍ଟ : ଏଣିକି ମାତ୍ର ୪୫ ମିନିଟରେ ପାଇପାରିବେ ଏହିସବୁ ଘରୋଇ ସାମଗ୍ରୀ, ଜାଣନ୍ତୁ କ’ଣ କ’ଣ

ଲକଡାଉନ କଟକଣା ସହିତ କରୋନା ସଂକ୍ରମଣର ଭୟ ଅଧିକାଂଶଙ୍କୁ ଅନଲାଇନ ଅର୍ଡର ଉପରେ ନିର୍ଭର କରାଉଛି । ଅତି ଆବଶ୍ୟକ ନହେଲେ ଲୋକେ ଘରୁ ପଦାକୁ ଗୋଡ଼ କାଢୁ ନାହାନ୍ତି । ଏହି କାରଣରୁ ଅନଲାଇନ କାରବାର ବି ବେଶ୍ ବୃଦ୍ଧି ଘଟିଛି ।  ରନ୍ଧା ଖାଦ୍ୟଠାରୁ ଆରମ୍ଭ କରି ଘରୋଇ ସଉଦା ତଥା ପନିପରିବା ସବୁକିଛି ଘରେ ବସି ଅନଲାଇନ ଅର୍ଡର କରୁଛନ୍ତି । ଏସବୁକୁ ନଜରରେ ରଖି ଏପର୍ଯ୍ୟନ୍ତ ଅନଲାଇନ୍‌ ଫୁଡ୍ ଡେଲିଭରି କରୁଥିବା ‘ସ୍ୱିଗି’ ଆରମ୍ଭ କରିଛି ‘ସ୍ୱିଗି ଇନଷ୍ଟାମାର୍ଟ’ ।

ପୂର୍ବରୁ ମଧ୍ୟ ସ୍ଵିଗି ଘରେ ଘରେ ନେଇ ରନ୍ଧା ଖାଦ୍ୟ ପହଞ୍ଚାଉଥିଲା । ଏବେ କିନ୍ତୁ ଘର ଦୁଆରେ ପହଞ୍ଚିବ ସଉଦା ଓ ପନିପରିବା । ଆଜ୍ଞା ହଁ, ଏଣିକି ଅର୍ଡର ପ୍ଲେସ କରିବାର ମାତ୍ର ୪୫ ମିନିଟରେ ଆପଣଙ୍କ ଘରେ ଆପଣଙ୍କ ଆବଶ୍ୟକ ଜିନିଷ ପହଞ୍ଚାଇ ଦେବ ସ୍ଵିଗି  । ସେ ବି ଆପଣଙ୍କ ମନ ପସନ୍ଦର ଫଳ, ପନିପରିବା, ଆଉ ରାସନ ।

ଅନଲାଇନ ଗ୍ରୋସରି ଅର୍ଡର ନେବାରେ ପୂର୍ବରୁ ଫ୍ଲିପକାର୍ଟ କ୍ୱିକ୍, ବିଗ୍ ବାସ୍କେଟ୍, ଡନଜୋ ଓ ଗ୍ରୋଫର୍ସ ଆଦି ନିଜ ନିଜର ସେବା ଯୋଗାଇ ଆସୁଥିଲେ । ଏବେ ଏହି ସେଗମେଣ୍ଟରେ ସ୍ୱିଗି ସେମାନଙ୍କ ସହିତ ପ୍ରତିଯୋଗୀ ସାଜିବ । ଅର୍ଡର ମିଳିବାର ମାତ୍ର ୩୦ରୁ ୪୫ ମିନିଟ ମଧ୍ୟରେ ସାମଗ୍ରୀର ହୋମ ଡେଲିଭରି କରିଦେଇ ଯିବ । ଏହାଛଡ଼ା ଗ୍ରାହକମାନେ ସକାଳ ୭ ଟାରୁ ରାତି ୧୨ଟା ଯାଏଁ ଅର୍ଡର ପ୍ଲେସ କରିପାରିବେ । ଆଇସ୍‌କ୍ରିମ୍ ଠାରୁ ଆରମ୍ଭ କରି ଡାଲି-ଚାଉଳ-ପନିପରିବା ସବୁ ଦେଇଯିବ ।

ଡାର୍କ ଷ୍ଟୋର ଜରିଆରେ ସ୍ୱିଗି ନିଜ ଗ୍ରାହକଙ୍କ ନିକଟତର ହେବାକୁ ଯୋଜନା କରିଛି, ଯେଉଁଥିରେ ସେ ତାର ଗ୍ରହକମାନଙ୍କୁ ୨,୫୦୦ ରୁ ଅଧିକ ସାମଗ୍ରୀ ଉପଲବ୍ଧ କରାଇବ । ତେଣୁ ସେ ଭର୍ଚୁଆଲ ଷ୍ଟୋରମାନଙ୍କ ସହିତ ପାର୍ଟନର କାମ କରିବ । ସ୍ଵିଗିର ଏହି ସେବା ଗୁରୁଗ୍ରାମରେ ଆରମ୍ଭ ହୋଇସାରିଲାଣି ଓ ଧୀରେ ଧୀରେ ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ଉପଲବ୍ଧ ହେବ ।  

Leave a Reply

Your email address will not be published. Required fields are marked *