ଏକ ନିର୍ଭରଯୋଗ୍ୟ ସୂଚନା ଆଧାରରେ ରାଚାକୋଣ୍ଡା ପୋଲିସ ସାଙ୍ଗରେ ମିକର କମିଶନର୍ ଟାସ୍କ ଫୋର୍ସ ଉତ୍ତର ଜୋନ୍ ଦଳର ପୋଲିସ ଅଧିକାରୀମାନେ ମଙ୍ଗଳବାର ଦିନ ଅନେକ ଦିନ ଧରି ଖୋଜା ଯାଉଥିବା ସିରିଆଲ କିଲର୍ ମୈନା ରାମୁଲୁଙ୍କୁ ଧରିପଡ଼ିଛି । ଗୋଟିଏ ମୁଲୁଗୁ ଥାନାରେ ଏବଂ ଅନ୍ୟଟି ଘାଟକେସର ଥାନାରେ, ଏହିପରି ହତ୍ୟାକାଣ୍ଡର ଦୁଇଟି ମାମଲା ପୋଲିସ ଚିହ୍ନଟ କରିଛି ।
ରାମୁଲୁଙ୍କୁ ପୂର୍ବରୁ ୨୧ଟି ମାମଲାରେ ଗିରଫ କରାଯାଇଥିଲା ଯେଉଁଥିରେ ୧୬ ଜଣଙ୍କୁ ଟଙ୍କା ପାଇଁ ହତ୍ୟା କରିଥିଲେ ସେ । ସେମାନଙ୍କ ମଧ୍ୟରେ ୪ ଟି ସମ୍ପତ୍ତି ସଂଯୁକ୍ତ ମାମଲା ଥିଲାବେଳେ ଗୋଟିଏ ପୋଲିସ କଷ୍ଟୋଡ଼ିରୁ ଫେରାର ହେବା ଥିଲା । ରାମୁଲୁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା ହେଲେ ପରେ ତେଲେଙ୍ଗାନା ହାଇକୋର୍ଟରେ ଆବେଦନ ପରେ ତାଙ୍କୁ ମୁକ୍ତ କରାଯାଇଥିଲା ।
ହାଇଦ୍ରାବାଦ ନଗର ପୋଲିସ କମିଶନର ଅଞ୍ଜନି କୁମାର କହିଛନ୍ତି ଯେ, ୧ ଜାନୁୟାରୀ, ୨୦୨୧ରେ ହାଇଦ୍ରାବାଦ ନିବାସୀ ଅଭିଯୋଗକାରୀ କଭଲା ଅନାଥୟା, ଜୁବଲି ହିଲ୍ସ ପୋଲିସ ପାଖକୁ ଆସି ୩୦ ଡିସେମ୍ବରରୁ ତାଙ୍କ ପତ୍ନୀ କାଭଲା ଭେଙ୍କଟାମା (୫୦) ନିଖୋଜ ଥିବା ଅଭିଯୋଗ ଆଣିଥିଲେ । ନିଖୋଜ ମହିଳାଙ୍କୁ ଖୋଜିବା ପାଇଁ (ଉତ୍ତର ଜୋନ୍) କାର୍ଯ୍ୟ ଆରମ୍ଭ କରିଥିଲା । ପରେ ୪ ଜାନୁୟାରୀ, ୨୦୨୧ରେ ଘାଟକେସର ପୋଲିସ ପରିସରରେ ଥିବା ଅଙ୍କୁଶପୁର ଗାଁର ରେଳ ଟ୍ରାକ୍ ନିକଟରେ ମହିଳାଙ୍କ ମୃତଦେହ ମିଳିଥିଲା ।
ଅଭିଯୁକ୍ତ ରାମୁଲୁ ତେଲେଙ୍ଗାନାର ସାଣ୍ଡି ରେଡ୍ଡି ଜିଲ୍ଲାର ଅରୁତଲା ଗାଁରେ ଜନ୍ମ ହୋଇଥିଲେ । ତାଙ୍କୁ ୨୧ ବର୍ଷ ହୋଇଥିଲା, ତାଙ୍କ ବାପାମା’ ତାଙ୍କର ବିବାହ କରାଇଥିଲେ । ହେଲେ ବିବାହର କିଛି ଦିନ ପରେ ତାଙ୍କ ପତ୍ନୀ ଅନ୍ୟଜଣେ ସହିତ ରହିବାକୁ ଲାଗିଲେ । ଏହାପରେ ମହିଳାଙ୍କ ଉପରେ ନିଜ ରାଗ ସୁଝେଇବାକୁ ଯାଇ ରାମୁଲୁ ହତ୍ୟାକାଣ୍ଡ ଆରମ୍ଭ କରି ଦେଇଥିଲେ । ୨୦୦୩ ରୁ ଆଜି ପର୍ଯ୍ୟନ୍ତ ୧୬ଟା ହତ୍ୟା ସେ କରିସାରିଛନ୍ତି ।
ଅଞ୍ଜନି କୁମାର ଆହୁରି ମଧ୍ୟ କହିଛନ୍ତି ୧୦ ଡିସେମ୍ବର ୨୦୨୦ରେ ଅଭିଯୁକ୍ତ ବାଲା ନଗରର ଏକ ଛୋଟ କମ୍ପାଉଣ୍ଡକୁ ଯାଇଥିଲା । ଏଠାରେ ସେ ୩୫ରୁ ୪୫ ବର୍ଷ ବୟସ ମଧ୍ୟରେ ଜଣେ ଅଜ୍ଞାତ ମହିଳାଙ୍କୁ ଫାଶରେ ପକାଇଲା । ତାଙ୍କୁ ନିଜ ସହିତ ମଦ ପିଆଇଲା ଏବଂ ଯୌନ ସମ୍ପର୍କ ରଖିବାକୁ ମୋଟା ଅଙ୍କର ଟଙ୍କା ଯାଚିଲା । ତାପରେ ସେ ତାଙ୍କୁ ସିଦ୍ଧଦୀପ ଥାନାର ଜାପା ସିଙ୍ଗୟାପାଲ୍ଲୀ ସୀମାରେ ଥିବା ଏକ ନିଛାଟିଆ ଜାଗାକୁ ନେଲା ଯେଉଁଠାରେ ଉଭୟ ମଦ ପିଇଥିଲେ ଏବଂ ପରେ ପିନ୍ଧା ଶାଢୀରେ ଗଳା ଚିପି ହତ୍ୟା କଲା ।
ସୂଚନାଥାଉ ଯେ ନିଖୋଜ ଥିବା କାଭଲା ଭେଙ୍କଟାମା (୫୦) ଙ୍କୁ ୩୦ ଡିସେମ୍ବର ୨୦୨୦ରେ ଏକାଠି ବସି ମଦ ପିଆଇ ଥିଲା ଆଉ ତାପରେ ବୋଲ୍ଡରକୁ ଅତି ନିର୍ମମ ତାଙ୍କ ଉପରେ ଚଢାଇ ହତ୍ୟା କରିଥିଲା ରାମୁଲୁ ।