ସଂସ୍କାର : ଆନ୍ଧ୍ରପ୍ରଦେଶର ବିଜୟୱାଡାରୁ ସାମ୍ନାକୁ ଆଇଛି ଏକ ହୃଦୟ ବିଦାରକ ଘଟଣା। ଏଠାରେ କ୍ରୁରତାର ସମସ୍ତ ସୀମା ପାର୍ ହୋଇଛନ୍ତି ଅଭିଯୁକ୍ତ। ଜଣେ ୬ ବର୍ଷର ଝିଅକୁ ପ୍ରଥମେ ଅଭିଯୁକ୍ତ ମାନେ ବଳତ୍କାର କଲେ , ପରେ ଝିଅଟିର ପ୍ରାଇଭେଟ୍ ପାର୍ଟରେ ଗୁଡି, ବାଲି ଆଉ ଲଙ୍କାଗୁଣ୍ଡ ଭର୍ତ୍ତି କରିଦେଇଥିଲେ।
ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବିଜୟୱାଡାର ଇବ୍ରାହିମପାଟନମ୍ ପୋଲିସ୍ ଷ୍ଟେସନ ଅଞ୍ଚଳର କୋଣ୍ଡାପାଲ୍ଲୀ ଗ୍ରାମରେ ଏହି ଘଟଣା ଘଟିଛି। ଜଣେ ୬ ବର୍ଷୀୟ ନିରୀହ ଝିଅ ବାହାରେ ଖେଳୁଥିବା ବେଳେ ତାକୁ ଉଠାଇ ନେଇ ବଳାତ୍କାର କରିଥିଲେ ନୃଶଂସ ଅଭିଯୁକ୍ତ। ଅଭିଯୁକ୍ତମାନେ ଝିଅଟିକୁ ସ୍ନାକ୍ସ ଦେବା ପାଇଁ ପ୍ରଲୋଭିତ କରି କ୍ଷେତକୁ ନେଇ ଜଣେ ପରେ ଜଣେ ବଳାତ୍କାର କରିଥିଲେ। ବଳତ୍କାର ପରେ ୬ ବର୍ଷୀୟ ପୀଡିତା ଚେତାଶୂନ୍ୟ ହୋଇଯାଇଥିଲା।
ରିପୋର୍ଟ ଅନୁଯାୟୀ, ଚେତା ଆସିବା ପରେ କୌଣସି ପ୍ରକାରରେ ନିରୀହ ଝିଅଟି ତାଙ୍କ ଘରେ ପହଞ୍ଚିଥିଲା। ତେବେ ଘରେ ପହଂଚିବା ପରେ ପିତାମାତା ଲକ୍ଷ୍ୟ କରିଥିଲେ ଯେ ଶିଶୁର ବ୍ୟକ୍ତିଗତ ଅଂଶ (ପ୍ରାଇଭେଟ୍ ପାର୍ଟ ) ରୁ ରକ୍ତ ବାହାରୁଛି। ତା’ପରେ ପିଲାକୁ ପଚରାଉଚରା କରିବା ପରେ, ଯେତେବେଳେ ପିତାମାତାମାନେ ପିଲାଟିରର ବ୍ୟକ୍ତିଗତ ଅଂଶ ଯାଞ୍ଚ କରିଥିଲେ, ସେଥିରୁ ଲଙ୍କାଗୁଣ୍ଡ, ବଳି ଏବଂ ଗୁଡି ବାହାରିଥିଲା। ଏହି ମାମଲାରେ ପୋଲିସ ତଦନ୍ତ ଆରମ୍ଭ କରିଛି। ତେବେ ପୋଲିସ ଅଭିଯୁକ୍ତକୁ ଚିହ୍ନଟ କରିପାରି ନାହିଁ।
ପୋଲିସ ଅଧିକାରୀ କହିଛନ୍ତି ଯେ ଆମେ ଅଭିଯୁକ୍ତକୁ ଖୋଜୁଛୁ, ଅଭିଯୁକ୍ତକୁ ଧରିସାରିଲା ପରେ ତା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନା ଥାଉ ଯେ, ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପାଟ୍ରୋଲିଂକୁ ଜୋରଦାର କରିଛି।