ସଂସ୍କାର : ଆଗଧାଡ଼ିର ବଲିଉଡ ଅଭିନେତ୍ରୀ କାଜଲ୍ ଏବଂ ଅଭିନେତା ଅଜୟ ଦେବଗନଙ୍କ ଝିଅ ନୟାସା ବର୍ତ୍ତମାନ ସୋସିଆଲ ମିଡିଆରେ ଜବରଦସ୍ତ ଟ୍ରୋଲ ହେଉଛନ୍ତି।
ଗତକାଲି ନୟାସା ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତେବେ ନୟାସା ଟ୍ରୋଲ୍ ହେବାର କାରଣ ହେଉଛି ତାଙ୍କ ଚର୍ମର ରଙ୍ଗ। ତାଙ୍କ ଦେହର ରଙ୍ଗ ପାଇଁ ସେ ୟୁଜରଙ୍କର ଟ୍ରୋଲର ଶିକାର ହୋଇଛନ୍ତି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ନୟାସା ଦେବଗନ ଜଣେ ବନ୍ଧୁଙ୍କ ସହ କାରରେ ବସିଥିବାର ନଜର ଆସିଛନ୍ତି। ସେ ଏକ ଧଳା ରଙ୍ଗର ସର୍ଟ ଡ୍ରେସ ପିନ୍ଧିଛନ୍ତି। ତେବେ ସେ ଟିକେ ଶାବଣ୍ୟରୁ ଗୋରା ଦେଖାଯାଉଛନ୍ତି। ସେ ଏହି ଭିଡ଼ିଓରେ ଟିକେ ଗୋରା ଦେଖାଯାଉଥିବାରୁ ତାଙ୍କୁ ଟ୍ରୋଲର ଶିକାର ହେବାକୁ ପଡିଛି।
ଏହି ଭିଡିଓ ସୋସିଆଲ ମିଡିଆରେ ଆସିବା ପରଠାରୁ ପୁରାପୁରି ଭାଇରାଲ୍ ହୋଇଯାଇଛି। ଆଉ ସୋସିଆଲ୍ ମିଡ଼ିଆ ୟୁଜର ମାନେ ମଧ୍ୟ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି।
ଜଣେ ୟୁଜର ଲେଖିଛନ୍ତି ଯେ, ୟାଙ୍କୁ ମଧ୍ୟ ଫେୟାର ଟ୍ରିଟମେଣ୍ଟ ଦିଆଯାଉ।
ଅନ୍ୟ ପଟେ ଆଉ ଜଣେ ୟୁଜର ଲେଖିଛନ୍ତି, କଳାରୁ ଗୋରା , ଭଲ ବିଜ୍ଞାପନ
ଆଉ ଜଣେ ଲେଖିଛନ୍ତି, ଇଏ କିପରି ଏତେ ସୁନ୍ଦର ହୋଇଗଲା ?
ସୂଚନାଯୋଗ୍ୟ ଯେ, ୧୯୯୯ ମସିହାରେ ଅଜୟ ଏବଂ କାଜଲ୍ ବିବାହ କରିଥିଲେ। ବିବାହ ପୂର୍ବରୁ ଅଜୟ ଏବଂ କାଜୋଲ ୧୯୯୦ ମସିହାରୁ ପରସ୍ପରକୁ ଡେଟ କରୁଥିଲେ। ଏହି ଦମ୍ପତି ଏକାଠି ଅନେକ ଫିଲ୍ମ କରିଛନ୍ତି।