ସବୁ ମନ୍ତ୍ରୀଙ୍କ ଠାରୁ ଇସ୍ତଫା ନେଲେ ବିଜେଡି ସୁପ୍ରିମୋ, ରାଜ୍ୟ ମନ୍ତ୍ରୀମଣ୍ଡଳରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ…

ସଂସ୍କାର: ରାଜ୍ୟ ମନ୍ତ୍ରୀମଣ୍ଡଳରେ ବଡ ଧରଣର ପରିବର୍ତନ ହେବାକୁ ଯାଉଛି । ଜୁନ ପହିଲାରେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ କ୍ୟାରିୟରକୁ ୨୫ବର୍ଷ ପୂରିଛି। ତାଙ୍କର ଆଶା ୨୦୨୪ ନିର୍ବାଚନରେ ବିଜେଡି ପୁଣି ଥରେ ବିପୁଳ ଭାବରେ ଜୟଯୁକ୍ତ ହେବ। ଅନ୍ୟପକ୍ଷରେ ରାଜ୍ୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆଶ୍ଚଯ୍ୟଜନକ ଭାବେ ରାଜ୍ୟର ସବୁ ମନ୍ତ୍ରୀଙ୍କୁ ମନ୍ତ୍ରୀପଦରୁ ଇସ୍ତଫା ଦେବାକୁ ନବୀନ ନିବାସରୁ ଫୋନ କଲ ଯାଇଛି । ଆଗକୁ ୨୦୨୪ ନିର୍ବାଚନ । ଏଭଳି ସମୟରେ ନିଜର ମନ୍ତ୍ରୀମଣ୍ଡଳରେ ପରିବର୍ତନ ଆଣିବାକୁ ମୁଖ୍ୟମନ୍ତ୍ରୀ ମନସ୍ଥିର କରିଛନ୍ତି। ମନ୍ତ୍ରୀମାନେ ନିଜ ନିଜର ଇସ୍ତଫା ପତ୍ର ନବୀନଙ୍କୁ ଦେଇଥିବା ରାଜ୍ୟ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ।

ତେବେ ଆସନ୍ତାକାଲି ପୂର୍ବାହ୍ନ ୧୧ଟା ସମୟରେ ନୂତନ ମନ୍ତ୍ରିମଣ୍ଡଳର ଶପଥ ନେବାର ସମ୍ଭାବନା ରହିଛି । ମନ୍ତ୍ରୀମଣ୍ଡଳରେ ଯେଉଁ ମନ୍ତ୍ରୀମାନଙ୍କ ପ୍ରଦର୍ଶନ ଭଲ ନଥିଲା, ଯେଉଁମାନେ ବିବାଦ ଘେରରେ ରହିଥିଲେ ସେମାନଙ୍କୁ ବାଦ ଦେବାକୁ ମୁଖ୍ୟମନ୍ତ୍ରୀ ଚିନ୍ତା କରିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତାଙ୍କ ସ୍ଥାନରେ ୧୦ରୁ ୧୨ନୂଆ ମୁହଁ ସାମିଲ ହେବା ନେଇ ଚର୍ଚ୍ଚା ଚାଲିଛି ।

ଖବରଅନୁଯାୟୀ ବାଚସ୍ପତି ପଦରୁ ସୂର୍ଯ୍ୟନାରାୟଣ ପାତ୍ର ଇସ୍ତଫା ଦେବା କଥା ସ୍ପଷ୍ଟ ହେବା ପରେ, ବର୍ତ୍ତମାନ ମନ୍ତ୍ରୀ ମାନେ ଇସ୍ତଫା ଦେଇଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ମନ୍ତ୍ରୀ ପ୍ରେମାନନ୍ଦ ନାୟକ ମଧ୍ୟ ଇସ୍ତଫା ଦେଇଥିବା କଥା ନିଜେ ସ୍ୱୀକାର କରିଛନ୍ତି । ମୁଖ୍ୟମନ୍ତ୍ରୀ ଏପ୍ରିଲ ମାସରେ ସବୁ ମନ୍ତ୍ରୀଙ୍କ ରିପୋର୍ଟ ମାଗିଥିଲେ । ଫଳରେ ମନ୍ତ୍ରିମଣ୍ଡଳରେ ଶୀଘ୍ର ଅଦଳବଦଳ ହୋଇପାରେ ବୋଲି କୁହାଯାଉଥିଲା। ଆଉ ଯାହା ବର୍ତ୍ତମାନ ସ୍ପଷ୍ଟ ଭବାରେ ଜଣାପଡିଛି।

Leave a Reply

Your email address will not be published. Required fields are marked *