ସଂସ୍କାର : ଯୌନ ସମ୍ପର୍କ ବା ଶାରୀରିକ ସମ୍ପର୍କ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସୁମଧୁର ହୋଇ ରହିବା ନିତାନ୍ତ ଆବଶ୍ୟକ। ନତୁବା ବିଭିନ୍ନ ପ୍ରକାରର ଅସୁବିଧା ଦେଖାଯିବ। କିନ୍ତୁ ଆଜିର ଜୀବନରେ ପରସ୍ପର ମଧ୍ୟରେ ବ୍ୟବହାରିକ ଅବୁଝାମଣା ହେଉ ଅଥବା କାର୍ଯ୍ୟବ୍ୟସ୍ତତା କିମ୍ବା ପାରିପାର୍ଶ୍ୱିକ ସମସ୍ୟା ହେଉ କିମ୍ବା ମାନସିକ ତଥା ଆର୍ଥିକ ଚିନ୍ତା ଏହି ସମ୍ଭୋଗ ପ୍ରକିୟାରେ ବାଧା ସୃଷ୍ଟି କରିଥାଏ। ବର୍ତ୍ତମାନ ଅନେକ ଦମ୍ପତ୍ତି ଲମ୍ବା ସମୟ ଧରି ଯୌନ ସମ୍ପର୍କ ସ୍ଥାପନ କରୁନାହାଁନ୍ତି। ଯଦି ଆପଣ ବି ଏହି ବର୍ଗରେ ଅଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ। କାରଣ ଦୀର୍ଘ ସମୟ ଧରି ଯୌନ ସମ୍ପର୍କ ନ ରଖିଲେ ଆପଣଙ୍କୁ ବିଭିନ୍ନ ପ୍ରକାରର ରୋଗ ମାଡି ବସିବ।ଏହାର ଅନେକ ସାଇଡ୍ ଇଫେକ୍ଟ ଅଥବା କୁପ୍ରଭାବ ପଡ଼ିବା ଯାହାକି ଏକ ସର୍ଭେକ୍ଷଣରୁ ଜଣାପଡ଼ିଛି।
ବାସ୍ତବ କଥା ଏହା ଯେ, ସେକ୍ସ କରିବା ଦ୍ୱାରା ଆମର ଆତ୍ମା ସନ୍ତୋଷ ହୋଇଥାଏ। ଏହା ଏକ ପ୍ରକାରର ପ୍ରୟୋଗ ଅଟେ। ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସେକ୍ସ ପରିମାଣ ଯେତେ ସମ୍ଭବ ସେତେ ଅଧିକ ରହିବା ଉଚିତ୍ ଏବଂ ନିୟମିତ ଭାବରେ ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ଦମ୍ପତ୍ତିଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା କମ ହୋଇଥାଏ ବୋଲି ସର୍ବେକ୍ଷଣର ରିପୋର୍ଟ କହୁଛି। ଅବଶ୍ୟ, ବିଭିନ୍ନ କାରଣରୁ ସେକ୍ସ ସର୍ବଦା ସମ୍ଭବ ନୁହେଁ। ଉଦାହରଣ ସ୍ୱରୂପ ଆପଣଙ୍କ ସାଥୀ ସହର ବାହାରେ ଥାଇପାରନ୍ତି, କିମ୍ବା ଆପଣ କେବଳ ଫୋନରେ ହିଁ କଥାବାର୍ତ୍ତା ହେଉଛନ୍ତି। ଆଉ ଏହି ପ୍ରେମ ସମ୍ପର୍କ ଆପଣ ବାଧ୍ୟବାଧକତାରେ ରଖୁଛନ୍ତି। କିନ୍ତୁ ଯେତେବେଳେ ଆପଣ ଦୀର୍ଘ ସମୟ ଧରି ଶାରୀରିକ ସମ୍ପର୍କ ରଖିବେ ନାହିଁ, ସେତେବେଳେ ଆପଣଙ୍କ ଶରୀରକୁ ବିଭିନ୍ନ ପ୍ରକାରର ରୋଗ ଆକ୍ରମଣ କରିବେ।
ଯେମିତିକି;
୧) ଲମ୍ବା ସମୟ ପରେ ପରବର୍ତ୍ତୀ ଥର ଶାରୀରିକ ସମ୍ପର୍କ ରଖିବା କ୍ଷେତ୍ରରେ ଏକ ରିଦିମ୍ ଭଙ୍ଗ ହୋଇଥାଏ। ଅର୍ଥାତ୍ ଏହା ପୂର୍ବ ଭଳି ଚାର୍ମ ଦେବାଭଳି ଲାଗିବ ନାହିଁ। କିନ୍ତୁ ସମୟ କ୍ରମେ କ୍ରମାଗତ ପ୍ରଚେଷ୍ଟାରେ ଏହି ରିଦିମ୍ ଫେରି ଆସିଥାଏ। ତେଣୁ ଦମ୍ପତିମାନେ ସମୟ ସମୟରେ ଶାରୀରିକ ସମ୍ପର୍କ ରଖିବା ଉଚିତ।
୨) ଆମେରିକୀୟ ଜର୍ନାଲ୍ ଅଫ୍ ମେଡିସିନ୍ ରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛିଯେ, ଯେଉଁ ପୁରୁଷମାନେ ଯୌନ ସମ୍ପର୍କରେ ସକ୍ରିୟ ନଥାନ୍ତି, ସେମାନେ ଇରେକ୍ଟାଇଲ୍ ଡିସଫଙ୍କସନ ରୋଗରେ ପୀଡିତ ହେବାର ସମ୍ଭାବନା ଅଧିକ। ଅନ୍ୟ କେତେକ ଅନୁସନ୍ଧାନରୁ ଜଣାପଡିଛି ଯେ “ହାଇ ଇଜାକ୍ୟୁଲେସନ୍ ଫ୍ରିକ୍ୱେନ୍ସି” ଯୌନ ସମ୍ପର୍କ ହେଉ କିମ୍ବା ଯୌନକ୍ରିୟାରେ ସ୍ୱୟଂ ଆତ୍ମ ସନ୍ତୋଷ ଲାଭ କରି ନିୟମିତ ସମୟ ବ୍ୟବଧାନରେ ଇଜାକ୍ୟୁଲେସନ୍ କରିବା ଫଳରେ ପ୍ରୋଷ୍ଟେଟ୍ କ୍ୟାନସରର ବିପଦ କମ୍ ହେବାର ସମ୍ଭାବନା ଥାଏ।
୩) ଯୌନ ସମ୍ପର୍କ ସୁମଧୁର ହେଲେ ଉପଯୁକ୍ତ ରକ୍ତ ସଞ୍ଚାଳନରେ ତାହା ସହାୟକ ହୋଇଥାଏ। ମେଡିକାଲ୍ ଜର୍ନାଲ୍ ବାୟୋଲୋଜିକାଲ୍ ସାଇକୋଲୋଜିରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଯେଉଁମାନେ ନିୟମିତ ଯୌନ ସମ୍ପର୍କ ରଖନ୍ତି ସେମାନଙ୍କ ତୁଳନାରେ ରକ୍ତଚାପର ମାତ୍ରା କମ୍ ରହିଥାଏ।
୪) ଯୌନ ସମ୍ପର୍କ କ୍ଷେତ୍ରରେ ସନ୍ତୁଷ୍ଚ ଲୋକମାନେ କାର୍ଯ୍ୟକ୍ଷେତ୍ରରେ ମଧ୍ୟ ଖୁସି ରୁହନ୍ତି ଏବଂ ସେମାନେ ନିଜେ ନିଜ କାର୍ଯ୍ୟରେ ଆତ୍ମ ସନ୍ତୋଷ ଲାଭ କରିବା ସହିତ ସଂସ୍ଥାକୁ ମଧ୍ୟ ନିଜ ମନଲଗାଇ ଆଉଟପୁଟ ଦେଇଥାନ୍ତି। ଏହା ଫଳରେ କର୍ମଚାରୀ ଏବଂ ସେମାନେ କାର୍ଯ୍ୟ କରୁଥିବା ସଂସ୍ଥା ଲାଭଦାୟକ ହୋଇଥାନ୍ତି।
ତେଣୁ ସେକ୍ସ ହେଉଛି, ନିଃସନ୍ଦେହ, ଶରୀରର ଏକ ଆବଶ୍ୟକତା। ଦୁଇଟି ସଂଯୋଜନା ଉପରେ ଆଧାର କରି, ପ୍ରଜନନ ଏବଂ ସାମାଜିକ ହେବାର ପ୍ରବୃତ୍ତିକୁ ପ୍ରବର୍ତ୍ତାଇଥାଏ। ଯୌନ ସମ୍ପର୍କର ଆବଶ୍ୟକତାକୁ ଅଣଦେଖା କରିବା ସହଜ ହୋଇପାରେ, କାରଣ ଆପଣ ଅନେକ ଥର ଅନ୍ୟ ସମସ୍ୟା ସହିତ ଜଡିତ ଥାଇପାରନ୍ତି ଯାହା ଆପଣଙ୍କୁ ବୋଧହୁଏ ପ୍ରତିଦିନ ସାମ୍ନା କରିବାକୁ ପଡିଥାଏ। ସର୍ବୋତ୍ତମ ଉପାୟ ହେଉଛି ଯୌନ ସମ୍ପର୍କ ପରେ ତୁରନ୍ତ କେଉଁ ଏବଂ କେତେକ ନକାରାତ୍ମକ ମନୋବଳ ଚାଲିଯାଏ। ମନେରଖନ୍ତୁ ଯେ, ଯୌନ ସମ୍ପର୍କ ସର୍ବଦା ଦୁଇ ଜଣଙ୍କୁ ପ୍ରଭାବିତ କରେ ନାହିଁ, ଅନ୍ୟ ଅର୍ଥରେ, ଏହା ପରିବେଶ, କାର୍ଯ୍ୟକ୍ଷେତ୍ର, କାର୍ଯ୍ୟଦକ୍ଷତା ଆଚିଭ୍ମେଣ୍ଚ ଆଦି ଉପରେ ମଧ୍ୟ ଅନେକ ସୁପ୍ରଭାବ ପକାଇଥାଏ।