ଶ୍ରାବଣ ମାସରେ ମହାଦେବ ଶିବଙ୍କ ଠାରେ ଚଢ଼ାନ୍ତୁ ଏହି ସବୁ ଜିନିଷ , ଘରେ ହେବ ସୁଖ ଓ ଧନର ବର୍ଷା

ସଂସ୍କାର : ବର୍ତ୍ତମାନ ଚାଲିଛି ଦେବଙ୍କ ଦେବ ମହାଦେବ ଶିବଙ୍କ ମାସ। ସେହି ମୃତ୍ୟୁଞ୍ଜୟଙ୍କ ଆଶିଷ ଲାଭ କରିବା ପାଇଁ ଶ୍ରାବଣ ମାସ ହେଉଛି ସବୁଠୁ ଉଚିତ ମାସ। ତାଙ୍କରି ଆରଧନା କଲେ ଗରିବ ମଧ୍ୟ ଧନୀ ହୋଇଯାଇଥାଏ। ପୁରାଣ ଶାସ୍ତ୍ରରେ ଏହାର ଅନେକ ଉଦାହରଣ ରହିଛି। ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ସୂତ୍ର କହିବୁ ଯଦ୍ୱାରା ଆପଣ ବି ମହାକାଳ ଶିବଙ୍କ ଆଶିଷ ଲାଭ କରିବା ସହିତ କିଛିଟା ଧନ ମଧ୍ୟ ଉପାର୍ଜନା କରି ପାରିବେ।

୧) ବେଲପତ୍ର ବିନା ପୂଜା ଅସମ୍ପୂର୍ଣ୍ଣ

ଶାସ୍ତ୍ର ଅନୁଯାୟୀ ଭଗବାନ ଶିବଙ୍କ ଉପାସନା କଲେ ବେଲପତ୍ର ବିନା ପୂଜା ଅସମ୍ପୂର୍ଣ୍ଣ ବୋଲି ବିବେଚନା କରାଯାଏ। ବିଶ୍ୱାସ ରହିଛି ଯେ, ଶ୍ରାବଣ ମାସରେ ଭଗବାନ ଶିବଙ୍କ ଠାରେ ରୂପା ବେଲପତ୍ର ଅର୍ପଣ କଲେ ସମସ୍ତ ଇଚ୍ଛା ପୂରଣ ହୋଇଥାଏ। ଏହା ବ୍ୟତୀତ ଜୀବନର ସମସ୍ତ ସମସ୍ୟା ଦୂର ହୋଇଯାଏ ଏବଂ ଆର୍ଥିକ ଅବସ୍ଥା ମଧ୍ୟ ସୁଦୃଢ ହୁଏ। ତେଣୁ ଆପଣ ଚାହିଁଲେ ଭଗବାନ ଶିବଙ୍କ ଠାରେ ରୂପାର ବେଲପତ୍ର ଅର୍ପଣ କରିପାରିବେ।

୨) ରୂପା ବ୍ରେସଲେଟ୍ ପିନ୍ଧିବା ଶୁଭ

ଶାସ୍ତ୍ର ଅନୁଯାୟୀ ପ୍ରଭୁ ଭୋଲେନାଥ ତାଙ୍କ ପାଦରେ ରୂପା ବ୍ରେସଲେଟ୍ ପିନ୍ଧନ୍ତି। ଶ୍ରାବଣ ମାସର ସୋମବାର ଦିନ ପାଦରେ ରୂପା ବ୍ରେସଲେଟ୍ ପିନ୍ଧିବା ଶୁଭ ବୋଲି ବିବେଚନା କରାଯାଏ। ଯଦି ଆପଣ ଶ୍ରାବଣ ମାସର ସୋମବାର ଦିନ ଏକ ରୂପା ବ୍ରେସଲେଟ୍ ଘରକୁ ଆଣନ୍ତି, ତେବେ ତୀର୍ଥଯାତ୍ରା ପାଇଁ ଶୁଭ ଯୋଗ ବାହାରିବ ।

୩) ରୁଦ୍ରାକ୍ଷକୁ ପାଖରେ ରଖିବା ଶୁଭ

ରୁଦ୍ରାକ୍ଷକୁ ପାଖରେ ରଖିବା ଏବଂ ପିନ୍ଧିବା ସନାତନ ଧର୍ମରେ ଶୁଭ ବୋଲି ବିବେଚନା କରାଯାଏ | ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ରୁଦ୍ରାକ୍ଷକୁ ଶ୍ରାବଣ ମାସର ସୋମବାର ଦିନ ଘରକୁ ଆଣିବା ଶୁଭ ବିବେଚନା କରାଯାଏ। ଏହାକୁ ଘରର ମୁଖ୍ୟ କୋଠରୀରେ ରଖିଲେ ଘରେ ଧନ ଏବଂ ଧନ୍ୟ ଭରପୁର ହୋଇଯାଏ।

୪) ଗଙ୍ଗାଜଳ ସବୁଠାରୁ ପବିତ୍ର

ହିନ୍ଦୁ ଧର୍ମରେ ଗଙ୍ଗାଜଳ ସବୁଠାରୁ ପବିତ୍ର ବୋଲି ବିବେଚନା କରାଯାଏ। ସୋମବାର ଦିନ ଗଙ୍ଗାଜଳ ଦ୍ୱାରା ଶିବଲିଙ୍ଗକୁ ଅଭିଷେକ କଲେ ଶୁଭ ଫଳାଫଳ ମିଳିଥାଏ ବୋଲି ସାଧାରଣରେ ବିଶ୍ୱାସ କରାଯାଏ। ଧାର୍ମିକ ଗ୍ରନ୍ଥ ଅନୁଯାୟୀ, ସୋମବାର ଗଙ୍ଗାଜଳକୁ ଘରକୁ ଆଣିବା ଏବଂ ଏହାକୁ ରୋଷେଇ ଘରେ ରଖିଲେ ଘରକ୍ଜ ଶୁଭଫଳ ଆସିଥାଏ । ଏହା କରିବା ଦ୍ୱାରା ଘରେ ସୁଖ, ସମୃଦ୍ଧତା ଏବଂ ଧନ ବୃଦ୍ଧି ପାଇଥାଏ |

Leave a Reply

Your email address will not be published. Required fields are marked *