ସଂସ୍କାର : ଦେଶରେ ଦିନକୁ ଦିନ ବଢି ଚାଲିଛି ଦୁଷ୍କର୍ମ ଓ ଗଣଦୁଷ୍କର୍ମର ମାମଲା। ଯୌନରାକ୍ଷସ ମାନେ ନିଜର ସୀମା ଅତିକ୍ରମକରି ଘଟାଉଛନ୍ତି ଅନେକ ଅମାନୁଷିକ କାର୍ଯ୍ୟ। ଯୁବତୀ, ମହିଳା ଏମିତିକି ନାବାଳିକାଙ୍କୁ ବି ବଳାତ୍କାର କରିବା ପାଇଁ ପଛାଉ ନାହାନ୍ତି ଏହି ଯୌନରାକ୍ଷସ ମାନେ।
ଜଣେ ୧୬ ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ କରିବା ପରେ ତାଙ୍କର ପ୍ରାଇଭେଟ୍ ପାର୍ଟରେ ଧାରୁଆ ଅସ୍ତ୍ର ପୂରାଇଦେଇଛନ୍ତି ଯୋୖନରାକ୍ଷସ। ଖାଲି ସେତିକି ନୁହେଁ ଅତ୍ୟାଚାର କରି ରକ୍ତାକ୍ତ ଅବସ୍ଥାରେ ଏକ ଫ୍ଲାଏ ଓଭରବ୍ରିଜ୍ ଉପରୁ ତଳକୁ ଫିଙ୍ଗିଦେଇଛନ୍ତି ଅଭିଯୁକ୍ତ। ଏହିଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ରାଜସ୍ଥାନର ଅଲୱର୍ ଜିଲ୍ଲାରେ । ପ୍ରାଇଭେଟ୍ ପାର୍ଟରେ ଧାରୁଆ ଅସ୍ତ୍ର ପୂରାଇବା କଥା ପୀଡ଼ିତାଙ୍କ ମେଡିକାଲ ରିପୋର୍ଟରୁ ଜଣାପଡ଼ିଛି ।
ତେବେ ଏହି ଘଟଣାକୁ ୪ ଦିନ ବିତିଥିଲେ ବି କୌଣସି ପକ୍କା ପ୍ରମାଣ ପୋଲିସ ହାତରେ ଲାଗିନାହିଁ। ଚଳିତ ସପ୍ତାହ ଆରମ୍ଭରେ ଅଲୱର୍ ଓଭରବ୍ରିଜ୍ ତଳେ ଜଣେ ଯୁବତୀ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ସେ ଜଣେ ବିକଳାଙ୍ଗ ହୋଇଥିବା ପୋଲିସ୍ କହିଛି। ଗତ ମଙ୍ଗଳବାର ଦିନ ପୀଡ଼ିତାଙ୍କୁ ପ୍ରଥମେ ଅଲୱର୍ ର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଶରୀରରୁ ବହୁ ପରିମାଣରେ ରକ୍ତ ବୋହିଯାଇଥିବାରୁ ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା। ଏହାପରେ ବୁଧବାର ଦିନ ଜୟପୁରର ଜେ କେ ଲୋନ୍ ହସ୍ପିଟାଲକୁ ତାଙ୍କୁ ନିଆଯାଇଥିଲା । ଚିକିତ୍ସା ପରେ ସେ ସୁସ୍ଥ ଅଛନ୍ତି । ଏନେଇ ମେଡିକାଲ୍ ପକ୍ଷରୁ ସୂଚନା ପ୍ରକାଶ ପାଇଛି ।
ତେବେ ଡାକ୍ତରଙ୍କ କହିଛନ୍ତି ଯେ, ଗଣଦୁଷ୍କର୍ମ ପରେ ତାଙ୍କର ଗୁପ୍ତାଙ୍ଗରେ କୌଣସି ଧାରୁଆ ଅସ୍ତ୍ର ପୂରାଇ ଦିଆଯାଇଥିଲା । ଯାହାଫଳରେ ଇଣ୍ଟରନାଲ୍ ଇନଜ୍ୟୁରି ହୋଇଛି । ତାଙ୍କର ଇଣ୍ଟରନାଲ୍ ଅର୍ଗାନରେ ଆଘାତ ଲାଗିଥିବାରୁ ସମସ୍ୟା ସୃଷ୍ଟି ହୋଇଛି । ବର୍ତ୍ତମାନ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଏହି ପରିପ୍ରେକ୍ଷୀରେ ରାଜସ୍ଥାନର ମହିଳା ଓ ଶିଶୁ ସୁରକ୍ଷା ବିକାଶ ମନ୍ତ୍ରୀ ମମତା ଭୁପେଶ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଓ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଧରିବାକୁ କହିଛନ୍ତି। ତେବେ ମମତା ଭୁପେଶ ପୀଡ଼ିତାଙ୍କୁ ପରିବାରକୁ ୬ ଲକ୍ଷ ଟଙ୍କା ସହାୟତା ରାଶି ଦେବା ନେଇ ଘୋଷଣା କରିଛନ୍ତି । ଏଥିମଧ୍ୟରୁ ୫ ଲକ୍ଷ ଟଙ୍କା ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଦିଆଯାଉଥିବା ବେଳେ ବାକି ଏକ ଲକ୍ଷ ଟଙ୍କା ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ଦିଆଯିବ । ପୀଡ଼ିତାଙ୍କ ବାପା ଶ୍ରମିକ ଭାବରେ କାମ କରୁଥିବା ଜଣାପଡ଼ିଛି।
ଅଲୱାର ଘଟଣାକୁ ଚାରି ଦିନ ବିତିଗଲାଣି, କିନ୍ତୁ ପୋଲିସର ହାତ ଖାଲି ଅଛି। ଅନୁସନ୍ଧାନକାରୀ ଦଳ ଏପର୍ଯ୍ୟନ୍ତ କୌଣସି ଠୋସ୍ ପଦକ୍ଷେପ ନେଇନାହାଁନ୍ତି। କିନ୍ତୁ ପୋଲିସର ନୂତନ ଖୁଲାସା ସମଗ୍ର ପ୍ରସଙ୍ଗରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମେଡିକାଲ ରିପୋର୍ଟ ଆସିବା ପରେ ପୋଲିସର ବିବୃତ୍ତି ବର୍ତ୍ତମାନ ଅଲୱାର ଗ୍ୟାଙ୍ଗରେପ୍ ମାମଲାରେ ଏକ ନୂଆ ମୋଡ଼ ଆଣିଛି। ମେଡିକାଲ ବୋର୍ଡର ରିପୋର୍ଟ କହୁଛି ଯେ, ଏହି ନାବାଳିକାଙ୍କୁ ବଳାତ୍କାର କରାଯାଇନାହିଁ।
ଅନ୍ୟପଟେ ଗ୍ୟାଙ୍ଗରେପ୍ ଭାବି ପୋଲିସ ନିଜେ ଘଟଣାର ତଦନ୍ତ କରୁଛି। ସିସିଟିଭି ଫୁଟେଜ ଆଧାରରେ ପୋଲିସ ପୁରା ମାମଲାର ସମାଧାନ କରିବାକୁ ଚେଷ୍ଟା କରୁଛି। ସେପଟେ ରାଜସ୍ଥାନ ସରକାର ଏହି ମାମଲାର ତଦନ୍ତ ଏସଆଇଟିକୁ ଦେଇଛନ୍ତି ଯାହା ଜାତୀୟ ଗଣମାଧ୍ୟମର ରିପୋର୍ଟ କହୁଛି।