ମୁମ୍ୱାଇ : କୋଭିଡ଼-୧୯ ମହାମାରୀ ଯୋଗୁ ଲକ୍ଡାଉନ୍ର ୪ର୍ଥ ପର୍ଯ୍ୟାୟ ନସରୁଣୁ ଆଗାମୀ ୫ମ ପର୍ଯ୍ୟାୟ ପାଇଁ ଦେଶର ପ୍ରଧାନମନ୍ତ୍ରୀ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ ଆଲୋଚନା କରୁଛନ୍ତି । ଏ ଭାଇରସ ଦିନକୁ ଦିନକୁ ତାର କାୟା ମେଲାଇବାରେ ଲାଗିଛି । ଏହି ସମୟରେ କିନ୍ତୁ ସିନେ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଏକ ଫିଲ୍ମ ପ୍ରସ୍ତୁତ କରୁଛନ୍ତି ଯାହାର ନାଁ ‘କରୋନା ଭାଇରସ’ ରଖାଯାଇଛି । ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ ସରିଥିବାବେଳେ ସୂଚନାଯୋଗ୍ୟ ଯେ ଏହା ଏକ ତେଲୁଗୁ ଫିଲ୍ମ ।
ସିନେ ନିର୍ଦ୍ଦେଶକ ରାମ ଗୋପାଳ ଏକ ଟ୍ୱିଟ୍ରେ କହିଛନ୍ତି ଯେ ଏହା ହେଉଛି କରୋନା ଭାଇରସ ଫିଲ୍ମର ଟ୍ରେଲର । ଏ କାହାଣୀଟି ଲକ୍ଡାଉନ୍ ବିଷୟକୁ ନେଇ କରାଯାଇଥିବାବେଳେ ସାମାଜିକ ଦୂରତାକୁ ଅନୁସରଣ କରି ସୁଟ୍ କରାଯାଇଥଲା । ମୁଁ ପ୍ରମାଣ କରିବାକୁ ଚାହୁଁଛି ଯେ ତୁମ କାମକୁ କେହି ଅଟକାଇ ପାରିବେ ନାହିଁ, ନାଁ ଭଗବାନ ନାଁ କରୋନା ।
ଫିଲ୍ମର କାହାଣୀ ଗୋଟିଏ ପରିବାରର । କରୋନା ଭାଇରସ ନ୍ୟୁଜ୍ରୁ ଆରମ୍ଭ ହେଇଛି ଫିଲ୍ମର ଟ୍ରେଲର । ଫିଲ୍ମର କ୍ଲାଇମେକ୍ସ ସେଇଠି ଆରମ୍ଭ ହେଉଛି ଯେତେବେଳେ ଘରେ ସେ ପରିବାରର ଝିଅକୁ ଥଣ୍ଡା ଓ କାଶ ଆରମ୍ଭ ହେଉଛି । ଏ ଘଟଣା ପରେ ପରିବାରସଦସ୍ୟଙ୍କ ଚିନ୍ତା ବାଢୁଛି ହେଲେ ଝିଅର କରୋନା ପରୀକ୍ଷା କରିବା ଉଚିତ୍ ଅନୁଚିତ ଭିତରେ କାହାଣୀଟି ଗତି କରୁଛି ।