ସଂସ୍କାର : ପ୍ରଥମେ ଜଣେ ଯୁବତୀକୁ ଜଣେ ଯୁବକ ପ୍ରେମରେ ଫସାଇଲେ, ଆଉ ତାପରେ ଯୁବକ ଜଣକ ତାର ଆଉ ତିନୋଟି ସାଙ୍ଗକୁ ନେଇ ସେ ଭଲ ପାଉଥିବା ଯୁବତୀ ସହ କଲା ଗଣଦୁଷ୍କର୍ମ। ଆଉ ଲଗାତାର ୧ ମାସ ଗଣଦୁଷ୍କର୍ମର ଶିକାର ହେବା ପରେ, ଯୁବତୀ ଜଣକ ହେଲେ ଗର୍ଭବତୀ। ୪ ମାସ ଧରି ଯୁବତୀଙ୍କ ଯୌନକୁ ଶୋଷଣ କରିଚାଲିଥିଲେ ଏହି ୪ ଜଣ ଦୁର୍ଦ୍ଦାନ୍ତ ଯୁବକ। ଅନ୍ୟପଟେ ଖାଲି ଯୁବତୀ ଜଣକ ଗର୍ଭବତୀ ହେଲେ ତାହା ନୁହଁ, ବରଂ ପରବର୍ତ୍ତୀ ସମୟରେ ତାଙ୍କ ଗର୍ଭକୁ ନଷ୍ଟ କରିବା ପାଇଁ ମଧ୍ୟ ଗାଁର ଆଶା ଦିଦିର ସାହାର୍ଯ୍ୟ ନିଆଯାଇଥିଲା।
ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି ଉତ୍ତରପ୍ରଦେଶର ମହୋବା ଜିଲ୍ଲାରୁ। ପୀଡିତା ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି ଯେ, ଗାଁର ଚାରିଟି ଯୁବକ ତାଙ୍କୁ ସାଙ୍ଗ ହୋଇ ବଳାତ୍କାର କରିଛନ୍ତି। ଆଉ ସେମାନଙ୍କର ବଳାତ୍କାର ଯୋଗୁଁ ସେ ଆଜି ୪ ମାସର ଗର୍ଭବତୀ ହୋଇସାରିଥିଲେ। କିନ୍ତୁ ଏହି ଦୁର୍ଦ୍ଦାନ୍ତ ମାନେ ମୋର ଏହି ଗର୍ଭକୁ ନଷ୍ଟ କରିବା ପାଇଁ ଗାଁର ଆଶା ଦିଦିଙ୍କ ସହ କଥା ହୋଇ ମୋର ଗର୍ଭକୁ ନଷ୍ଟ କରିଦେଇଛନ୍ତି।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଆନୁଯାୟୀ, ଚାରି ମାସ ଧରି ଏହି ଯୁବତୀଙ୍କୁ ବଳାତ୍କାର କରୁଥିଲେ ୪ ଜଣ ଯୁବକ। ଏହି ମାମଲା ଶ୍ରୀନଗର କୋଟୱାଲୀ ଅଞ୍ଚଳର ଏକ ଗାଁର, ଯେଉଁଠାରେ ଜଣେ ଦଲିତ ଯୁବତୀ ଦୋକାନରୁ ଘରକୁ ସାମଗ୍ରୀ ନେଇ ଯାଉଥିଲା। ଏହି ସମୟରେ ଚାରିଜଣ ଯୁବକଙ୍କୁ ଏକ ନିର୍ଜନ ସ୍ଥାନକୁ ନେଇ ତାଙ୍କ ସହ ବଳାତ୍କାର ଘଟଣା ଘଟାଇଥିଲେ। ଏହା ପରେ ସେ ପୀଡିତାଙ୍କୁ ଧମକ ଦେଇଥିଲେ ଯେ ଯଦି କାହାକୁ କହିବ ତେବେ ସେମାନେ ତାଙ୍କୁ ଏବଂ ତାଙ୍କ ପରିବାରକୁ ହତ୍ୟା କରିବେ। ଏହା ପରେ ସେ ଚାରି ମାସ ଧରି ନାବାଳିକାକୁ ବଳାତ୍କାର ଜାରି ରଖିଥିଲେ।
ତେବେ ବର୍ତ୍ତମାନ ପୀଡିତାଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି।