୧ – ଆସନ୍ତାକାଲି ମଇ ୨୨ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି । ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ଓ ରାଜ୍ୟ ସରକାରଙ୍କ ସହିତ ବୈଠକରେ ବସିବା ନେଇ ସମ୍ଭାବନା ।
୨ – ବାତ୍ୟା ଅମ୍ଫନରେ ପଶ୍ଚିମବଙ୍ଗରେ ୭୨ ଜଣ ନିହତ ହୋଇଥିଲାବେଳେ ଶତାଧିକ ଆହତ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମାଗିଲେ ଆଉ ଅଧିକା NDRFT ।
୩ – ଆମେରିକୀୟ କମ୍ପାନୀ ଜୋନ୍ସନ୍ ଆଣ୍ଡ୍ ଜୋନ୍ସନ୍, ଆମେରକା ଏବଂ କାନାଡାରେ ନିଜ ପ୍ରଡ଼କ୍ଟ ବେବି ପାଉଡର୍ ବିକ୍ରି ଉପରେ ଲଗାଇଛି ରୋକ୍ । ପାଉଡ଼ରରେ ଆଜବେଷ୍ଟସ୍ ଅଛି, ଯେଉଁ କାରଣରୁ କ୍ୟାନ୍ସର ହେଉଛି ବୋଲି ଅଭିଯୋଗ ।
୪ – ଜୁନ ୧ ତାରିଖରୁ ଚାଲିବ ୨୦୦ ନନ୍-ଏସି ଟ୍ରେନ ବୋଲି ଘୋଷଣା କରିଛନ୍ତି ସରକାର । ପୁଣିଥରେ ନୂଆ ଗାଇଡ଼ଲାଇନ୍ ସହିତ ଟ୍ରେନ ଯାତ୍ରା ପାଇଁ ଆଜି ସକାଳ ୧୦ଟା ବେଳୁ ହେଇସାରିଛି ବୁକିଂ ଆରମ୍ଭ ।
୫ – ମଇ ୨୨ରୁ ଦିଲ୍ଲୀ ହାଇକୋର୍ଟର ସମସ୍ତ ଜିଭିଜନ୍ ଏବଂ ସିଂଗଲ୍ ବେଞ୍ଚ୍ ପୁନର୍ବାର କର୍ମକ୍ଷେତ୍ରକୁ ଫେରିବେ । ସେପଟେ କରୋନା ମାମଲାରେ ରେକର୍ଡ ଭାଙ୍ଗିଲା ଦିଲ୍ଲୀ , ଆକ୍ରାନ୍ତଙ୍କ ସଂଖ୍ୟା ୧୧,୬୦୦ କୁ ଅତିକ୍ରମ କଲାବେଳେ ୨୪ ଘଣ୍ଟା ଭିତରେ ୫୭୧ ମାମଲା ।