ଗାର୍ଲଫ୍ରେଣ୍ଡ ସହ ରଖିବାକୁ ଚାହୁଁଥିଲା ଶାରୀରିକ ସମ୍ପର୍କ; କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବରେ ଚାଲିଗଲା ଜୀବନ, ଜାଣନ୍ତୁ କିପରି…

ସଂସ୍କାର : ଗୁଜୁରାଟର ଅହମ୍ମଦାବାଦରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ଏପରି ପଦ୍ଧତି ଗ୍ରହଣ କଲେ ଯେ କିଛି ସମୟ ପରେ ସେ ଜୀବନ ହରାଇଲେ। ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଏହି ବ୍ୟକ୍ତି ଜଣକ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁଥିବା ବେଳେ ନିଜର ବ୍ୟକ୍ତିଗତ ଅଂଶ ବା ପ୍ରାଇଭେଟ୍ ପାର୍ଟରେ ଅଠା ଲଗାଇ ଦେଇଥିଲେ।ପାଖରେ କଣ୍ଡୋମ ନ ଥିବାରୁ ବ୍ୟକ୍ତି ଜଣକ ଏହା କରିଥିଲେ। କାରଣ ଯୁବକ ଜଣକ ଭୟ କରୁଥିଲେ ଯେ, ତାଙ୍କ ଗାର୍ଲଫ୍ରେଣ୍ଡ ଗର୍ଭବତୀ ହେଇନଯାଅନ୍ତୁ।

ତେବେ ଏହି ଘଟଣାଟି ହେଉଛି ସେପ୍ଟେମ୍ବର ୨୨ ତାରିଖର। ଯେତେବେଳେ ଅହମ୍ମଦାବାଦର ଫତେହୱାଡି ନିବାସୀ ସଲମାନ ମିର୍ଜା ଏକ ହୋଟେଲରେ ତାଙ୍କ ମହିଳା ବନ୍ଧୁଙ୍କ ସହ ରହିବାକୁ ଯାଇଥିଲେ ସେହି ସମୟରେ ଦୁହିଙ୍କ ମନରେ ସମ୍ଭୋଗ କରିବାକୁ ନେଇ ଉତେଜନା ସୃଷ୍ଟି ହୋଇଥିଲା। ହୋଟେଲରେ ପହଂଚିବା ପରେ ଏହି ପ୍ରେମୀଯୁଗଳ ପ୍ରଥମେ ନିଶା ଖାଦ୍ୟ ଖାଇଥିଲେ ଏବଂ ପରେ ସେକ୍ସ ବା ଶାରୀରିକ ସମ୍ପର୍କ ରଖିବାକୁ ନିଷ୍ପତ୍ତି ନେଇଥିଲେ।

ତେବେ ଅନ୍ତରଙ୍ଗ ହେବା ସମୟରେ ମହିଳା ଦମ୍ପତି ଜଣକ ଗର୍ଭଧାରଣକୁ ଏଡାଇବା ପାଇଁ ସଲମାନ ମିର୍ଜାଙ୍କୁ କହିଥିଲେ ଯେ କଣ୍ଡୋମ ବ୍ୟବହାର କରିବ। କିନ୍ତୁ ପାଖରେ କଣ୍ଡୋମ ନ ଥିବା କାରଣରୁ ସଲମାନ ନିଜର ବ୍ୟକ୍ତିଗତ ଅଂଶକୁ ସିଲ୍ କରିବା ପାଇଁ ଅଠା ବା ଗମ୍ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଥିଲେ।

ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟରେ ଜଣେ ଅଧିକାରୀ କହିଛନ୍ତି ଯେ ସେମାନେ କୌଣସି କଣ୍ଡୋମ ନେଇ ନ ଥିବାରୁ ସେ ଗର୍ଭବତୀ ନହେବା ପାଇଁ ବ୍ୟକ୍ତିଗତ ଅଂଶରେ ଅଠା ଲଗାଇବାକୁ ନିଷ୍ପତ୍ତି ନେଇଥିଲେ। ଦୁର୍ଭାଗ୍ୟବଶତଃ, ଏହି ରାସାୟନିକ ଅଠା ସଲମାନଙ୍କ ପ୍ରାଇଭେଟ୍ ଅଙ୍ଗକୁ ଅନେକ କ୍ଷତି ପହଞ୍ଚାଇଲା ଯେଉଁଥିପାଇଁ ସେ ମୃତ୍ୟୁ ବରଣ କରିଥିଲେ।

Leave a Reply

Your email address will not be published. Required fields are marked *