ସଂସ୍କାର : ସକାଳୁ ସକାଳୁ ଗର୍ମାଗରମ ଚାହା ପିଇବା ସହିତ ପାଉଁରୁଟି, କେକ୍ କିମ୍ବା ଟୋଷ୍ଟ ଖାଇବାକୁ ଆପଣ ନିଶ୍ଚିତ ଭଲପାଉଥିବେ। କେବଳ ଆପଣହିଁ କାହିଁକି ଦୁନିଆର ଅନେକ ଲୋକ ଏହି ଅଭ୍ୟାସରେ ପୀଡିତ ଥିବେ। କିନ୍ତୁ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଟୋଷ୍ଟକୁ ନେଇ ଏପରି ଏକ ଭିଡ଼ିଓ ଭାଇରାଲ୍ ହେଉଛି ଯାହାକୁ ଦେଖିଲା ପରେ ଆପଣ ଖାଉଥିବା ଟୋଷ୍ଟ ଉପରେ ଘୁର୍ଣ୍ୟ ମନୋଭାବ ଆସିବ। ଆଉ ପ୍ୟାକେଟରେ ଟୋଷ୍ଟ ଭର୍ତ୍ତି କରୁଥିବା ଲୋକର କାର୍ଯ୍ୟକୁ ଦେଖିଲେ ଆପଣଙ୍କର ବି ସେ ଲୋକକୁ ମାରିବା ପାଇଁ ଇଚ୍ଛା ହେବ।
ତେବେ ଭାଇରାଲ୍ ହେଉଥିବା ଭିଡ଼ିଓରେ ଦେଖାଯାଉଛି ଯେ, ଗୋଟିଏ ଷ୍ଟୋରରେ କିମ୍ବା ଗୋଟିଏ ଗୋଦାମରେ ଏହି ଟୋଷ୍ଟକୁ ଜରି ପ୍ୟାକେଟରେ ଭର୍ତ୍ତି କରୁଛନ୍ତି କିଛି ଲୋକ। ଆଉ ଏହି ଟୋଷ୍ଟକୁ ଭର୍ତ୍ତି କରିବା ସମୟରେ ସେମାନେ ଟୋଷ୍ଟ ଗୁଡିକୁ ପାଦରେ କୁଦୁଛନ୍ତି । ପାଟିରେ ଭର୍ତ୍ତି କରୁଛନ୍ତି।
ତେବେ ଏହି ଅସାମାଜିକ ଲୋକଙ୍କର ଭିଡ଼ିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଭାଇରାଲ ହେଉଥିବା ଭିଡିଓ ଦେଖିବା ପରେ କାହାରବି ମନ ଖରାପ ହୋଇଯିବ। କାରଖାନାରେ କାର୍ଯ୍ୟ କରୁଥିବା ଏହି ବ୍ୟକ୍ତି କ୍ୟାମେରା ଦେଖିବା ସମୟରେ ଜାଣିଶୁଣି ଟୋଷ୍ଟ ଉପରେ ଛେପ ପକାଇ ଭୂମିରେ ରଖାଯାଇଥିବା ଟୋଷ୍ଟ ଉପରେ ତାଙ୍କ ପାଦ ରଖିଥିଲେ। ତେବେ ଏହି ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବା ମାତ୍ରେ ୟୁଜରମାନେ କ୍ରୋଧିତ ହେବାକୁ ଲାଗିଲେ। ଏହି ଭିଡିଓ ଇନଷ୍ଟାଗ୍ରାମରେ GiDDa ନାମକ ଏକ ଆକାଉଣ୍ଟ ଦ୍ୱାରା ସେୟାର କରାଯାଇଛି। ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି।