ଭଉଁରୀ ଭିତରେ ଫସିଥିବା ସେହି ୭ ମିନଟ୍ ର ଭୟାନକ କାହାଣୀ, ମରଣ ମୁହଁରୁ ଫେରି ଆସି ଶୁଣନ୍ତୁ କଣ କହିଲେ, ଦେଖନ୍ତୁ VIDEO

ସଂସ୍କାର : ଗଜରାଜ ଉଦ୍ଧାର ପାଇଁ ନିୟୋଜିତ ହୋଇଥିବା ଜଣେ ଓଡ୍ରାଫକର୍ମୀ କହିଛନ୍ତି କିପରି ଓଲଟିଥିଲା ସୁରକ୍ଷା ବୋଟ୍। ଆଉ ସୁରକ୍ଷା ବୋଟ୍ ଓଲଟିବା କାରଣରୁ କେମିତି ଥିଲା ସେ ସମୟର ମାହୋଲ।

ଜଣେ ଓଡ୍ରାଫକର୍ମୀ କହିଛନ୍ତି ଯେ, ଯେତେବେଳେ ଆମେ ହାତୀର ନିକଟତର ହୋଇଥିଲୁ ସେ ସମୟରେ ପାଣିର ସୁଅ ଆମ ଡଙ୍ଗା ସହିତ ଖାପଖୁଆଇଲା ନାହିଁ। ଡ଼ଙ୍ଗାକୁ ଦିଗ ନ ମିଳିବାରୁ ଆମେ ସ୍ଲିପ୍ କରିଗଲୁ। ଡ଼ଙ୍ଗା ସ୍ଲିପ୍ ହେବା କାରଣରୁ ଓଟିଭିର ଦୁଇ ସାମ୍ବାଦିକ ଆଉ ମୋର ସହକର୍ମୀ ପାଣିରେ ବୁଡିଯାଇଥିଲୁ। ସଂଗେ ସଂଗେ ବ୍ରିଜ ଉପରେ ଥିବା ଆମର ଅନ୍ୟ ସହକର୍ମୀ ଆମକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ। ଏହି ସମୟ ମଧ୍ୟରେ ଆମେ ଗଭୀର ପାଣି ଭିତରେ ୭ ମିନିଟ୍ ଫସି ରହିଥିଲୁ। ଏହି ୭ ମିନିଟରେ ଆମକୁ ମରଣ ମୁହଁକୁ ଯିବା ଭଳି ଲାଗିଥିଲା। ଆମେ ପାଣି ଭିତରେ ଧରାଶାୟୀ ହୋଇଯାଇଥିଲୁ। ଗୋଟିଏ ସମୟରେ ମୋତେ ଲାଗିଲା ଯେ, ମୋର ପ୍ରାଣବାୟୁ ଉଡ଼ିଗଲା। ଅନ୍ୟପଟେ ପାଣିର ବେଗ ବହୁତ ଖ୍ରୀପ ରହିଥିଲା।

ଦେଖନ୍ତୁ VIDEO

ସୂଚନାଯୋଗ୍ୟ ଯେ, ମୁଣ୍ଡଳୀ ନିକଟରେ ଏକ ହାତୀ ଫସି ରହିଥିଲା । ଆଉ ହାତୀ ଫସି ରହିବା କାରଣରୁ ତାକୁ ଉଦ୍ଧାର କରିବା ପାଇଁ ମିଶନ ଗଜରାଜ ଆରମ୍ଭ ହୋଇଥିଲା। ତେବେ ମିଶନ ଗଜରାଜ ବିଫଳ ହୋଇଥିବା ବେଳେ, ଏହି ବୋଟ୍ ଦୁର୍ଘଟଣାରେ ଓଟିଭିର ସାହସୀ ସାମ୍ବାଦିକ ଅରିନ୍ଦମ ଦାସଙ୍କର ଦେହାନ୍ତ ହୋଇଛି। ଏହା ସହିତ ଜଣେ ଓଡ୍ରାଫକର୍ମୀଙ୍କର ମଧ୍ୟ ଦେହାନ୍ତ ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *