ବୟଫ୍ରେଣ୍ଡ ସହ ସେକ୍ସ କରିବା ପାଇଁ ନିଜର ୩ ବର୍ଷୀୟ ଝିଅକୁ ହତ୍ୟା କଲା ମାଆ

ସଂସ୍କାର : ୩ ବର୍ଷର କୋମଳମତୀ ଶିଶୁକୁ କାମାନ୍ଧ ହୋଇ ହତ୍ୟା କଲା ଜନ୍ମକଲା ମାଆ। ସ୍ୱାମୀ ଶାରୀରିକ ସୁଖ ଦେଇ ନ ପରିବାରୁ ଅନ୍ୟ ଏକ ପୁରୁଷ ସହ ସ୍ୱାମୀର ଅନୁପସ୍ଥିତିରେ ମହିଳା ଜଣକ କରୁଥିଲେ ନିଜର ଶରୀରକୁ ସନ୍ତୁଷ୍ଟ। ଆଉ ମାଆ ସହିତ ଅନ୍ୟ ପୁରୁଷର ଏହି କାମକୁ ସ୍ୱଚକ୍ଷୁରେ ଦେଖୁଥିଲେ ୩ ବର୍ଷର କୋମଳମତୀ ଶିଶୁ। ଗୋଟିଏ ପଟେ ବୟଫ୍ରେଣ୍ଡ ସହ ମାଆକୁ ଶାରୀରିକ ସମ୍ପର୍କ ରଖିବାର ନିଶା ଘାରିଥିବା ବେଳେ, ସେମାନଙ୍କର ଶାରୀରିକ ସମ୍ପର୍କ ସହ ସେଲଫି ଉଠାଇବା ଥିଲା ଦୈନନ୍ଦିନ କାର୍ଯ୍ୟ। କିନ୍ତୁ ଏଥିରେ କଣ୍ଟା ସାଜୁଥିଲା ୩ ବର୍ଷର କୋମଳମତୀ ଝିଅ। ବିଭିନ୍ନ ସମୟରେ ଏହା ଦେଖି ସେ ମା’ କୁ ପଚାଉଥିଲା ଏହା କଣ କରୁଛନ୍ତି।

ତେବେ ସେ ମହିଳାଙ୍କ ପାଇଁ ଶାରୀରିକ ସମ୍ପର୍କ ଏତେ ଜରୁରୀ ହୋଇପଡିଥିଲା ଯେ, ସେ କାମ ବାସ୍ନାରେ ଅନ୍ଧ ହୋଇ ତାର ପୁରୁଷ ବନ୍ଧୁ ମିଶି ନିଷ୍ପାପ ଶିଶୁକୁ ହତ୍ୟା କରିଦେଇଥିଲା। ତେବେ ଘଟଣାରେ ଉଭୟ ମହିଳା ଓ ତାଙ୍କର ପୁରୁଷ ବନ୍ଧୁ ଗିରଫ ହୋଇଛନ୍ତି। ଏହା ସୁଦ୍ଧା ମହିଳା ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି ବର୍ମିହାମ୍‌ କୋର୍ଟ ।

ଅଭିଯୁକ୍ତ ମହିଳା ହେଉଛନ୍ତି ନିକୋଲା ପ୍ରିସ୍ଟ ୨୩ ବର୍ଷ ଏବଂ ତାଙ୍କର ୨୨ ବର୍ଷୀୟ ପୂର୍ବତନ ପୁରୁଷ ବନ୍ଧୁ କାଲୁମ୍‌ ରେଡ୍‌ଫେର୍ଣ୍ଣ । ନିକୋଲା ପ୍ରିସ୍ଟକୁ ୧୫ ବର୍ଷ କାରାଦଣ୍ଡା ଦେଶ ଦେଇଥିବା ବେଳେ ତାଙ୍କ ବଏଫ୍ରେଣ୍ଡଙ୍କୁ ୧୪ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି ବର୍ମିହାମ୍‌ କୋର୍ଟ । କୋର୍ଟ କହିଛନ୍ତି ୩ ବର୍ଷର ଶିଶୁ କେଲିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ତଦନ୍ତ ବେଳେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପୋଲିସକୁ ହସ୍ତଗତ ହୋଇଥିଲା । ସେହି ଆଧାରରେ ଉଭୟଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିଲା।

Leave a Reply

Your email address will not be published. Required fields are marked *