ସଂସ୍କାର : ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ପାଖାପାଖି ୫୦ ଦିନ ପୁରିସାରିଲାଣି। ଆଉ ୫୦ ଦିନ ପରେ ଆସିଛି ଏକ ଚାଞ୍ଚଲ୍ୟକର ଖବର । ସୌମ୍ୟଙ୍କ ମୃତ୍ୟୁ ଘଟଣାରେ ଆସିଲା ନୂଆ ଟୁଇଷ୍ଟି । ସୌମ୍ୟଙ୍କ ମୃତ୍ୟୁର ୫୦ଦିନ ପରେ ଡିଏଫଓ କାର୍ଯ୍ୟାଳୟର ପୂର୍ବତନ ରାତ୍ରି ଜଗୁଆଳି ଗଙ୍ଗା ପ୍ରଧାନଙ୍କ ଚାଞ୍ଚଲ୍ୟକର ବୟାନ ସାମ୍ନାକୁ ଆସିଛି। ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ବିଷୟରେ ଗଙ୍ଗା କହିଛି ଯେ, ରାତି ହୋଇଗଲେ ସୌମ୍ୟଙ୍କ ଘରକୁ ଯାଉଥିଲେ ଡିଏଫଓ। ଆଉ ଗଙ୍ଗା, ଡିଏଫଓଙ୍କର ଗତିବିଧୀକୁ ନଜର ରଖିଥିବା କାରଣରୁ ତାକୁ ଚାକିରୀରୁ ବିଦା ହେବାକୁ ପଡିଛି ।
ଗଙ୍ଗା ରାଜ୍ୟର ଏକ ଗଣମାଧ୍ୟମକୁ ଦେଇଥିବା ବୟାନ ଅନୁଯାୟୀ , ସେ (ଗଙ୍ଗା) ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ କାର୍ଯ୍ୟାଳୟରେ ଗତ ଡ଼ିସେମ୍ବର ମାସ ପର୍ଯ୍ୟନ୍ତ କାର୍ଯ୍ୟ କରିଆସୁଥିଲେ। ରାତ୍ରି ଜଗୁଆଳି ଡ୍ୟୁଟି କରୁଥିବା ସମୟରେ ସେ ଦିନେ ଡିଏଫଓ ସଂଗ୍ରାମ, ଏସିଏଫ୍ ସୌମ୍ୟରଞ୍ଜନଙ୍କ ସରକାରୀ ବାସଭବନକୁ ରାତି ପ୍ରାୟ ସାଢ଼େ ୧୨ଟା ସମୟରେ ଯାଉଥିବା ସେ ଦେଖିଥିଲେ ।
ତେବେ ଗଙ୍ଗା କେଉଁ ପରିସ୍ଥିତିରେ ଏପରି ଏକ ତଥ୍ୟ ପ୍ରକାଶ କରିଛନ୍ତି ତାହା ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ। କିନ୍ତୁ ବର୍ତ୍ତମାନ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ନିଶ୍ଚିତ ରୂପେ ତଦନ୍ତର ରୂପରେଖ ପରିବର୍ତ୍ତନ ହୋଇପାରେ। ହୁଏତ କ୍ରାଇମବ୍ରାଞ୍ଚ ମଧ୍ୟ ଅଧିକ ତଥ୍ୟ ପାଇଁ ଗଙ୍ଗାଙ୍କୁ ତଦନ୍ତ ପରିସରଭୁକ୍ତ କରି ଆଗାମୀ ଦିନରେ ତାଙ୍କ ବୟାନ ରେକର୍ଡ କରିପାରେ ବୋଲି କୁହାଯାଉଛି।