ସଂସ୍କାର : ଆଜିକାଲି ପଶୁ ପକ୍ଷୀଙ୍କୁ ମନୁଷ୍ୟ ସମାଜ ବହୁତ ଆଦର କରିବା ସହିତ ବହୁତ ଭଲ ପାଇଥାଏ। ଯଦି କୌଣସି ଲୋକ ଘରେ ପଶୁ କିମ୍ବା ପକ୍ଷୀଟିଏ ପାଳିଛି, ତେବେ ସେ ପଶୁ କିମ୍ବା ପକ୍ଷୀଟିକୁ ଘରର ଏକ ସଦସ୍ୟ ଭାବରେ ଗ୍ରହଣ କରାଯାଏ। ଆଉ ପଶୁ ପକ୍ଷୀଙ୍କ ପ୍ରତି ଏହି ଭଲ ପାଇବା ଅତି ସ୍ୱାଭାବିକ କଥା। କିନ୍ତୁ ପଶୁପକ୍ଷୀଙ୍କ ସହିତ ମନୁଷ୍ୟର ଯୌନ ସମ୍ପର୍କ ରଖିବା କଥା କେବେ ଶୁଣିଛନ୍ତି କି ? ମାତ୍ର ଜଣେ ମହିଳା ଏକ ଡ଼ଲଫିନ ସହିତ ଯୌନ ସମ୍ପର୍କ ରଖିବା ଖବର ବର୍ତ୍ତମାନ ଚର୍ଚ୍ଚା ପରିସରରେ ରହିଛି। ଏହି ମାମଲା ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଡେଲି ମେଲର ରିପୋର୍ଟ ଅନୁଯାୟୀ, ମହିଳାଙ୍କ ସହିତ ଯୌନ ସମ୍ବନ୍ଧ ଶେଷ ହେବା ପରେ ସେହି ଡଲଫିନଟି ଆତ୍ମହତ୍ୟା କରିଥିଲା ।

ସୂଚନାଯୋଗ୍ୟ ଯେ, ଏହି ଯୌନ ସମ୍ପର୍କର ଘଟଣା୧୯୬୦ ଦଶକରୁ ଆରମ୍ଭ ହୋଇଥିଲା, ଯେଉଁଠାରେ ମାଗରେଟ ହୋୱେ ଲୋୱେଟ ନାମକ ଜଣେ ମହିଳା ଡଲଫିନ୍ ସହିତ ଶାରୀରିକ ସମ୍ପର୍କ ରଖିଥିବା କଥା କହିଛନ୍ତି। ଏହି ମହିଳା ଜଣକ ଡଲଫିନ ସହିତ ଯୋଗାଯୋଗ କରିବା ପାଇଁ ନାସା ଦ୍ୱାରା ଅନୁଦାନ ପ୍ରାପ୍ତ ପ୍ରକଳ୍ପରେ ଅଂଶଗ୍ରହଣ କରିଥିଲେ । ଏହି ଯୋଜନାରେ ଡଲଫିନ୍ ପାଖରେ କେତେ ବୁଦ୍ଧି ଅଛି ଓ ତାହା ମଣିଷଠାରୁ କେତେ ଅଧିକ ଜାଣିବାକୁ ଚେଷ୍ଟା କରାଯାଇଥିଲା । ଏହାକୁ ନେଇ ୨୦ ବର୍ଷୀୟା ମାଗରିଟ ଡଲଫିନ୍ ନ୍ୟୁରୋସାଇଣ୍ଟିଷ୍ଟ ଜନ୍ ଲିଲିଙ୍କ ସହ କାମ କରିବା ପାଇଁ ଏକ ପ୍ରୋଜେକ୍ଟରେ ସାମିଲ ହୋଇଥିଲେ ଓ ତାଙ୍କୁ ସେଣ୍ଟ ଥୋମାସର କାରିବିଆନ ଦ୍ୱୀପରେ ରଖାଯାଇଥିଲା ।

ମାଗରେଟ କହିଛନ୍ତି ଯେ, ‘ସେଠାରେ ୩ ଡଲଫିନ ଥିଲେ, ସେମାନଙ୍କର ନାଁ ପିଟର, ପାମେଲା ଓ ସିସୀ ଥିଲା । ସେମାନଙ୍କ ମଧ୍ୟରେ ପାମେଲା ସବୁଠାରୁ ବଡ଼ ଥିଲା । ପାମେଲା ଅଧିକ ଲାଜୁଆ ଓ ଡରୁଆ ଥିବା ବେଳେ ପିଟର ଅଧିକ ଯୁବା , ଚତୁର ଓ ଦୁଷ୍ଟ ଥିଲା ବୋଲି ମାଗରେଟ କହିଛନ୍ତି । ତେବେ ପିଟର ଓ ମାଗରେଟଙ୍କ ମଧ୍ୟରେ ଏକ ନିଆରା ସମ୍ପର୍କ ବିକାଶିତ ହୋଇଥିଲା । ଏହି କାରଣରୁ ଯେବେ ମାଗରେଟ ଅନ୍ୟ ଡଲଫିନ ସହ ଅଧିକ ସମୟ ବିତାଉଥିଲେ, ସେବେ ପିଟରକୁ ଈର୍ଷା କରୁଥିଲା । କାହିଁକି ପିଟର ମାଗରେଟକୁ ପ୍ରେମ କରୁଥିଲା ଓ ସେମାନଙ୍କ ସମ୍ପର୍କ ଏତେ ଗଭୀର ଥିଲା ଯେ ଦୁହିଁଙ୍କ ମଧ୍ୟରେ ସମ୍ବନ୍ଧ ମଧ୍ୟ ହୋଇସାରିଥିଲା । କିନ୍ତୁ ପ୍ରକଳ୍ପ ସାରି ମାଗରେଟ ଅଲଗା ହୋଇ ଚାଲିଯିବା ପରେ ପିଟର ଆତ୍ମହତ୍ୟା କରିଥିବା ହସଲରର ଏକ ପତ୍ରିକାରେ ପ୍ରକାଶିତ ହୋଇଥିଲା।