ରାଜଧାନୀ ଦିଲ୍ଲୀର ଦ୍ୱାରକା ସାଉଥ ଥାନାରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ଦେଇଥିବା ସୂଚନାନୁସାରେ, ଜଣେ ଯୁବକ ଇନଷ୍ଟାଗ୍ରାମ ଏବଂ ୱାଟ୍ସଆପରେ ବନ୍ଧୁତା କରିବା ପରେ ନିଶା ଖୁଆଇ କିଛି ଆପତ୍ତିଜନକ ଫଟୋ ଉଠାଇଥିଲେ । ଏହାପରେ ସେ ଫଟୋଗୁଡ଼ିକୁ ମାଧ୍ୟମ କରି ନାବାଳିକାକୁ ବ୍ଲାକମେଲ କରୁଥିଲା । ଆପତ୍ତିଜନକ ଫଟୋ ଭାଇରାଲ ହେବା ଭୟରେ ଯୁବକଙ୍କ କଥା ଅନୁସାରେ ସେ ନିଜ ଘରୁ ଗହଣା ଚୋରି କରି ତାକୁ ଦେଲେ, କିନ୍ତୁ ଦିନକୁ ଦିନ ଯୁବକର ଆଚରଣ ଖରାପ ହେବାକୁ ଲାଗିଲା । ଏହାପରେ ନାବାଳିକା ଜଣକ ଯୁବକଙ୍କ ବିରୋଧରେ ଅଭିଯୋଗ ନେଇ ତାଙ୍କ ପିତାମାତାଙ୍କ ସହିତ ଯାଇ ପହଞ୍ଚିଥିଲେ ଦ୍ୱାରକା ସାଉଥ ଥାନାରେ ।
ଦ୍ୱାରକା ଡିସିପି ସନ୍ତୋଷ କୁମାର ମୀଣାଙ୍କ ଅନୁଯାୟୀ, ଅଭିଯୋଗ ପାଇବାର ୨୪ ଘଣ୍ଟା ମଧ୍ୟରେ ଯୁବକ ଜଣକ କରନାଲରୁ ଗିରଫ ହୋଇଥିଲେ । ସେ ଅଶ୍ଳୀଳ ଫଟୋଗୁଡ଼ିକୁ ଦେଖାଇ ନାବାଳିକାକୁ ବ୍ଲାକମେଲ କରୁଥିଲେ । ସୋସିଆଲ ମିଡ଼ିଆ ମାଧ୍ୟମରେ ପ୍ରଥମେ ସେ ନାବାଳିକା ସହିତ ବନ୍ଧୁତା କରିଥିଲେ ଏବଂ ତାପରେ ଏମିତି ଫସାଇଥିଲେ ।
ପ୍ରଥମେ ପ୍ରଥମେ ପାରିବାରିକ ସମସ୍ୟା ଦର୍ଶାଇ Paytm ରେ ଟଙ୍କା ମାଗିବା ଆରମ୍ଭ କରିଥିଲେ । ନାବାଳିକା ଅଭିଯୋଗ କରିଛି ଯେ ଯୁବକ ହେମନ୍ତ (ହିମାଂଶୁ) ଜୁଲାଇ ୨୦୨୦ ରେ ଦ୍ୱାରକାରେ ତାକୁ ସାକ୍ଷାତ କରିଥିଲେ । ଦେଖା ହେଲାପରେ ନାବାଳିକାକୁ ପିଇବାକୁ ଥଣ୍ଡା ପାନୀୟ ଦେଇଥିଲେ ଯାହା ପିଇବା ପରେ ଝିଅଟି ଚେତାଶୂନ୍ୟ ହେଇଗଲା । ନାବାଳିକାର ଚେତାଶୂନ୍ୟ ଅବସ୍ଥାରେ ହିମାଂଶୁ ତାଙ୍କର କିଛି ଆପତ୍ତିଜନକ ଫଟୋ ଉଠାଇଥିଲେ । ଫଟୋଗୁଡ଼ିକ ଭାଇରାଲ କଲାପରେ ସେ ଝିଅକୁ ଟଙ୍କା ମାଗିବା ଆରମ୍ଭ କରିଥିଲା । ଝିଅଟି ଏତେ ଡରି ଯାଇଥିଲା ଯେ ସେ ମା’ର ଅଳଙ୍କାର ଚୋରି କରି ଯୁବକର ଚାହିଦା ପୂରଣ କରିଥିଲେ ।
ହେଲେ ଯୁବକର ଆଚରଣ ଦିନକୁ ଦିନ ଖରାପ ହେବାକୁ ଲାଗିଲା । ସେ ନାବାଳିକାକୁ ସାଙ୍ଗମାନଙ୍କ ସହିତ ସମୟ ବିତାଇବାକୁ କୁହନ୍ତି, ଯାହାଫଳରେ ତାଙ୍କ ସାଙ୍ଗମାନେ ତାଙ୍କୁ ଟଙ୍କା ଦେଇପାରିବେ । ପୋଲିସ ନାବାଳିକାର କାଉଁସିଲିଂ କଲେ । ମାମଲା ରୁଜ୍ଜୁ କଲେ ଏବଂ ତଦନ୍ତ ଆରମ୍ଭ କଲେ । ଯୁବକ ଫୋନର ସବିଶେଷ ତଥ୍ୟ ନିଆଗଲା ପରେ ପୋଲିସ ଟିମ୍ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେପଟେ ଅଭିଯୁକ୍ତ ଯୁବକ ମଧ୍ୟ ପଚରାଉଚରା ବେଳେ ନାବାଳିକା ଅଭିଯୋଗକୁ ସ୍ୱୀକାର କରିଛି ।