ସଂସ୍କାର : ପୁଣି ଚର୍ଚ୍ଚାରେ ସନ୍ତୋଷ ରାଉଳ ବା ସାରଥୀ ବାବା। ଯିଏକି ଠକ ସାରଥୀ ବାବା ନାମରେ ଓଡ଼ିଶାରେ ବେଶ୍ ଜଣାଶୁଣା। ନିଜର ଯାଦୁ କଳାପ ଦେଖାଇ ବାବା ସାଜିଥିବା ଏହି ବ୍ୟକ୍ତି ବର୍ତ୍ତମାନ ପୁଣି ଚର୍ଚ୍ଚା ପରିସରକୁ ଆସିଛି। ଏଥର କିନ୍ତୁ କେନ୍ଦ୍ରାପଡାର ବାରିମୂଳ ଆଶ୍ରମରେ ନୁହେଁ, ବରଂ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଖାଳିବାହଳ ଗାଁରେ ଚାଲିଛି ସାରଥୀର ମ୍ୟାଜିକ ଶୋ’। ଏହି ଗାଁର ଜଣେ ବ୍ୟକ୍ତି ରାଜ୍ୟର ଏକ ଗଣମାଧ୍ୟମକୁ କହିଛନ୍ତି ଯେ, ତାଙ୍କ ଘରେ ସାରଥୀ ବାବାଙ୍କ ଅପାରଲୀଳା ଚାଲିଛି।
ବ୍ୟକ୍ତି ଜଣକ କହିଛନ୍ତି ଯେ, ” ପ୍ରଭୁଙ୍କ ପ୍ରତି ଆମର ଭକ୍ତି ଥିଲା ଓ ଭବିଷ୍ୟତରେ ମଧ୍ୟ ଏହି ଭକ୍ତି ରହିବ। ବର୍ତ୍ତମାନ ୧୦ ଦିନ ହେଲା ପ୍ରଭୁ ( ସାରଥୀ ) ଙ୍କର ମକରନ୍ଦଲୀଳା, ବିଭୁତି ଲୀଳା ହେଉଛି । ଅନ୍ୟପଟେ ପ୍ରଭୁ ସାରଥୀ ପ୍ରସାଦ ମଧ୍ୟ ସେବନ କରୁଛନ୍ତି। ଆହୁରି ସାରଥୀର ଫୋଟରୁ ଗଙ୍ଗାଜଳର ଏକ ଶ୍ରୋତ ମଧ୍ୟ ପ୍ରବାହିତ ହେଉଛି ବୋଲି ପ୍ରକାଶ କରିଛନ୍ତି ଏହି ବ୍ୟକ୍ତି”। ଅନ୍ୟପଟେ ସେହି ଘରର ଏକ ମହିଳା / ଯୁବତୀ ମଧ୍ୟ ଅନେକ କଥା କହିଛନ୍ତି।
ମହିଳା / ଯୁବତୀ ଜଣକ କହିଛନ୍ତି ଯେ, ସାରଥୀଙ୍କ ଫୋଟରୁ ମଖନ୍ , ଗଙ୍ଗାଜଳ ଓ ବିଭୁତି ଅନବରତ ବାହାରୁଛି। ଆଉ ଏହି ଲୀଳାକୁ ଦେଖିବା ପାଇଁ ଆଖପାଖର ଅନେକ ଲୋକ ତାଙ୍କ ଘରକୁ ଆସୁଛନ୍ତି।”
ତେବେ ସାଧାରଣରେ ବର୍ତ୍ତମାନ ଏହି ଖବର ନିଆଁ ଭଳି ଭାଇରଲ୍ ହେଉଛି। ସାମାଜିକ ଗଣମାଧ୍ୟମରେ ଲୋକେ ଏହି ଖବରକୁ ନେଇ ଭିନ୍ନ ଭିନ୍ନ ମତବ୍ୟକ୍ତ କରୁଛନ୍ତି। କେତେକ ୟୁଜର କହୁଛନ୍ତି ଯେ, ” ସାରଥୀ ଏହି ମହିଳାଙ୍କୁ ଆଉ କେତେଦିନ ଗଲେ ଫଟୋରୁ ବାହାରି ଆସି ପଲଙ୍କ ଲୀଳା ଦେଖାଇବ”। ଆଉ ଜଣେ ୟୁଜର କହିଛନ୍ତି ଯେ, ” ସାରଥୀ ଆଉ ଏହି ବୈଦୁତିକ ଗଣମାଧ୍ୟମ ମିଶି ଏକ ତାମସା ଚଳାଇଛନ୍ତି।
ତେବେ ରାଜ୍ୟର ଏହି ଗଣମାଧ୍ୟମର ଖବର କେତେ ସତ୍ୟାସତ୍ୟ ରହିଛି ତାହା ରାଜ୍ୟର ଲୋକଙ୍କ ମନରେ ଏକ ଆଲୋଡନ ସୃଷ୍ଟି କରିଛି।