ବିଶ୍ଵରେ ସର୍ବାଧିକ ରୋଜଗାର କରୁଥିବା ଅଭିନେତାଙ୍କ ତାଲିକାରେ ଏହି ତରକା ଅଧିକାର କରିଛନ୍ତି ସ୍ଵତନ୍ତ୍ର ସ୍ଥାନ : ଜାଣିବାକୁ ପଢନ୍ତୁ ପୁରା ଖବର

ସାରା ବିଶ୍ଵରେ ଥିବା ଫିଲ୍ମ ଜଗତର ସର୍ବାଧିକ ରୋଜଗାର କରୁଥିବା ପୁରୁଷ ଅଭିନେତାଙ୍କ ପ୍ରସଙ୍ଗ ଯଦି ନେବା ତେବେ ସେ ତାଲିକାରେ ପ୍ରଥମ ୧୦ ଜଣଙ୍କ ଭିତରେ ରହିବେ ବଲିଉଡ଼ ଇଣ୍ଡଷ୍ଟ୍ରିର ଖିଲାଡ଼ିଓ କା ଖିଲାଡ଼ି ଅକ୍ଷୟ କୁମାର । ନିକଟରେ ଲୋକପ୍ରିୟ ଅନ୍ତର୍ଜାତୀୟ ପତ୍ରିକା ଫୋର୍ବସ୍ ୨୦୨୦ ରେ ବିଶ୍ଵର ୧୦ ଜଣ ସର୍ବାଧିକ ରୋଜଗାର କରୁଥିବା ପୁରୁଷ ଅଭିନେତା ତାଲିକାରେ ଏକମାତ୍ର ଭାରତୀୟ ଭାବେ ସ୍ଥାନ ପାଇଛନ୍ତି ଅକ୍ଷୟ କୁମାର ।

ସୂଚନା ଅନୁଯାୟୀ ବାର୍ଷିକ ୪୮.୫ ମିଲିୟନ୍‌ ଡଲାର ଆୟ କରି ୬ ଷ୍ଠ ସ୍ଥାନ ଅଧିକାର କରିଛନ୍ତି ମଲ୍ଟି ଟ୍ୟାଲେଣ୍ଟେଡ଼ ଅକ୍ଷୟ କୁମାର । ଏହା ପୂର୍ବରୁ ବି ୨୦୧୯ ମସିହାରେ ଅକ୍ଷୟ କୁମାର ୪ ର୍ଥ ସ୍ଥାନ ଅଧିକାର କରିଥିଲେ । ଫୋର୍ବସ୍ ୨୦୨୦ ପତ୍ରିକା‌ରେ ଉଲ୍ଲେଖ କରାଯାଇଛି ଯେ ଏକ ଷ୍ଟ୍ରିମିଂ ପ୍ଲାଟଫର୍ମରେ ପ୍ରସାରିତ ହୋଇଥିବା ଟେଲିଭିଜନ୍ ଧାରାବାହିକ “ଦି ଏଣ୍ଡ” ଲାଗି ବିଜ୍ଞାପନ ଚୁକ୍ତିନାମାରୁ ବହୁତ ଅର୍ଥ ଉପାର୍ଜନ କରିଥିଲେ ଅକ୍ଷୟ । ଏମିତିକି ଆଗାମୀ ଟେଲିଭିଜନ ଧାରାବାହିକରେ ନିଜ ଭୂମିକା ପାଇଁ ଅକ୍ଷୟ କୁମାର ୧୦ ମିଲିୟନ ଡଲାର ପାଉଛନ୍ତି ।

ତେବେ ରେ ବିଶ୍ଵର ୧୦ ଜଣ ସର୍ବାଧିକ ରୋଜଗାର କରୁଥିବା ପୁରୁଷ ଅଭିନେତା ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ହଲିଉଡ ତାରକା ଡୱେନ ଜନସନ । ସେ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ୮୭.୫ ମିଲିୟନ ଡଲାର ଆୟ କରି ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି । ଦ୍ଵିତୀୟ ସ୍ଥାନରେ ରହିଛନ୍ତି ରିୟାନ୍ ରେନୋଲ୍ଡସ୍ ଏବଂ ଅଭିନେତା-ନିର୍ମାତା ମାର୍କ ୱାଲବର୍ଗ ଏହି ଦୌଡ଼ରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

ସୂଚନା ଥାଉ ଯେ ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି “ବଚ୍ଚନ ପାଣ୍ଡେ”, “ବେଲବଟମ୍”, “ଲକ୍ଷ୍ମୀ ବମ୍”, “ସୂର୍ଯ୍ୟବଂଶୀ”, “ପ୍ରୀତିରାଜ”, “ଅତରଙ୍ଗି ରେ” ଏବଂ “ରାଧା ବୃନ୍ଦାବନ” ।

Leave a Reply

Your email address will not be published. Required fields are marked *