ଏହି ଦେଶ ଚୀନର ପାପକୁ ବିଶ୍ଵ ସାମ୍ନାକୁ ଆଣିପାରେ, କାରଣ ଚୀନର ରହସ୍ୟମୟ ଲ୍ୟାବ ଏବେ ହ୍ୟାକ୍ ହେଇସାରିଛି

ଚୀନର ୱୁହାନ ଭ୍ୟାଇରୋଲୋଜି ଲ୍ୟାବ ଏବେ ହ୍ୟାକର୍ କବଳରେ । ୱୁହାନ ଭ୍ୟାଇରୋଲୋଜି ଲ୍ୟାବର ଇମେଲ ଓ ପାସୱାର୍ଡ ସମେତ ସମସ୍ତ ତଥ୍ୟ ଏବେ ଚୋରି ହେଇସାରିଛି ବୋଲି ସୂଚନା ମିଳୁଛି । ଏହାସହିତ ଲ୍ୟାବରେ କାର୍ଯ୍ୟରତ ବୈଜ୍ଞାନିକମାନଙ୍କ ଇମେଲ ଓ ପାସୱାର୍ଡ ବି ହ୍ୟାକ୍ ହେଇସାରିଛି । କେବଳ ଏତିକି ନୁହେଁ ଲ୍ୟାବର ସୁପର କମ୍ପୁଟରକୁ ବି ସ୍କ୍ରାସ କରିଦିଆଯାଇଛି ।

ସୋର୍ମନ ନାମକ ଜଣେ ପ୍ରସିଦ୍ଧ ଫ୍ରେଞ୍ଚ ଆମେରିକୀୟ ଲେଖକ, ୧୯୬୬ ମସିହାରୁ ପ୍ରତିବର୍ଷ ଚୀନକୁ ଯାଆନ୍ତି । ହେଲେ ୨୦୦୫ ଓ ୨୦୦୬ ଦୁଇ ବର୍ଷ ସେ ଚୀନରେ ହିଁ ରହିଲେ । ସେଠୁ ଆମେରିକା ଫେରି ୨୦୦୮ରେ ସେ ଗୋଟେ ବହି ଲେଖିଲେ ଯାହାର ଶୀର୍ଷକ ଥିଲା “ଏମ୍ପାୟାର ଅଫ ଲାଇଜ” ଅର୍ଥାତ୍ “ମିଥ୍ୟାର ସାମ୍ରାଜ୍ୟ” । ସୋର୍ମନଙ୍କ ସେ ବହିରେ ଅଛି ଚୀନର ମିଛ, ଠକେଇ, ଚତୁରତାର ଲମ୍ବା ଚିଠା ।

“ଏମ୍ପାୟାର ଅଫ ଲାଇଜ” ବହି ଅନୁସାରେ ଚୀନ ଏକ ରହସ୍ୟମୟ ଦେଶ । ୱୁହାନ ଭ୍ୟାଇରୋଲୋଜି ଲ୍ୟାବ ଭିତରେ ଚୀନର ନୁହେଁ ବରଂ ରହିଛି କମ୍ୟୁନିଷ୍ଟ ଦଳର ପତାକା । ଲ୍ୟାବ ଭିତରେ କମ୍ୟୁନିଷ୍ଟ ଦଳର ବୈଠକ ବି ବସେ । ଏଣୁ ଚୀନ କହୁଥିବା କଥା ଓ ୱୁହାନ ସହରରେ ଥିବା ତାର ସେହି ଲ୍ୟାବ କେତେ ମାତ୍ରାରେ ନିରପେକ୍ଷ ! କେବଳ ଏଇଥିପାଇଁ ଚୀନ ସମସ୍ତଙ୍କ ସନ୍ଦେହ ଘେରରେ ।

ଆମେରିକା, ବ୍ରିଟେନ, ଫ୍ରାନ୍ସ, ବ୍ରାଜିଲ, ଇଟାଲୀ, ଜର୍ମାନୀ, ଅଷ୍ଟ୍ରେଲିଆ, ଇଜ୍ରାଇଲ ନା ସ୍ପେନ ଆଦି ଦେଶ କରୋନା ଭାଇରସ ପାଇଁ ଚୀନକୁ ହିଁ ଦାୟୀ କରୁଥିଲେ । ଚୀନ ଏକ କୃତ୍ରିମ ଭାଇରସ ପ୍ରସ୍ତୁତ କରି, ଅସ୍ତ୍ର ଭଳି ତାକୁ ବ୍ୟବହାର କରିଛି ବୋଲି ଅନେକ ବାର ଅଭିଯୋଗ ଆଣିଥିଲେ । କିନ୍ତୁ ଏମାନଙ୍କ ଭିତରୁ ସବୁଠୁ ବେଶୀ ଆକ୍ରାତ୍ମକ ଥିଲା ବା ଅଛି ଆମେରକା । କାରଣ ଆମେରିକା ହିଁ କେବଳ ଗୋଟିଏ ଦେଶ ଯେଉଁଠି କରୋନା କାରଣରୁ ମୃତକଙ୍କ ସଂଖ୍ୟା ପ୍ରାୟ ୧୦ ଲକ୍ଷରେ ପହଞ୍ଚିଲାଣି ।

ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ଦୁଇ ଦିନ ପୂର୍ବରୁ ହିଁ ଚୀନକୁ ଉଚିତ ଶିକ୍ଷା ଦେବାକୁ ଘୋଷଣା ବି କରିଥିଲେ । ଏହାପୂର୍ବରୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ଫ ଅନେକଥର ଚୀନକୁ କୋର୍ଟ ଦ୍ଵାରସ୍ଥ କଲେଣି ଓ ୱୁହାନ ଲ୍ୟାବକୁ ତାଙ୍କ ଦେଶର ବୈଜ୍ଞାନିକ ପଠାଇ ଯାଞ୍ଚ କରିବାକୁ ଆଦେଦନ ବି କରିଥିଲେ । କିନ୍ତୁ ଚୀନ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲା ।

Leave a Reply

Your email address will not be published. Required fields are marked *