ସାମ୍ନାକୁ ଆସିଲା ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କ ଝିଅ ଫଟୋର ସତ, ପଢନ୍ତୁ ପୁରା ଖବର

ଗତକାଲି କ୍ରିକେଟ୍ ଏବଂ ମନୋରଞ୍ଜନ ଜଗତରେ ଖୁସିର ଲହରୀ ଖେଳିଯାଇଥିଲା ଯେତେବେଳେ ଖବର ଆସିଲା ଯେ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କ ଘରେ ଝିଅଟିଏ ଜନ୍ମ ହୋଇଛି । ଏହି ଖବର ସାମ୍ନାକୁ ଆସିବା ମାତ୍ରେ ସୋସିଆଲ ମିଡିଆରେ ବିରାଟ ଅନୁଷ୍କାଙ୍କ ଫଟୋ ଏବଂ ଅଭିନନ୍ଦନର ସୁଅ ଛୁଟିଥିଲା । ଏହାପରେ ଗତ ରାତିରୁ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯାହାକୁ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କ ଝିଅ ବୋଲି ଦାବି ହେଉଛି । ହେଲେ ସତ କିଛି ଭିନ୍ନ ।

ମୁମ୍ବାଇର ଏକ ଡାକ୍ତରଖାନାରେ ସୋମବାର ଅପରାହ୍ନରେ ଅନୁଷ୍କା ଶର୍ମା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଉଭୟ ମାଆ ଏବଂ ଶିଶୁ ସୁସ୍ଥ ଅଛନ୍ତି, ବିରାଟ କୋହଲିଙ୍କ ବ୍ୟତୀତ ଅନ୍ୟ କେହି ସୋସିଆଲ ମିଡ଼ିଆରେ ନିଜ ପ୍ରଶଂସକଙ୍କ ସହିତ ଏହି ଖୁସି ଖବର ଶେୟାର କରିଛନ୍ତି । ଏହି ପୋଷ୍ଟରୁ ହିଁ ତାଙ୍କ ଝିଅର ଗୋଟାଏ ଝଲକ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ବଢିଗଲା ।

ଏ ସମୟରେ ଗୋଟିଏ ନବଜାତ ଶିଶୁ ସହିତ ଜଣେ ମହିଳାଙ୍କର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଲା ଯାହାକୁ ଅନୁଷ୍କାଙ୍କ ସହିତ ତାଙ୍କ ଝିଅ ବୋଲି ଦାବି କରିଛନ୍ତି । କିନ୍ତୁ ଏହାର ସତ୍ୟ ଭିନ୍ନ । ସୂଚନାଥାଉ ଯେ ଏ ଫଟୋ ଏକ ଏଜେନ୍ସି ଫଟୋ । ଏହି ଏଜେନ୍ସି ମିଡିଆ ହାଉସକୁ ଜୀବନଶୈଳୀ ଏବଂ ନବଜାତ ଶିଶୁ ଖବର ପରି ଫଟୋଗ୍ରାଫ ଯୋଗାଇବା ପାଇଁ କାର୍ଯ୍ୟ କରେ । ୨୦୦୯ ମସିହାରୁ ଇଣ୍ଟରନେଟରେ ଏହି ଫଟୋ ଅନେକ ଥର ଦେଖାଯାଇଛି ।

Leave a Reply

Your email address will not be published. Required fields are marked *