ଏହି କାର୍ଯ୍ୟ କରିବାକୁ ଲାଞ୍ଚ ମାଗି ନର୍ସ ଦିଦି ଚର୍ଚ୍ଚାରେ : ଭାଇରାଲ ହେଉଛି ଭିଡ଼ିଓ …

ଯେତେବେଳେ ସାରା ଦେଶରେ କରୋନାକୁ ନେଇ ହାହାକାର ସେ ସମୟରେ ଏକ ସରକାରୀ ହସ୍ପିଟାଲ୍‌ରେ ଲାଞ୍ଚ ମାଗିବା ନେଇ ଚର୍ଚ୍ଚାକୁ ଆସିଛନ୍ତି ଜଣେ ନର୍ସ । ପ୍ରସବ ପରେ ପ୍ରସୂତି ଓ ତାଙ୍କ ପରିବାରକୁ ଲାଞ୍ଚ ମଗିବା ନେଇ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଏବେ ଖୁବ୍ ଭାଇରାଲ ହେଉଛି । ଘଟଣାଟି ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିସିାଳୟରେ ।

ଘଟଣାଟି ଏହିପରି । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଗୁଡ଼ଭେଲିପଦର ଗାଁର ନୀଳମଣି କୁମ୍ଭାରଙ୍କ ପତ୍ନୀ ଗର୍ଭମତୀ ଥିଲେ ଏବଂ ପ୍ରସବ ପାଇଁ ସେ ସୋନପୁର ଡାକ୍ତରଖାନାକୁ ଯାଇଥିଲେ । ସେଠାରେ ନୀଳମଣିଙ୍କ ପତ୍ନୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ହେଲେ ଏହାପରେ ସେହି ସମୟରେ ଡ୍ୟୁଟିରେ ଥିବା ନର୍ସମାନେ ତାଙ୍କୁ ଟଙ୍କା ମାଗିଥିଲେ । ସେପଟେ ନୀଳମଣି ଜଣେ ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ନର୍ସମାନେ ମାଗିଥିବା ଟଙ୍କା ଦେବାକୁ ନିଜକୁ ଅସମର୍ଥ କହିଲେ ଯାହାକୁ ଉଭୟଙ୍କ ମଧ୍ୟରେ ଅନେକ ସମୟ ଯାଏଁ ବିତର୍କ ହେଲା । ଏହି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ।

ପ୍ରତୀକାତ୍ମକ ଫଟୋ

ତେବେ ସୂଚନାଥାଉ ଯେ ସୋନପୁର ଡାକ୍ତରଖାନାର ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ଏଠାରେ ଜଣେ ନର୍ସ ଏବଂ ଜଣେ ଠିକା କର୍ମଚାରୀ ଲାଞ୍ଚ ମାଗିଥିବା ନେଇ ଏକ ଭିଡ଼ିଓ ଭାଇରାଲ୍‌ ହୋଇଥିଲା । ପରବର୍ତ୍ତୀ ସମୟରେ ସମ୍ପୃକ୍ତ ଘଟଣାରେ ସଂଶ୍ଳିଷ୍ଟ ଥିବା ନର୍ସ ଏବଂ ମହିଳା ଠିକା କର୍ମଚାରୀଙ୍କ ଉପରେ ଜିଲ୍ଲା ପ୍ରଶାସନ ତରଫରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ।

Leave a Reply

Your email address will not be published. Required fields are marked *