ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଭାବେ ବୋତଲର ଢାଙ୍କୁଣୀ ଖୋଲିଲେ ଦୁଇ ମହୁମାଛି, ଦେଖନ୍ତୁ ଭାଇରାଲ୍ ଭିଡିଓ

Bees opened bottle cap, millions watched Viral Video

Viral Video : ସୋସିଆଲ ମିଡିଆରେ ଅନେକ ଥର ଏଭଳି କିଛି ଜିନିଷ ଦେଖାଯାଏ, ଯାହା ଦେଖିବା ଦ୍ୱାରା ଆଖିକୁ ବିଶ୍ୱାସ କରିବା ବହୁତ କଷ୍ଟକର ହୋଇଥାଏ । ଆଜି କାଲି ଲୋକମାନେ ସୋସିଆଲ ମିଡିଆରେ ଦିନର ଅନେକ ଘଣ୍ଟା ବିତାନ୍ତି। ଏପରି ପରିସ୍ଥିତିରେ, ସେମାନେ ଅନେକ ମଜାଦାର ଭିଡିଓ ସେୟାର କରନ୍ତି ଏବଂ ଦେଖନ୍ତି । ବର୍ତ୍ତମାନ ଏଭଳି ଏକ ମଜାଳିଆ ଭାଇରାଲ୍ ଭିଡିଓ ଯାହା ଥଣ୍ଡା ପାନୀୟ ବୋତଲ ର କ୍ୟାପ୍ କୁ ମହୁମାଛିମାନେ ଖୋଲୁଥିବାର ଦେଖିବାକୁ ମିଳିଛି ।

11 ସେକେଣ୍ଡରେ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ ।

ଦୁଇଟି ଛୋଟ ମହୁମାଛି ଏକ ସୋଡା ବୋତଲର ଢାଙ୍କୁଣୀ ଖୋଲିବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଆମେ ନିଶ୍ଚିତ ଯେ ଆପଣ ଏପର୍ଯ୍ୟନ୍ତ ଏହିପରି କିଛି ଦେଖି ନାହାଁନ୍ତି । ଏହି 11 ସେକେଣ୍ଡର ଭାଇରାଲ୍ ଭିଡିଓରେ ଦୁଇଟି ମହୁମାଛି ଏକ ସୋଡା ବୋତଲର ଢାଙ୍କୁଣୀ ଉପରେ ବସିଥିବାର ନଜର ଆସିଛନ୍ତି । ଦୁହେଁ ମିଶି କିଛି ସେକେଣ୍ଡରେ ବୋତଲ ର ଢାଙ୍କୁଣୀ ଖୋଲିଥିଲେ । ବର୍ତ୍ତମାନ ସୁଦ୍ଧା 2 ଲକ୍ଷରୁ ଅଧିକ ଲୋକ ଏହି ଭିଡିଓ ଦେଖିଛନ୍ତି।

ଦଳଗତ କାର୍ଯ୍ୟ ଦ୍ୱାରା କାର୍ଯ୍ୟ ସହଜ ହୋଇଛି।

https://twitter.com/buitengebieden_/status/1397240553977356292

ଏହି ଭାଇରାଲ୍ ଭିଡିଓ ବୁଏଟେଙ୍ଗେବିଡେନ୍ (Buitengebieden) ନାମକ ଏକ ଟ୍ୱିଟର ଆକାଉଣ୍ଟରେ ସେୟାର କରାଯାଇଛି। ଏହି ଭିଡିଓରେ, (ମହୁମାଛି ଦଳ କାର୍ଯ୍ୟ ର ଏକ ବଡ଼ ଉଦାହରଣ ଦେଖାଯାଉଛି। ଏହି ମଜାଦାର ଭିଡିଓଗୁଡିକ ଏହି ଟ୍ୱିଟର ଆକାଉଣ୍ଟରେ ବହୁଳ ଭାବରେ ଏଭଳି ଭିଡ଼ିଓ ସେୟାର କରାଯାଉଛି ମଧ୍ୟ । ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ ମଧ୍ୟ କରୁଛନ୍ତି ।

ଏହି ଭାଇରାଲ୍ ଭିଡିଓକୁ 4,256 ଉପଭୋକ୍ତା ରିଟ୍ୱିଟ କରିଛନ୍ତି ଏବଂ 17 ହଜାରରୁ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି। ଲୋକମାନେ ଏହା ଉପରେ ଏକରୁ ଅଧିକ ମନ୍ତବ୍ୟ ଦେଉଛନ୍ତି। ସମସ୍ତେ ଏହି ଭିଡିଓକୁ ବହୁତ ପସନ୍ଦ କରିବା ସହ ମହୁମାଛିଙ୍କ ଦଳଗତ କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରୁଛନ୍ତି।

Leave a Reply

Your email address will not be published. Required fields are marked *