କରୋନା ପଜିଟିଭ୍ ହେବାର ସମ୍ଭାବନା ଲୁଚି ରହିଛି ଆପଣଙ୍କ ବ୍ଲଡ୍ ଗ୍ରୁପରେ : ପଢନ୍ତୁ ପୁରା ରିପୋର୍ଟ

କଟକଣା ସତ୍ତ୍ୱେ ଦେଶରେ କରୋନା ମାମଲା କ୍ରମାଗତ ଭାବରେ ବଢ଼ିଚାଲିଛି । ଅର୍ଥନୀତି ମାନ୍ଦାବସ୍ଥାକୁ ନଜରରେ ରଖି ପ୍ରଶାସନ ତରଫରୁ ଲକଡାଉନ କଟକଣାରେ ସାମାନ୍ୟ କୋହଳ କରାଯାଇଛି ସତ କିନ୍ତୁ ଅନ୍ୟପକ୍ଷରେ ସଂକ୍ରମଣ ସମ୍ଭାବନା ବି ବଢିଯାଇଛି । ଏ ସମୟରେ ବୈଜ୍ଞାନିକମାନେ ଏକ ନୂଆ ଅଧ୍ୟୟନ କରିଛନ୍ତି ଯେଉଁଥିରେ କୁହାଯାଇଛି ଯେ ବ୍ଲଡ୍ ଗ୍ରୁପ୍ କହିଦେବ କରୋନା ବିପଦ କେଉଁ ବ୍ୟକ୍ତିକୁ କେତେ ପରିମାଣର ।

ସୂଚନା ଅନୁଯାୟୀ ‘A’ ବ୍ଲଡ୍ ଗ୍ରୁପକୁ କରୋନା ସଂକ୍ରମଣର ସମ୍ଭାବନା ସବୁଠାରୁ ଅଧିକ ରହିଥିବାବେଳେ ‘O’ ବ୍ଲଡ୍ ଗ୍ରୁପ୍ ବ୍ୟକ୍ତିଙ୍କୁ କରୋନା ହେବା ସମ୍ଭାବନା କମ୍ । ବୈଜ୍ଞାନିକମାନଙ୍କ ମତାନୁସାରେ ‘O’ ବ୍ଲଡ୍ ଗ୍ରୁପ ବ୍ୟକ୍ତିଙ୍କୁ ସଂକ୍ରମିତ ହେବାର ସମ୍ଭାବନା ୩୫ ପ୍ରତିଶତ ଥିଲାବେଳେ ‘A’ ବ୍ଲଡ୍ ଗ୍ରୁପ୍ ବ୍ୟକ୍ତିଙ୍କୁ ଏହା ୪୫ ପ୍ରତିଶତ । ଗତ ସପ୍ତାହରେ ଏ ନେଇ ନ୍ୟୁ ଇଂଲଣ୍ଡ ଜେନେରାଲ୍ ଅଫ୍ ମେଡିସିନରେ ପ୍ରକାଶିତ ନୂଆ ଅଧ୍ୟୟନ ଦାବି କରିଛି ।

ନ୍ୟୁୟର୍କରେ ଥିବା ଲିନକ୍ସ ହସ୍ପିଟାଲର ଇମରଜେନ୍ସି ମେଡିସିନ୍ ବିଭାଗର ମୁଖ୍ୟ ଡାକ୍ତର ରବର୍ଟ ଗ୍ଲାଟ୍ଟରଙ୍କ କହିବାନୁଯାୟୀ ରକ୍ତକୁ ନିୟନ୍ତ୍ରଣ କରୁଥିବା ଜିନ୍ ହିଁ କୋଭିଡ଼-୧୯ ରେ ମୁଖ୍ୟ ଭୂମିକା ବହନ କରୁଛି । ଇଟାଲୀ ଏବଂ ସ୍ପେନରେ କରୋନା ସଂକ୍ରମିତଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା ଯେଉଁଥିରେ ପ୍ରାୟ ୧୬୦୦ ରୋଗୀ ସାମିଲ ହେଇଥିଲେ ଓ ସେଥିରେ ୨୨୦୦ ସୁସ୍ଥ ଲୋକ ମଧ୍ୟ ଥିଲେ । ଯାଞ୍ଚ ଆଧାରରେ ଶକ୍ତିଶାଳୀ କିମ୍ବା ଓ ଦୁର୍ବଳ ଜିନ୍ ହିଁ କରୋନା ହେବାର କାରଣ ସାଜେ ବୋଲି ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *