ଏହି କାରଣରୁ ରାଜଧାନୀର ୪ ନମ୍ବର ମାଛ ମାର୍କେଟରେ BMC କଲା ରେଡ୍

ରାଜଧାନୀରେ ସବୁଠାରୁ ବଡ଼ ଆମିଷ ମାର୍କେଟ କହିଲେ ୟୁନିଟ ୪ ମାଛ ମାର୍କେଟକୁ ବୁଝାଏ । ତେଣେ ଓଡ଼ିଶାର ବିଶିଷ୍ଟ ତଥା ପ୍ରଖ୍ୟାତ ପର୍ବ ରଜକୁ ରହିଲା ଆଉମାତ୍ର ଗୋଟିଏ ଦିନ । ଏହି ଲୋକପ୍ରିୟ ପର୍ବ ରଜକୁ ଗୁରୁତ୍ଵ ଦେବାକୁ ଯାଇ ରାଜ୍ୟ ସରକାର ମଧ୍ୟ ଆଜି ଲକଡାଉନ କଟକଣାକୁ କୋହଳ କରିଛନ୍ତି, ୭ ଟା ପରେ ହେଉଥିବା କର୍ଫ୍ୟୁକୁ ରାତି ୧୦ ଟା ପରକୁ ରଖାଯାଇଛି । ଲୋକେ କେମିତି ରଜ ଉତ୍ସବକୁ ଖୁସି ଖୁସି ପାଳନ କରିବେ, ବଜାର ଯାଇ ଜିନିଷପତ୍ର କିଣାକିଣି କରିବେ ସେନେଇ ଏ ପଦକ୍ଷେପ । ହେଲେ ପ୍ରବଳ ଗହଳି ଓ ସାମାଜିକ ଦୂରତା ନିୟମର ଖୋଲାଖୋଲି ଉଲଙ୍ଘନ ନଜରକୁ ଆସିଛି ।  

ରାଜ୍ୟ ସରକାରଙ୍କ ଉଦାରତାର ରାଜ୍ୟବାସୀ, ବିଶେଷ କରି ରାଜଧାନୀବାସୀ ଅନୁଚିତ ବ୍ୟବହାର କରୁଛନ୍ତି । ଖୁସି ମନାଇବାର ମାନେ ନୁହେଁ ଯେ ସାମାଜିକ ଦୂରତା ନିୟମକୁ ଭୁଲିଯିବା । ସୂଚନା ଅନୁଯାୟୀ କେହିଜଣେ ପ୍ରବଳ ଭିଡ଼ ସାଙ୍ଗକୁ ଲୋକେ ସାମାଜିକ ଦୂରତା ନରଖି ଚଢାମଡ଼ା ହେଉଛନ୍ତି ବୋଲି ଅଭିଯୋଗ କରିବାରୁ ଆଜି ଆମିଷ ପାଇଁ ଖୁବ୍ ଜଣାଶୁଣା ୪ ନମ୍ବର ଆମିଷ ମାର୍କେଟରେ BMC ଚଢ଼ଉ କରିଛି । BMC ଜୋନାଲ ଡେପୁଟି କମିଶନରଙ୍କ ନେତୃତ୍ଵରେ ଏନଫୋର୍ସମେଣ୍ଟ ସ୍କାଡ୍‌ର ଚଢାଉ କରିଛି ।

Leave a Reply

Your email address will not be published. Required fields are marked *