ପୁଣିଥରେ ଓଲଟି ପଡ଼ିଲା ଯାତ୍ରୀବାହୀ ବସ : ୬ ଗୁରୁତର,୧୫ରୁ ଅଧିକ ଯାତ୍ରୀ ଆହତ

ହ୍ୟୁମାଲ ନାମକ ଏକ ଯାତ୍ରୀବାହୀ ବସ ଘାଟିରେ ଓଲଟି ପଡ଼ିଛି । ବସଟି ଆନନ୍ଦପୁର- କରଞ୍ଜିଆରୁ ରାଜଧାନୀ ଭୁବନେଶ୍ଵର ଆସୁଥିଲା ମାତ୍ର ଘାଟିରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ତେବେ ଏହି ଦୁର୍ଘଟଣାରେ ୧୫ ରୁ ଅଧିକ ଯାତ୍ରୀ ଆହତ ହୋଇଥିଲା ବେଳେ ୬ ଜଣ ଗୁରୁତର ଥିବା ଜଣାପଡ଼ିଛି ।

ଖବର ମୁତାବକ ଆନନ୍ଦପୁର-କରଞ୍ଜିଆ ରାସ୍ତାର ସାତକୋଶିଆ ଘାଟିଠାରେ ଏହି ଦୁର୍ଘଟଣା ଘଟିଥିଲା । ସ୍ଥାନୀୟ ଲୋକେ ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି ।

ବସ ଓଲଟି ପଡ଼ିବା ଖବର ପାଇଁ ଆନନ୍ଦପୁର ଅଗ୍ନିଶ୍ରମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର ହେଲେ ଯାତ୍ରୀ । ତେବେ ବସରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ ବୋଲି ଶୁଣିବାକୁ ମିଳୁଛି । ସେପଟେ ଅଳ୍ପକେ ବର୍ତ୍ତି ଯାଇଛନ୍ତି କିଛି ଯାତ୍ରୀ । ଆହତ ବ୍ୟକ୍ତିମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବେଳେ ଏ ଦୁର୍ଘଟଣାର ସଠିକ୍ କାରଣ ଏଯାବତ୍ ଜଣାପଡି ନାହିଁ ।

Leave a Reply

Your email address will not be published. Required fields are marked *