୨୦୨୫ ସୁଦ୍ଧା ମହଙ୍ଗା ହେବ ଏହି ସବୁ ଖାଦ୍ୟ ପଦାର୍ଥ , ଜାଣନ୍ତୁ

ସଂସ୍କାର : ସୁସ୍ବାଦୁ ଖାଦ୍ୟ କାହାର ପସନ୍ଦ ନୁହେଁ କହିଲେ । ତେବେ ଖାଦ୍ୟ ମାମଲାରେ ଯଦି ଚିକେନ୍ କିମ୍ବା ମଟନ୍ କଥା ଉଠେ ତେବେ ପ୍ରତି ୧୦୦ ଜଣଙ୍କ ମଧ୍ୟରେ ୮୦ ଜଣଙ୍କର ଆମିଷ ଖାଦ୍ୟ ଉପରେ ଅଳ୍ପ ବହୁତ ଆଶା ରହିଥାଏ।

ତେବେ ନିକଟରେ ଆମିଷ ଖାଦ୍ୟ ଓ ନିରାମିଷ ଖାଦ୍ୟ କୁ ନେଇ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ୨୦୨୫ ସୁଦ୍ଧା, ପ୍ରତ୍ୟେକ ଭାରତୀୟଙ୍କ ଘରେ ଖାଦ୍ୟ – ପାନୀୟର ଏକ ତୃତୀୟାଂଶ ଖର୍ଚ୍ଚ ଚିକେନ୍ ଏବଂ ମଟନ୍ ଭଳି ପ୍ରୋଟିନ୍ ଭରପୂର ଖାଦ୍ୟ ପଦାର୍ଥ ଉପରେ ରହିବ |

ଏ କଥା ଆମେ କହୁନୁ, ଏହି ତଥ୍ୟ ଟି ପ୍ରଦାନ କରିଛି ଫିଚ୍ ରେଟିଙ୍ଗ୍ସର ଏକ ୟୁନିଟ୍ , ଫିଚ୍ ସଲ୍ୟୁସନ୍। ତେବେ ଆସନ୍ତୁ ପ୍ରଥମେ ଆଲୋଚନା କରିବା ଫିଚ୍ ରେଟିଙ୍ଗ୍ ପ୍ରସଙ୍ଗ ରେ। ଫିଚ୍ ରେଟିଙ୍ଗ୍ କ’ଣ ? ନା ଫିଚ୍ ରେଟିଙ୍ଗ୍ ହେଉଛି ଏକ ଆମେରିକୀୟ କ୍ରେଡିଟ୍ ରେଟିଂ ଏଜେନ୍ସି ” | ଯାହା କି ଭବିଷ୍ୟତ ର ସମ୍ଭାବନା ସହିତ ନିବେଶର କାର୍ଯ୍ୟକ୍ଷମତାକୁ ମୂଲ୍ୟାଙ୍କନ କରେ |

ତେବେ ଏହି ଫିଚ୍ ରେଟିଙ୍ଗ୍ ର ଏକ ୟୁନିଟ , ଯାହାର ନାମ ଫିଚ୍ ସଲ୍ୟୁସନ୍, ସେମାନେ ଭାରତର ଖାଦ୍ୟ ସହିତ ଭାରତୀୟ ପରିବାରର ଖର୍ଚ୍ଚ ଉପରେ ଏକ ରିପୋର୍ଟ ପ୍ରସ୍ତୁତ କରି ଲୋକଲୋଚନକୁ ଆଣିଛନ୍ତି।

ଫିଚ୍ ସଲ୍ୟୁସନ୍ ର ରିପୋର୍ଟ କହୁଛି ଯେ, ଭାରତୀୟ ପରିବାରରେ ଲୋକଙ୍କର ବ୍ୟବହାର ଯୋଗ୍ୟ ଆୟ ଓ ବ୍ୟବହାର ଯୋଗ୍ୟ ଖର୍ଚ୍ଚ ଏବଂ ମୁଦ୍ରାସ୍ଫୀତି ବୃଦ୍ଧି ହେତୁ ଏଭଳି ପରିସ୍ଥିତି ଦେଖାଦେଇପାରେ |

ଫିଚ୍ ସଲ୍ୟୁସନ୍ ନିଜ ତଥ୍ୟରେ ଆହୁରି ମଧ୍ୟ କହିଛି ଯେ, ୨୦୦୫ ମସିହା ତୁଳନାରେ ୨୦୨୫ ମସିହା ବେଳକୁ ଭାରତରେ ଗହମ, ଚାଉଳ ଏବଂ ଅନ୍ୟାନ୍ୟ ଶସ୍ୟ ଖାଦ୍ୟ ପଦାର୍ଥ ପାଇଁ ଖର୍ଚ୍ଚ ହ୍ରାସ ହୋଇପାରେ। ତେବେ ଫିଚ୍ ସଲ୍ୟୁସନ୍ ର କହିବା ମୁତାବକ , ଗତ ୨୦ ବର୍ଷ ମଧ୍ୟରେ, ଲୋକଙ୍କ ର ବ୍ୟବହାର ଯୋଗ୍ୟ ଆୟର ବୃଦ୍ଧି ସହିତ ଖର୍ଚ୍ଚ ମଧ୍ୟ୍ ବୃଦ୍ଧି ପାଇବ। ଯେଉଁ କାରଣରୁ ଖାଦ୍ୟ ମାମଲାରେ ଭାରତୀୟ ମାନେ ଅଧିକ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଇବା ପାଇଁ ପସନ୍ଦ କରିବେ। ଅର୍ଥାତ୍, ପେଟ ଭରିବା ପାଇଁ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ବ୍ୟତୀତ ଅନ୍ୟ ପୁଷ୍ଟିକର ଖାଦ୍ୟ ମଧ୍ୟ ଭାରତୀୟ ପରିବାରମାନଙ୍କ ନିକଟରେ ପହଞ୍ଚିଛି କିମ୍ୱା ଆଗକୁ ଧୀରେ ଧୀରେ ପଂହିଛବ।

ତେବେ ଆସନ୍ତୁ ନଜର ଦେବା , ଏହି ରିପୋର୍ଟ ଆହୁରି କଣ କଣ ସବୁ ତଥ୍ୟ ଲୋକଲୋଚନକୁ ଆଣିଛି।

ଏହି ଏଜେନ୍ସି କହିଛି ଯେ, ଫଳ କିମ୍ବା ପନିପରିବା ଉପରେ ଖର୍ଚ୍ଚ ୬.୪ ପ୍ରତିଶତ ରୁ ୧୬ ପ୍ରତିଶତ କୁ ବୃଦ୍ଧି ପାଇପାରେ | ମାନେ ଯଦି ଗୋଟିଏ ଲୋକ ବର୍ତ୍ତମାନ ଗୋଟେ ଦିନରେ ପ୍ରାୟ ୭ ଟଙ୍କା ପନିପରିବା ପାଇଁ ଖର୍ଚ୍ଚ କରେ , ତେବେ ୨୦୨୫ ସୁଦ୍ଧା ସେହି ଲୋକ ୧୬ ଟଙ୍କା ଖର୍ଚ୍ଚ କରିବ।

ତେବେ ଫିଚ୍ ସଲ୍ୟୁସନ୍ ଆହୁରି ମଧ୍ୟ କହିଛି ଯେ, ୨୦୨୫ ସୁଦ୍ଧା ଭାରତୀୟ ପରିବାରର ମୋଟ୍ ଖର୍ଚ୍ଚ ର ୩୫.୩ ପ୍ରତିଶତ ଖାଦ୍ୟ ଏବଂ ପାନୀୟ ପାଇଁ ଖର୍ଚ୍ଚ ହେବ, ଯାହା କି ୨୦୦୫ ମସିହାରେ ୩୩.୨ ପ୍ରତିଶତ ରହିଥିଲା। ଏହି ୩୫.୩ ପ୍ରତିଶତ ଖର୍ଚ୍ଚର ୩୦.୭ ପ୍ରତିଶତ କେବଳ ମଟନ୍, ଚିକେନ୍ ଏବଂ ଅନ୍ୟାନ୍ୟ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ସାମଗ୍ରୀ ଉପରେ ରହିବ, ଯାହାକି ୨୦୦୫ ମସିହାରେ ୧୭.୫ ପ୍ରତିଶତ ଥିଲା | ଅର୍ଥାତ୍ ପ୍ରତି ୧୦୦ ଟଙ୍କାରେ ୩୦ ରୁ ୩୧ ଟଙ୍କା କେବଳ ମଟନ୍, ଚିକେନ୍ ଏବଂ ଅନ୍ୟାନ୍ୟ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ସାମଗ୍ରୀ ଉପରେ ରହିବ। ଅନ୍ୟପଟେ ଗହମ, ଚାଉଳ, ଏବଂ ଅନ୍ୟ ଶସ୍ୟ ପାଇଁ ଖର୍ଚ୍ଚ ୨୮.୮ ପ୍ରତିଶତ ରୁ ୨୩.୮ ପ୍ରତିଶତକୁ ହ୍ରାସ ପାଇପାରେ। ଅର୍ଥାତ୍ ୨୦୨୫ ବେଳକୁ ପନିପରିବା ଉପରେ ୫ ପ୍ରତିଶତ ଖର୍ଚ୍ଚ ହ୍ରାସ ପାଇବ। କିନ୍ତୁ ଫଳ ଜାତୀୟ ଖାଦ୍ୟ ଉପରେ ଖର୍ଚ୍ଚ ୭.୪ ପ୍ରତିଶତ ରୁ ୧୮ ପ୍ରତିଶତ କୁ ବୃଦ୍ଧି ପାଇପାରେ |

କିନ୍ତୁ ଆମେ ଯଦି ଅନ୍ୟ ଦେଶ ସହିତ ଆମ ଦେଶକୁ ତୁଳନା କରିବା। ତେବେ, ଚିକେନ୍-ମଟନ୍ ବ୍ୟବହାର ଭାରତରେ ଅଧିକ ବୃଦ୍ଧି ହେବାର ସମ୍ଭାବନା ନାହିଁ | ଯାହାକି ଅଳ୍ପ କିଛି ବୃଦ୍ଧି ହେବ। ତେବେ ଏହି ବୃଦ୍ଧି ର ମୂଳ କାରଣ ହେବ ମୁଦ୍ରାସ୍ଫୀତି ବା ମହଂଗାଇ। ରିପୋର୍ଟ ଅନୁଯାୟୀ, ୨୦୦୫ ରୁ ୨୦୨୫ ମଧ୍ୟରେ ମଟନ୍ ଉପରେ ବାର୍ଷିକ ବାର୍ଷିକ ଖର୍ଚ୍ଚ ୧୭ ପ୍ରତିଶତ କୁ ବୃଦ୍ଧି ହୋଇପାରେ | ଏହି ଅବଧିରେ, ପୁରା ଖାଦ୍ୟ ଖାଇବା ମୂଲ୍ୟ ବାର୍ଷିକ ବିର୍ତ୍ତି ରେ ୧୨ ପ୍ରତିଶତ ବୃଦ୍ଧି ପାଇପାରେ |

ଅନ୍ୟପଟେ ୨୦୧୨ ରୁ ୨୦୨୧ ମଧ୍ୟରେ ମଟନ୍ ଏବଂ ମାଛର ମୂଲ୍ୟ ବାର୍ଷିକ ୭.୯ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ସମୟ ମଧ୍ୟରେ ହାରାହାରି ମୁଦ୍ରାସ୍ଫୀତି ହାର ୫.୮ ପ୍ରତିଶତ ରହିଛି।

୨୦୨୫ ସୁଦ୍ଧା ଚିକେନ୍ ର ବ୍ୟବହାର ୭୧ ପ୍ରତିଶତ ହେବ | ଭାରତରେ ମାଂସ ବ୍ୟବହାର କମ୍ ରହିବ, ଏହାର ସବୁଠାରୁ ବଡ କାରଣ ହେଉଛି ଖାଦ୍ୟ ଏବଂ ପାନୀୟ ଉପରେ ବିଶ୍ୱାସର ପ୍ରଭାବ | କାରଣ ଭାରତରେ ଚାଉଳ ଏବଂ ଅନ୍ୟାନ୍ୟ ଶସ୍ୟଗୁଡିକ ଖାଦ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, କାରଣ ଭାରତୀୟ ମାନେ ଶସ୍ତା ମୂଲ୍ୟ ରେ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ପସନ୍ଦ କରିଥାନ୍ତି।

ଯଦି ଏହି ରିପୋର୍ଟ କୁ ଯଦି ଆମେ ଦେଖିବା, ତେବେ ଏଭଳି ଯଦି ଖାଦ୍ୟ ସାମଗ୍ରୀ ମୂଲ୍ୟ ଆଗାମୀ ୪ ବର୍ଷ ରେ ବୃଦ୍ଧି ପାଇବ ତେବେ ଆମକୁ ଅଧିକ ଟଙ୍କା ରୋଜଗାର କରିବାକୁ ପଡିବ। ଯାହାକି ଏହି କରୋନା କାଳ ରେ ଅସମ୍ଭବ ।

ଖାଦ୍ୟ ସାମଗ୍ରୀ ର ମୂଲ୍ୟ ବଢିବ ଏଥିରେ ସନ୍ଦେହ ନାହିଁ। କିନ୍ତୁ ଲୋକଙ୍କ ର ଆୟ ବୃଦ୍ଧି ହେବା ସହ ନିବେଶ ଓ ଖର୍ଚ୍ଚ ର ମାତ୍ରା ଯଦି ଅଳ୍ପ କିଛି ବୃଦ୍ଧି ହେବ ତେବେ ଆଗକୁ ଆସୁଥିବା ମହଂଗାଇ କୁ ଭାରତୀୟ ପରିବାର ସମ୍ମୁଖୀନ କରିପାରିବେ।

Leave a Reply

Your email address will not be published. Required fields are marked *