ସଂସ୍କାର: ଯଦି ଆମେ ଘରେ ଏକ ପୋଷ୍ୟ ଜୀବ ପାଳିଥିବା ତେବେ ସେ ଆମକୁ କେତେଯେ ସାହାର୍ଯ୍ୟ କରିଥାଏ ତାହାର କଳନା କରିହେବ ନାହିଁ। ଏହି ମାମଲା କୁକୁର ସର୍ବ ପ୍ରଥମେ ରହିଥାଏ। କାରଣ କୁକୁରର ଶୁଙ୍ଘିବା ଶକ୍ତି ଅଧିକ ରହିଥାଏ। ଆଉ ସେ ନିଜର ଶୁଙ୍ଘିବା କାର୍ଯ୍ୟ ଦ୍ୱାରା କେତେ ବିପଦରୁ ତାର ମାଲିକକୁ ବଞ୍ଚାଇଥାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଗୋଟିଏ ପୋଷ୍ୟ ବିଲେଇ ମଧ୍ୟ ବହୁତ କିଛି କରିପାରେ। କୁକୁର ଭଳି ବିଲେଇ ପୋଷିବା ମଧ୍ୟ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି।
ଆଉ ଏହି ପୋଷା ବିଲେଇର ମିଆଁଉ ମିଆଁଉ ଶବ୍ଦ ଯୋଗୁ ଜଣେ ବୃଦ୍ଧା ମହିଳାଙ୍କ ଜୀବନ ବଂଚିଯାଇଛି। ଲଣ୍ଡନର କର୍ଣ୍ଣୱାଲ ନାମକ ସ୍ଥାନରେ ଜଣେ ବୃଦ୍ଧା ମହିଳା ବିଲେଇ ପୋଷିଛନ୍ତି। ଆଉ ସେ ବୃଦ୍ଧା ମହିଳା ତାଙ୍କ ପରିବାର ସହିତ ଲଣ୍ଡନରେ ରହୁଥିଲେ। ତେବେ ଗୋଟିଏ ଦିନ ସେ ଘରୁ ବାହାରକୁ ଯାଉଥିବା ବେଳେ ଏକ ୭୦ ଫୁଟର ଗାତ ଭିତରେ ପଡି ଯାଇଥିଲେ । ବହୁତ ଚେଷ୍ଟା କଲେ ମଧ୍ୟ ସେ ଉପରକୁ ଆସିପାରି ନ ଥିଲେ । ଏହା ପରେ ଘରର କେୟାରଟେକର ମହିଳାଜଣକ ନିଖୋଜ ଥିବା ଥାନାରେ ଜଣାଇଥିଲେ । ତେବେ ତାଙ୍କ ପୋଷା ବିଲେଇ ବାରମ୍ବାର ଉକ୍ତ ସ୍ଥାନରୁ ଘର ନିକଟକୁ ଆସି ବୋବାଇବାକୁ ଲାଗିଥିଲା।
ଏହା ଦେଖି ପଡିଶାଘର ଲୋକେ ସୂଚନା ଦେବା ପରେ ଉଦ୍ଧାରକାରୀ ଦଳ ସେଠାରେ ପଂହଚିଥିଲେ । ବିଲେଇକୁ ଅନୁସରଣ କରିବା ପରେ ବହୁ କଷ୍ଟରେ ମହିଳାଜଣଙ୍କୁ ବଂଚା ଯାଇ ପାରିଥିଲା । ପୋଷା ବିଲେଇର ଏହି କାର୍ଯ୍ୟକୁ ଏବେ ସବୁଠାରେ ପ୍ରଶଂସା କରାଯାଉଛି ।