ଲକଡ଼ାଉନରେ ଅଟୋ ବାଲାଙ୍କ ପାଇଁ ଖୁସି ଖବର : ଅଟୋ ଡ୍ରାଇଭରଙ୍କ ପାଇଁ ସରକାର ଜାରି କଲେ …

ହୁହୁ ହେଇ ବଢୁଥିବା କରୋନା ସଂକ୍ରମଣ କାରଣରୁ ଦେଶର ରାଜଧାନୀ ଦିଲ୍ଲୀରେ ଲକଡ଼ାଉନ ଲାଗୁ କରାଯାଇଛି । କିନ୍ତୁ ଏହି ଲକଡ଼ାଉନ ଯୋଗୁ ଅଟୋ ଓ ଟ୍ୟାକ୍ସି ଡ୍ରାଇଭରମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଯାହାକୁ ଆଖି ଆଗରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରିଛନ୍ତି ବଡ଼ ଘୋଷଣା ।

ଦିଲ୍ଲୀର ସମସ୍ତ ଅଟୋ ଏବଂ ଟ୍ୟାକ୍ସି ଡ୍ରାଇଭରଙ୍କୁ ୫,୦୦୦ ଲେଖାଏଁ ଟଙ୍କା ଆର୍ଥିକ ସହାୟତା ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି । ଏହାସହିତ ଯେଉଁମାନଙ୍କର ରାସନ କାର୍ଡ ଅଛି ସେମାନଙ୍କୁ ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ମାଗଣାରେ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ମଧ୍ୟ କୁହାଯାଇଛି । ତେବେ ଏ ବ୍ୟବସ୍ଥା ଦ୍ଵାରା ୭୨ ଲକ୍ଷ ଲୋକ ଉପକୃତ ହେବେ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ ଦୁଇ ମାସ ପର୍ଯ୍ୟନ୍ତ ମାଗଣାରେ ଲୋକଙ୍କୁ ରାସନ ଯୋଗାଇବା ଅର୍ଥ ନୁହେଁ ଯେ ରାଜଧାନୀରେ ଦୁଇ ମାସ ଯାଏଁ ଲକଡ଼ାଉନ ବଳବତ୍ତର ରହିବ । ସଂକ୍ରମଣ ସଂଖ୍ୟା ହ୍ରାସ ପାଇବା କ୍ଷଣି ଲକଡ଼ାଉନ ହଟାଇ ଦିଆଯିବ ଏବଂ ଏ ସହଯୋଗ କେବଳ ଆର୍ଥିକ ପଛୁଆ ବର୍ଗଙ୍କ ପାଇଁ ଏକ ପ୍ରୟାସ ମାତ୍ର ।

ତେବେ ପ୍ରଦାନ କରାଯିବାକୁ ଥିବା ୫ ହଜାର ଟଙ୍କା ଅଟୋ ଏବଂ ଟ୍ୟାକ୍ସି ଡ୍ରାଇଭରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ । ସୂଚନାଥାଉ ଯେ ଗତ ସପ୍ତାହରେ ଶ୍ରମିକ ଓ ନିର୍ମାଣ କାମରେ ନିୟୋଜିତ ଲୋକଙ୍କୁ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯାଇଥିଲା । ଏ ସହଯୋଗ ସମ୍ପୂର୍ଣ୍ଣ ରୂପେ ସେମାନଙ୍କ କଷ୍ଟ ଲାଘବ କରିପାରିବ ନାହିଁ ସତ, କିନ୍ତୁ କିଛି ମାତ୍ରାରେ ଆଶ୍ୱସ୍ତ ଦେବ ବୋଲି କେଜ୍ରିୱାଲ କହିଛନ୍ତି ।

Leave a Reply

Your email address will not be published. Required fields are marked *