ହିନ୍ଦୀ ସିନେତାରକା ଅକ୍ଷୟ କୁମାର ବି.ଏମ.ସି.କୁ କଲେ ଏତିକି ଟଙ୍କାର ଦାନ, ଜାଣି ଆପଣ ବି କହିବେ ବାଃ ବାଃ

ବ୍ୟକ୍ତିଗତ ପ୍ରତିରକ୍ଷା ଉପକରଣ (PPEs), ମାସ୍କ ଏବଂ ଦ୍ରୁତ ପରୀକ୍ଷଣ କିଟ୍ ତିଆରିରେ ସାହାଯ୍ୟ କରିବା ପାଇଁ ଅକ୍ଷୟ କୁମାର ବ୍ରିହାନମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (ବି.ଏମ.ସି.) କୁ ୩ କୋଟି ଟଙ୍କା ଦାନ କରିଛନ୍ତି, ଯଦ୍ୱାରା କୋଭିଡ଼-୧୯ ମହାମାରୀ ସହିତ ଲଢୁଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ସାହାଯ୍ୟ କରାଯିବ । ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ PM-CARES ପାଣ୍ଠିରେ ୨୫ କୋଟି ଟଙ୍କା ଯୋଗ ଦାନ କରିଥିଲେ ।

ଏହି ଲକଡାଉନ ସମୟରେ “ଆମର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟ କରୁଥିବା” ସବୁ ଜରୁରୀ ଶ୍ରମିକଙ୍କ ଅବଦାନକୁ ସ୍ୱୀକାର କରି ବଲିଉଡ଼ ଅଭିନେତା ଅକ୍ଷୟ କୁମାର ଗୁରୁବାର ଦିନ ସେମାନଙ୍କୁ କୃତଜ୍ଞତା ଜଣାଇବା ପାଇଁ “ଦିଲ୍ ସେ ଧନ୍ୟବାଦ” ହ୍ୟାସଟ୍ୟାଗ୍ ବ୍ୟବହାର କରିବାକୁ ଲୋକଙ୍କୁ ଉତ୍ସାହିତ କରିଥିଲେ ।

ଟ୍ୱିଟରରେ ଶେୟାର କରାଯାଇଥିବା ଏକ ଭିଡ଼ିଓ ମାଧ୍ୟମରେ ୫୨ ବର୍ଷୀୟ ସିନେତାରକା ଗତ କାଲି ମୁମ୍ବାଇର ଜଣେ ପୋଲିସ ଅଧିକାରୀଙ୍କ ସହ ହୋଇଥିବା ବାର୍ତ୍ତାଳାପକୁ ମନେ ପକାଇଥିଲେ । ସେ ପୋଲିସ ଅଧିକାରୀ ତାଙ୍କର ଜଣେ ଭଲ ବନ୍ଧୁ ଯିଏ କହିଥିଲେ ଯେ ସଂରକ୍ଷଣ ତାଙ୍କୁ ପରିସ୍ଥିତି ସମ୍ପର୍କରେ ଗୋଟେ ନୂଆ ଅନ୍ତର୍ଦୃଷ୍ଟି ଦେଇଛି ।

“ଅକ୍ଷୟ ! ତୁମେମାନେ ତୁମ ଘରୁ ବାହାରକୁ ଡରୁଛ ହେଲେ ବିଡ଼ମ୍ବନା ଯେ ଆମେ ଘରକୁ ଯିବାକୁ ଡରୁଛୁ । ଆମେ ଦିନସାରା ରାସ୍ତାରେ ଯାଉଥିବାରୁ ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ସାକ୍ଷାତ କଲାପରେ ଆମ ପରିବାରକୁ କୌଣସି ପ୍ରକାରର ରୋଗ ସ୍ଥାନାନ୍ତର କରିବାକୁ ଚାହୁଁ ନାହୁଁ ।“ ବନ୍ଧୁଙ୍କ ଉଦ୍ଧୃତ କଥାକୁ ଅକ୍ଷୟ କହିଛନ୍ତି । ପରେ ଦୁଇ ମିନିଟ ୧୨ ସେକେଣ୍ଡର ଭିଡ଼ିଓରେ ସେ ଆମର ସୁରକ୍ଷା ନିଶ୍ଚିତ କରିବାକୁ ଯେଉଁମାନେ ନିଜ ସ୍ୱାସ୍ଥ୍ୟକୁ ବିପଦରେ ପକାଉଛନ୍ତି ସେହି ଲୋକମାନଙ୍କୁ, ଅତ୍ୟାବଶ୍ୟକ କର୍ମଜୀବୀ, ପୋଲିସ୍ ଫୋର୍ସ, ସହରର କର୍ମଚାରୀ, ଡାକ୍ତର, ନର୍ସ, ଏନ.ଜି.ଓ. ସ୍ଵେଚ୍ଛାସେବୀ, ସରକାରୀ କର୍ମଚାରୀ, ଏପରିକି ରେସନ ଏବଂ ପନିପରିବା ଡିଲର ତଥା  ଜଗୁଆଳିଙ୍କୁ ସମ୍ବୋଧିତ କରିଥିଲେ ।

ଶ୍ରମିକମାନଙ୍କୁ ସ୍ୱୀକାର କରିବା ଏବଂ ସେମାନଙ୍କ ପ୍ରତି କୃତଜ୍ଞତା ଜଣାଇବା ପାଇଁ ଅକ୍ଷୟ ତାଙ୍କ ଅନୁଗାମୀମାନଙ୍କୁ ‘ଦିଲ୍ ସେ ଧନ୍ୟବାଦ’ ହ୍ୟାସଟ୍ୟାଗ୍ ବ୍ୟବହାର କରିବାକୁ ଉତ୍ସାହିତ କରିଥିଲେ ।

Leave a Reply

Your email address will not be published. Required fields are marked *