ମୁମ୍ବାଇ: ମହାରାଷ୍ଟ୍ର ସ୍ଥିତ ନଭି-ମୁମ୍ବାଇର ଉରାନ ଅଞ୍ଚଳରେ ମୁମ୍ବାଇର ଜଣେ କଷ୍ଟମ ଅଧିକାରୀ ଆତ୍ମହତ୍ୟା କରିଛନ୍ତି । ବିନୋୟ ନାୟାର ନାମକ ଏହି ଅଧିକାରୀ ଜଣକ ଜବାହରଲାଲ ନେହେରୁ ପୋର୍ଟ ଟ୍ରଷ୍ଟ (JNPT)ରେ ପୋଷ୍ଟିଂ ହୋଇଥିଲେ । ପୋଲିସ ସୂଚନାନୁଯାୟୀ ସେ ସମୁଦ୍ରକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଓ ମୃତ୍ୟୁ ବେଳକୁ ତାଙ୍କ ବୟସ ୪୦ ବର୍ଷ ହୋଇଥିଲା ।
ପୋଲିସ କହିଛି ଯେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଯଦିଓ ସେମାନଙ୍କ ମଧ୍ୟରୁ କେତେକ ତାଙ୍କୁ ଏହି କାର୍ଯ୍ୟ କରୁଥିବା ଦେଖିବାକୁ ପାଇଥିଲେ ହେଲେ ତାଙ୍କ ଜୀବନ ରକ୍ଷା କରିପାରିନଥିଲେ । ଏହି ଅଭାବନୀୟ ଘଟଣାଟି ଆଜି ରବିବାର ମଇ ୩ ତାରିଖରେ ଘଟିଯାଇଛି ।