ଦେଶରେ କୋଭିଡ଼ ମୃତ୍ୟୁ ସଂଖ୍ୟାକୁ ନେଇ ଉଠିଛି ପ୍ରଶ୍ନ : ସରକାରୀ ତଥ୍ୟ କେତେଦୂର ସଠିକ୍ !

କରୋନା ମହାମାରୀ ଏମିତି ଏକ ମହାମାରୀ ଯାହା ସମଗ୍ର ବିଶ୍ଵକୁ ହୁଲୁସ୍ତୁଲ କରୁଛି । ଚାରିଆଡ଼େ ସଂକ୍ରମଣର ହାହାକାର ଶୁଭୁଚି । ଏ ସମୟରେ କୋଭିଡ଼ରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତେବେ ଶ୍ମଶାନଗୁଡ଼ିକରେ ଜଳୁଥିବା ଶହଶହ ଶବ ଏବଂ କୋଭିଡ଼ ମୃତ୍ୟୁକୁ ନେଇ ସରକାରୀ ତଥ୍ୟ କେତେଦୂର ସଠିକ୍ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ତେବେ ଏମିତି ଏକ ଅଭିଯୋଗକୁ ନେଇ ହିନ୍ଦୀ ଖବରକାଗଜ ଦୈନିକ ଭାସ୍କର ଏବଂ ଇଂରାଜୀ ଖବରକାଗଜ ନ୍ୟୁୟର୍କ ଟାଇମ୍ସ ମିଳିତ ଭାବେ ଏକ ରିପୋର୍ଟ ଜାରି କରିଛନ୍ତି ଯାହା ଚମକାଇଲା ଭଳି ।

ସୂଚନାନୁସାରେ ଦୈନିକ ଭାସ୍କର ଏବଂ ନ୍ୟୁୟର୍କ ଟାଇମ୍ସର ମିଳିତ ରିପୋର୍ଟ କହୁଛି କୋଭିଡ଼ରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ନେଇ ସରକାର ଦେଉଥିବା ତଥ୍ୟ ଏବଂ ସତ୍ୟ ଭିତରେ ରହିଛି ଅନେକ ପାର୍ଥକ୍ୟ । ଯେଉଁ ସଂଖ୍ୟା ସର୍ବସାଧାରଣ ପାଇଁ ଜାରି କରାଯାଉଛି, ତାଠାରୁ ଅନେକ ପରିମାଣରେ ଅଧିକ ମୃତ୍ୟୁ ହେଉଛି ଏଇ କରୋନାରେ । କେବଳ ସେତିକି ନୁହେଁ ରାଜ୍ୟଗୁଡ଼ିକୁ ମଧ୍ୟ ମୃତ୍ୟୁ ସଂଖ୍ୟା ଲୁଚାଇବା ପାଇଁ କେନ୍ଦ୍ର ସରକାର ଚାପ ପକାଉଥିବା ରିିପୋର୍ଟରେ ପ୍ରକାଶିତ ହୋଇଛି ।

ତେବେ ମଧ୍ୟପ୍ରଦେଶ ଭୋପାଳରେ ୧୩ ଦିନ ଭିତରେ କୋଭିଡ଼ରେ ୧୦୦୦ ମୃତ୍ୟୁ ହୋଇଛି । କିନ୍ତୁ ସରକାରୀ ତଥ୍ୟରେ ସଂଖ୍ୟା ରହିଛି ମାତ୍ର ୪୧ । ଛତିଶଗଡ଼ ଦୁର୍ଗରେ ସେହିପରି ଅପ୍ରେଲ ୧୫ରୁ ୨୧ ଭିତରେ ୧୫୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସରକାରୀ ତଥ୍ୟରେ ଅଧାରୁ କମ୍ ଦର୍ଶାଯାଇଛି । ଗୁଜୁରାଟର ସୁରତ ଏବଂ ଗାନ୍ଧୀନଗରରେ ଅପ୍ରେଲ ୧୪ ତାରିଖରେ ୧୨୪ ଜଣ କୋଭିଡ଼ରେ ପ୍ରାଣ ତ୍ୟାଗ କରିଥିବା ବେଳେ ମୃତ୍ୟୁ ସଂଖ୍ୟା ୭୩ ବୋଲି ସରକାରୀ ରିପୋର୍ଟରେ ଦର୍ଶାଇଛି । ଏସବୁ ଭିତରେ ବି ରହିଛି ଉତ୍ତରପ୍ରଦେଶର କାନପୁର, ଗୁଜୁରାଟର ଅହମଦାବାଦ ଭଳି ସହର ଯେଉଁ ସବୁ ମୃତ୍ୟୁର ତଥ୍ୟକୁ ଲୁଚାଯାଇଥିବା ନେଇ ଦୈନିକ ଭାସ୍କର ଏବଂ ନ୍ୟୁୟର୍କ ଟାଇମ୍ସର ମିଳିତ ରିପୋର୍ଟରେ ପ୍ରକାଶ କରାଯାଇଛି ।

Leave a Reply

Your email address will not be published. Required fields are marked *