ପିତାମାତାଙ୍କ ମୃତ୍ୟୁ ପରେ ନାବାଳିକା ଦୁହିଁଙ୍କୁ ଯୌନଶୋଷଣ ଆରମ୍ଭ କଲେ ଚାଚା ଏବଂ ତାଉ

ସଂସ୍କାର :- ପୁଣି ଦିଲ୍ଲୀରୁ ଆସିଲା ଆଉ ଏକ ଦିଲ୍ଲୀ ଲଜ୍ୟାଜନକ ଘଟଣା। ଦୁଇ ନାବାଳିକାଙ୍କୁ ନିଜର ଚାଚା ଆଉ ତାଉ ମିଶି କରୁଥିଲେ ଯୌନଶୋଷଣ । ଯାହାକି ଏଇ ଦୁଇ ନାବାଳିକା ପୋଲିସ ନିକଟରେ ଆଭିଯୋଗ କରିଛନ୍ତି। ଦିଲ୍ଲୀ ନିକଟସ୍ଥ ଫରିଦାବାଦରୁ ଆସିଛି ଏହି ଲଜ୍ୟାଜନକ ଘଟଣା।

ସୂଚନାଯୋଗ୍ୟ ଯେ, ଉଭୟ ନାବାଳିକା ନିଜର ପିତାମାତାଙ୍କ ମୃତ୍ୟୁ ପରେ ଚାଚା ଏବଂ ତାଉ ନିକଟରେ ରହୁଥିଲେ। କିନ୍ତୁ ଚାଚା ଏବଂ ତାଉଙ୍କ ଅତ୍ୟାଚାର ଉଭୟ ନାବାଳିକା ସହ୍ୟ ନ କରିପାରି କୌଣସି ପ୍ରକାରରେ ନିଜର ଜୀବନ ରକ୍ଷା କରି ନିଜର ମାଉସୀଙ୍କ ପାଖକୁ ଚାଲି ଆସିଥିଲେ।ଏହା ପରେ ସେ ନାବାଳିକା ଦୁହିଁଙ୍କ ମାଉସୀ ପୋଲିସ କମିଶନର ଏବଂ ମହିଳା ଆୟୋଗଙ୍କ ନିକଟରେ ଏ ସଂକ୍ରାନ୍ତରେ ଅଭିଯୋଗ କରିଥିଲେ।

ତେବେ ତୁରନ୍ତ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମହିଳା ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ, POCSO ଏବଂ ଅନ୍ୟାନ୍ୟ ବିଭାଗ ଅଧୀନରେ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ଅଭିଯୁକ୍ତମାନେ ଫେରାର ଅଛନ୍ତି ବୋଲି ପୋଲିସ ସୂତ୍ରରୁ ଜଣା ପଡ଼ିଛି।

ଏହି ଦୁଇ ନିରୀହ ନାବାଳିକାଙ୍କ ଅଭିଯୋଗ ଅନୁଯାୟୀ, ଚାଚା ଏବଂ ତାଉ ସେମାନଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ କ୍ରମାଗତ ଭାବରେ ଚାପ ପକାଉଥିଲେ। ଚାଚା ଏବଂ ତାଉ ସେମାନଙ୍କ ଦ୍ବାରା ଅଶ୍ଳୀଳ କାର୍ଯ୍ୟ କରାଉଥିଲେ ଏବଂ ସେମାନଙ୍କୁ ମାଡ଼ ମାରୁଥିଲେ। ଏ ଦୁହେଁ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ପିତାଙ୍କୁ ବହୁ ବର୍ଷ ପୂର୍ବେ ହତ୍ୟା କରାଯାଇଥିଲା ଏବଂ ଏହି ମାମଲାରେ ମାଆଙ୍କୁ କାରାଗାରରେ ବନ୍ଦୀ କରି ରଖାଯାଇଥିଲା। ଏହା ପରେ ସେମାନେ ନିଜ ଚାଚା ଏବଂ ତାଉଙ୍କ ସହ ରହିବାକୁ ଲାଗିଲେ। ଜାମିନରେ ଜେଲରୁ ବାହାରି ଆସିଥିବା ମାଆଙ୍କୁ ପିଲାମାନଙ୍କୁ ଭେଟିବାକୁ ଦିଆଯାଇନଥିଲା, ଯେଉଁଥିପାଇଁ ମାଆ ଆତ୍ମହତ୍ୟା କରିଥିଲେ | ଅଭିଯୋଗ ଅନୁଯାୟୀ, ମାଆ ଆତ୍ମହତ୍ୟା କରିବା ପରେ ଝିଅମାନଙ୍କ ଉପରେ ଅତ୍ୟାଚାର ବଢିବାରେ ଲାଗିଲା।

ଯେତେବେଳେ ମାଉସୀ ପୀଡିତା ଝିଅଙ୍କ ସମ୍ପର୍କରେ ଅଭିଯୋଗ କରିବା ପାଇଁ ଫରିଦାବାଦର ମହିଳା ପୋଲିସ ଷ୍ଟେସନରେ ପହଞ୍ଚିଥିଲେ ସେତେବେଳେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ​​କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କୁ ଗିରଫ କରାଯାଇ ନାହିଁ। ମାଉସୀଙ୍କ ଅନୁଯାୟୀ, ଯେବେଠାରୁ ଝିଅମାନେ ଚାଚା ଏବଂ ତାଉଙ୍କ ଘରୁ ଆସିଛନ୍ତି, ସେବେଠାରୁ ସେମାନେ ଲଗାତାର ଧମକ ପାଉଛନ୍ତି ଏବଂ ଆପୋଷ ବୁଝାମଣା କରିବା ପାଇଁ ଚାପ ପ୍ରୟୋଗ କରୁଛନ୍ତି। ମାଉସୀ କହିଛନ୍ତି ଯେ ଏଭଳି ଲୋକଙ୍କୁ କଠୋର ଦଣ୍ଡ ଦିଆଯିବା ଉଚିତ୍।

Leave a Reply

Your email address will not be published. Required fields are marked *