ଓଡ଼ିଆ ଆଲବମ କୁଇନ ଦୀପା ସାହୁଙ୍କର ହୋଇଛି ପୁନର୍ଜନ୍ମ ! ପଢନ୍ତୁ କେଉଁଠି ଓ କିପରି

ଗତକାଲି ଓଡ଼ିଆ ଆଲବମ କୁଇନ ଦୀପା ସାହୁଙ୍କର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି । ସେପଟେ ତାମିଲନାଡୁର ହୋସୁର ସରକାରୀ ହସ୍ପିଟାଲରେ ସେ ପୁଣିଥରେ ଜନ୍ମ ହୋଇଛନ୍ତି । ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର ନବଜନ୍ମିତ ଝିଅର ନାମ ଦୀପା ସାହୁ ରଖିଛନ୍ତି ବୋଲି ସୂଚନା ମିଳିଛି ।

ବିଳମ୍ବିତ ରାତିରେ ଅଭିନେତା ସବ୍ୟସାଚୀ ସୋସିଆଲ ମିଡ଼ିଆରେ ନିଜେ ଟ୍ଵିଟ ଲେଖିଛନ୍ତି ଯେ ଶୁଭ ଖବର ! ୨୦୨୦ ମସିହା ଖୁବ କଷ୍ଟଦାୟକ ତଥାପି ଦେଉଛି ସେ ଆଶାର କିରଣ । ଏକ ନବଜାତ ଶିଶୁର ଫଟୋ ଶେୟାର କରି ସେ ଲେଖିଛନ୍ତି ଯେ ଏପଟେ ଓଡ଼ିଶାରେ ଅଭିନେତ୍ରୀ ଦୀପା ସାହୁଙ୍କ ବିୟୋଗ ଆଉ ସଂଯୋଗ ଦେଖ, ତାମିଲନାଡୁର ହସ୍ପିଟାଲରେ ଏ ଶିଶୁର ଜନ୍ମ ହୋଇଛି । ଉଭୟ ମା ଓ ଝିଅ ସୁସ୍ଥ ଅଛନ୍ତି ।

ସୂଚନା ଅନୁଯାୟୀ ଯେତେବେଳେ ଚାରିଆଡ଼େ ଲକଡାଉନ ଚାଲିଛି ଓଡ଼ିଶାର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ଭିନ୍ନ ଭିନ୍ନ ସ୍ଥାନରେ ସମସ୍ୟାରେ ପଡୁଥିବା ଓଡ଼ିଆ ଲୋକଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି । ସେହିଭଳି ତାମିଲନାଡୁର ଓଡ଼ିଆ ମହିଳା ସସ୍ମିତା ସାହୁ ମଧ୍ୟ ଏ ଲକଡାଉନ ସମୟରେ ଗର୍ଭବତୀ ଥିଲେ,  ଅସୁସ୍ଥ ଥିଲେ । କୌଣସିମତେ ହୋସୁର ସରକାରୀ ହସ୍ପିଟାଲରେ ତାଙ୍କୁ ଆଡ଼ମିଶନ ମିଳିଥିଲା ଓ ଗତକାଲି ସୋମବାର ଦିନ ଝିଅଟିଏ ଜନ୍ମ ହେଲା । ସେ ସବ୍ୟସାଚୀଙ୍କୁ ଫୋନ୍ କରି ଝିଅଟିର ନାମକରଣ କରିବାକୁ ଅନୁରୋଧ କରନ୍ତେ ସବ୍ୟସାଚୀ ଅଭିନେତ୍ରୀ ଦୀପାଙ୍କ ଦୁଃଖଦ ବିୟୋଗରେ ଥିଲେ ଓ ତାଙ୍କୁ ସ୍ମରଣୀୟ କରିବାକୁ ଯାଇ ଝିଅଟିର ନାମ ଦୀପା ରଖିବାକୁ କହିଥିଲେ । ଆଉ ସଂଯୋଗ ଦେଖ, ଝିଅଟିର ନାମ ଦୀପା ସାହୁ, ବୋଧେ ପୁନର୍ଜନ୍ମରେ ସେ ଫେରିଲେ ।

Leave a Reply

Your email address will not be published. Required fields are marked *