ଦୀପାବଳି ଦିନ ଜଣେ ପୁଅ ତାର ପିତାଙ୍କୁ କରିଛି ନିର୍ମମ ହତ୍ୟା : କାରଣ ଜାଣିବାକୁ ପଢନ୍ତୁ ପୁରା ଖବର

ଦୀପାବଳି ଦିନ ଦିଲ୍ଲୀରେ ଗୋଟିଏ ପୁଅ ତାର ପିତାଙ୍କୁ ତରାଜୁର ବଟକରା ଓ ଚୁନରିରେ ଗଳା ଚିପି ହତ୍ୟା କରିଛି । ଅଭିଯୁକ୍ତ ପୁଅର ସନ୍ଦେହ ଥିଲା ଯେ ତାଙ୍କ ପିତା ନିଜ ବୋହୂ ଅର୍ଥାତ ତାଙ୍କ ପତ୍ନୀଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିଲେ । ଏହି କାରଣରୁ ପୁଅ ଘଟାଇଛନ୍ତି ଏହିପରି ଭୟଙ୍କର କାଣ୍ଡ । ଏହାକୁ ନେଇ ପୋଲିସ ବର୍ତ୍ତମାନ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ପୁଅକୁ ଗିରଫ କରିଛି ।

ଖବର ଅନୁଯାୟୀ ଦୀପାବଳି ଦିନ ହିଁ ଦିଲ୍ଲୀର ଦ୍ୱାରକା ଜିଲ୍ଲାର ଉତ୍ତମ ନଗର ଫେଜ୍ -୫ ରେ ପୁଅ ଜଣକ ନିଜର ୬୦ ବର୍ଷର ପିତାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲା । ମୃତ ବୟସ୍କଙ୍କ ନାମ ଦିଲ୍ଲୀପ ହୋଇଥିଲାବେଳେ ତାଙ୍କର ଦୁଇ ପୁଅ ବୋହୂ ସହିତ ରୁହନ୍ତି । ତାଙ୍କର ବଡ଼ ପୁଅ ଶ୍ରମିକ ରୂପେ କାମ କରୁଥିଲେ କିନ୍ତୁ ଆଜିକାଲି ସେ ବେରୋଜଗାର ଥିଲେ ।

ପୋଲିସ ସୂତ୍ରରୁ ପ୍ରକାଶ ଯେ ବଡ଼ ପୁଅ ଅବଦ୍ଧେଶଙ୍କୁ ତାଙ୍କ ପିତା ଓ ବୋହୂଙ୍କ ଅନୈତିକ ସମ୍ପର୍କ ଥିଲା ବୋଲି ସନ୍ଦେହ ଥିଲା ତେଣୁ ବାପପୁଅ ଭିତରେ ଅନେକଥର ଝଗଡ଼ା ହୋଇଥିଲା । ଏହି କାରଣରୁ, କିଛି ଦିନ ପୂର୍ବରୁ ବଡ଼ ପୁଅ ଅବଦ୍ଧେଶ ତାଙ୍କ ପତ୍ନୀଙ୍କୁ ଗାଁକୁ ପଠାଇ ଦେଇଥିଲେ । ଦୀପାବଳି ଦିନ ସାନ ପୁଅ ବି ଘରୁ ବାହାରକୁ ଯାଇଥିଲା । ଏ ସମୟରେ ଅବଦ୍ଧେଶ ପିତାଙ୍କୁ ବଟକରା ଓ ହାତୁଡ଼ିରେ ପିଟି ହତ୍ୟା କରିଥିଲେ ।

ଏତେ ପରେ ବି ତାଙ୍କ ରାଗ ଶାନ୍ତ ହେଇନଥିଲା ଯେ ସେ ଶେଷରେ ଚୁନିରେ ପିତାଙ୍କ ଗଳା ଚିପି ଦେଇଥିଲେ । ତାପରେ ସେ ଘର ତାଲା ପକେଇ ଫେରାର ହୋଇଯାଇଥିଲେ । ସାନ ପୁଅ ଘରକୁ ଫେରି ଦେଖିଲା ଯେ ପିତା ରକ୍ତ ଜୁଡୁବୁଡୁ ହେଇ ମରି ପଡ଼ିଛନ୍ତି । ସେ ତୁରନ୍ତ ପୋଲିସକୁ ଖବର ଦେଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଫୋରେନସିକ୍ ଯାଞ୍ଚ ପରେ ପୋଷ୍ଟମର୍ଟମ ପାଇଁ ପଠାଇ ଥିଲେ ଏବଂ ତଦନ୍ତ ଆରମ୍ଭ କଲେ ।

Leave a Reply

Your email address will not be published. Required fields are marked *