ଗଜରାଜ୍ ମଧ୍ୟ ବଞ୍ଚାଇବାକୁ ଚାହୁଁଥିଲି ସାହସୀ ସାମ୍ବାଦିକ ଅରିନ୍ଦମ ଦାସଙ୍କୁ ! ଦେଖନ୍ତୁ ଏହି ଭିଡ଼ିଓ

ସଂସ୍କାର : ମିଶନ ଗଜରାଜ ବଞ୍ଚାଓ ଅଭିଯାନରେ ଓଡ୍ରାଫକର୍ମୀ ଯାଇଥିଲେ ମୁଣ୍ଡଳିରେ ପ୍ରବାହିତ ହେଉଥିବା ଗଭୀର ଜଳ ମଧ୍ୟକୁ। ଆଉ ଓଡ୍ରାଫ ଟିମ୍ ସହିତ ଯାଇଥିଲେ ଓଡ଼ିଶାର ପ୍ରତିଷ୍ଠିତ ନ୍ୟୁଜ୍ ଟିଭି ଚ୍ୟାଲେନ୍ ଓଟିଭିର ସାମ୍ବାଦିକ ଅରିନ୍ଦମ ଦାସ ଓ ତାଙ୍କର କ୍ୟାମେରାମ୍ୟାନ ପ୍ରଭାତ ସ୍ନିହା। କିନ୍ତୁ ଯେତେବେଳେ ସେମାନେ ଗଜରାଜଙ୍କ ପାଖକୁ ପହଞ୍ଚିବାକୁ ଥିଲା , ଠିକ ସେହି ସମୟରେ ସେମାନେ ଯାଇଥିବା ବୋଟ୍ ଦିଶାହିନ ହୋଇଥିଲା। ଆଉ ଗଭୀର ପାଣି ସୁଅରେ ସେମାନଙ୍କର ବୋଟ୍ ଭାସିଗଲା। ଆଉ ବୋଟ୍ ଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଆଉ ଏହି ବୋଟ୍ ଓଲଟିବା କାରଣରୁ ଏପର୍ଯ୍ୟନ୍ତ ସାମ୍ବାଦିକ ଅରିନ୍ଦମ ଦାସ ଏବଂ ଜଣେ ଓଡ୍ରାଫକର୍ମୀଙ୍କର ଦେହାନ୍ତ ହୋଇଛି।

ତେବେ ଯେତେବେଳେ ଅରିନ୍ଦମ ପାଣିରେ ବୁଡିଗଲେ ସେହି ସମୟରେ ଅନେକ ଲୋକ ଏବଂ ଓଡ୍ରାଫକର୍ମୀ ମାନେ ତାଙ୍କୁ ଉଦ୍ଧାର କରିବା ପାଇଁ ଲାଗିପଡିଥିଲେ। ଏହି ଧାରାରେ ଗଜରାଜ ମଧ୍ୟ ପଛାଇନଥିଲେ।

ଗଜରାଜ ମଧ୍ୟ ଅରିନ୍ଦମଙ୍କୁ ବଞ୍ଚାଇବା ପାଇଁ ପ୍ରୟାସ କରିଥିଲେ। ହେଲେ ଗଜରାଜଙ୍କ ଏହି ପ୍ରୟାସରେ ବୃଥା ହୋଇଥିଲା। କାରଣ ଦାନ୍ତ ହାତୀ ଜାଣିଥିଲା ଯେ, ଯଦି ସେ ଆଗକୁ ଯିବ ତେବେ ତାର ଜୀବନ ପ୍ରତି ବିପଦ ରହିଛି। ତେଣୁ ସେ ଦୂରର ରହି ସାହଯ୍ୟର ଶୁଣ୍ଢ ବଢ଼ାଇଥିଲା।

ଭିଡ଼ିଓ ଦେଖିବା ପାଇଁ ଏଠାରେ କ୍ଲିକ କରନ୍ତୁ

ତେବେ ଗଭୀର ପାଣି ସୁଅକୁ ଚିରିବା ହାତୀ ପ୍ରତି ସମ୍ଭବ ନ ଥିଲା। ତେଣୁ ଗଜରାଜ୍ ଆଉ ଆଗକୁ ବଢିଲେ ନାହିଁ। ଫଳରେ ବଞ୍ଚାଓ ବଞ୍ଚାଓ କହି ପାଣି ଭିତରେ ହିଁ ପ୍ରାଣ ତ୍ୟାଗ କଲେ ଓଡ଼ିଶାର ସାହସୀ ସାମ୍ବାଦିକ ଅରିନ୍ଦମ ଦାସ।

Leave a Reply

Your email address will not be published. Required fields are marked *