କରୋନାଭାଇରସ ସମଗ୍ର ବିଶ୍ୱରେ ଘୋର ବିପତ୍ତି ସୃଷ୍ଟି କରିଛି । ଏପର୍ଯ୍ୟନ୍ତ ଏହି ମହାମାରୀ ହେତୁ ଏକ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି । ଏଭଳି ପରିସ୍ଥିତିରେ ସମଗ୍ର ବିଶ୍ୱର ବିଶେଷଜ୍ଞ, ବୈଜ୍ଞାନିକ ଏବଂ ଡାକ୍ତରମାନେ ଏକ ସଫଳ ଔଷଧ ଖୋଜିବାକୁ ଚେଷ୍ଟା କରୁଛନ୍ତି । ଶ୍ରୀ ଚିତ୍ରା ତିରୁନାଲ୍ ଇନଷ୍ଟିଚ୍ୟୁଟ୍ ଫର୍ ମେଡିକାଲ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (SCTIMST) ଏବଂ ଦ ଇନଷ୍ଟିଚ୍ୟୁସନ୍ ଅଫ୍ ନ୍ୟାସନାଲ୍ ଇମ୍ପୋର୍ଟାଂସ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (INIST) ଏହି ମାରାତ୍ମକ ଭାଇରସରେ ପୀଡ଼ିତ ରୋଗୀଙ୍କୁ ଅଧିକ ପ୍ରଭାବଶାଳୀ ଚିକିତ୍ସା ଦେବା ପାଇଁ ଏକ ନୂତନ ଉପାୟ ଉଦ୍ଭାବନ କରିଛନ୍ତି ।
ଚିକିତ୍ସାର ଏହି ନୂତନ କୌଶଳକୁ ‘ପ୍ଲାଜମା ଥେରାପି’ କୁହାଯାଏ । ଭାରତରେ ଏହି ନୂତନ ଚିକିତ୍ସା ପଦ୍ଧତିରେ, ରୋଗୀର ରୋଗ ପ୍ରତିରୋଧକ ଶକ୍ତି ଦ୍ୱାରା ଚିକିତ୍ସା କରାଯିବା ପାଇଁ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ଠାରୁ SCTIMST କୁ ଅନୁମୋଦନ ପାଇଛି । SCTIMST ର ନିର୍ଦ୍ଦେଶକ ଡାକ୍ତର ଆଶା କିଶୋର କହିଛନ୍ତି ଯେ ରକ୍ତ ଦାନ ନିୟମରେ କୋହଳ ପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ଠାରୁ ଅନୁମତି ପାଇଁ ଆବେଦନ କରିଛୁ ।

ବର୍ତ୍ତମାନ ତେବେ ପ୍ରଶ୍ନ ହେଉଛି ନକ୍ଷତ୍ର-ପ୍ଲାଜମା ଚିକିତ୍ସା କଣ । ଏହି ଚିକିତ୍ସା ପ୍ରଣାଳୀରେ ନୂଆ ରୋଗୀର ରକ୍ତରେ ପୁରୁଣା ଆରୋଗ୍ୟ ହୋଇସାରିଥିବା ରୋଗୀର ରକ୍ତ ମିଶାଇ ତାର ରୋଗ ପ୍ରତିରୋଧକ ଶକ୍ତି ବଢାଇ ରୋଗ ସହିତ ଲଢିବାର ଆଣ୍ଟିବଡି ପ୍ରସ୍ତୁତ କରାଯାଏ । ଆଣ୍ଟିବଡି ମାଧ୍ୟମରେ ହିଁ ଶରୀରରେ ଏହି ଭାଇରସ ଚିହ୍ନଟ ହୁଏ । ଏହାପରେ, ମାନବ ଶରୀରରେ ମିଳୁଥିବା ଧଳା ରକ୍ତ କଣିକା ଶରୀର ଭିତରେ ଥିବା କରୋନା ଭାଇରସକୁ ମାରିଦିଏ । ଏହିପରି ଶରୀର କରୋନା ସଂକ୍ରମଣରୁ ମୁକ୍ତି ପାଇଥାଏ ।
ବର୍ତ୍ତମାନ ଆସନ୍ତୁ ଜାଣିବା ତେବେ ଆଣ୍ଟିବଡି କ’ଣ । ପ୍ରତିରୋଧ ଶକ୍ତିର ସାମ୍ନାରେ ଠିଆ ହୁଏ ଆଣ୍ଟିବଡି ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ ସଂକ୍ରମିତ ଶରୀରରେ । ଆଣ୍ଟିବଡି ହେଉଛି ବିଶେଷ ପ୍ରକାରର ପ୍ରୋଟିନ ଯାହାକୁ ପ୍ରତିରକ୍ଷା କୋଷ ବ୍ୟତୀତ ବି. ଲିମ୍ଫୋସାଇଟ୍ ମଧ୍ୟ କୁହାଯାଏ । ଯେତେବେଳେ ସେମାନେ ଏକ ଭୂତାଣୁକୁ ସାମ୍ନା କରନ୍ତି ଯାହା ଶରୀରକୁ ଆକ୍ରମଣ କରିଥାଏ, ପ୍ରତିରକ୍ଷା ପ୍ରଣାଳୀ ଆଣ୍ଟିବଡି ଡିଜାଇନ୍ କରେ ଓ ସେଇ ଆଣ୍ଟିବଡି ପ୍ରତ୍ୟେକ ଆକ୍ରମଣକାରୀ ଭୂତାଣୁ ବା ଭାଇରସକୁ ନଷ୍ଟ କରିବା ଆରମ୍ଭ କରେ । ଏହିପରି ଭାବରେ ସଂକ୍ରମିତ ରୋଗୀ ଭାଇରସ ଦାଉରୁ ମୁକ୍ତ ହୁଏ ।